ମୋଦି ସରକାରଙ୍କ କୃଷି ଆଇନରେ ଏମିତି କଣ ରହିଛି, ଯାହାକୁ କୃଷକମାନେ କରୁଛନ୍ତି ବିରୋଧ…

1 min read

ନୂଆଦିଲ୍ଲୀ: ମୋଦୀ ସରକାର ଗୁରୁବାର ଲୋକସଭାରେ ଦୁଇଟି କୃଷି ବିଲ୍ ୨୦୨୦ (Agri Bill 2020)  ପାସ୍ କରାଇଛନ୍ତି ।  ଏନଡିଏର ସହଯୋଗୀ ଶିରୋମଣି ଅକାଲୀଙ୍କ ଦଳରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଏହାର ପ୍ରତିବାଦରେ ଇସ୍ତଫା ଦେଇଛନ୍ତି । କୃଷକ ନେତାଙ୍କ ଭିତରେ ମଧ୍ୟ ଏହି ବିଲକୁ ନେଇ ସରକାରଙ୍କ ବିରୋଧରେ ଖୁବ୍ କ୍ରୋଧ ରହିଛି । ସେମାନେ କହିଛନ୍ତି ଯେ, ଏହି ବିଲ ସେହି ଅନ୍ନଦାତାଙ୍କ ସମସ୍ୟାକୁ ଆହୁରି ବଢ଼ାଇଦବ ଯେଉଁମାନେ ଅନେକ ଦିନ ଧରି ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ଆସୁଥଲେ । କଣ୍ଟ୍ରାକ୍ଟ ଫାର୍ମିରେ (Contract Farming) କୌଣସି ସମସ୍ୟା ହେଲେ ଏହାର ସମାଧାନ ବୁଝାମଣା ବୋର୍ଡର କରିବ । ଏହି ବୋର୍ଡରେ  SDMଙ୍କଠାରେ ସବୁଠାରୁ ଅଧିକ କ୍ଷମତା ରହିବ । ଏସଡିଏମଙ୍କ ନିଷ୍ପତି ବିରୋଧରେ  DM ଅର୍ଥାତ୍ କଲେକ୍ଟରଙ୍କୁ ଆବେଦନ କରାଯାଇ ପାରିବ ।  ଏହି ପ୍ରସଙ୍ଗରେ କୃଷକମାନେ ପଞ୍ଜାବରେ ଏକ ଟ୍ରାକ୍ଟର ଆନ୍ଦୋଳନ କରିସାରିଛନ୍ତି ଏବଂ ବ୍ୟବସାୟୀମାନେ ଚାରିଟି ରାଜ୍ୟରେ ମଣ୍ଡି ଧର୍ମଘଟ କରିସାରିଛନ୍ତି । ମୋଟ ଉପରେ ଉଭୟ କୃଷକ ଏବଂ ବ୍ୟବସାୟୀ ଏହି ବିଲ୍ ବିରୋଧରେ ଏକଜୁଟ ହୋଇଛନ୍ତି । ତେବେ କେନ୍ଦ୍ର ସରକାର ଏହାକୁ କୃଷି ସଂସ୍କାର (Agri reform)  ଦିଗରେ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କହିଛନ୍ତି ।

ମୋଦି ମନ୍ତ୍ରୀମଣ୍ଡଳରେ ଜୁନ ୩ ତାରିଖ ଦିନ ଦୁଇଟି ଅଧ୍ୟାଦେଶ ଉପରେ ମୋହର ଲଗାଇଥିଲେ ଏବଂ EC Act ରେ ସଂଶୋଧନମର ମଞ୍ଜୁରୀ ଦେଇଥିଲେ । ଯାହାକୁ ସଂସଦରେ ବର୍ତ୍ତମାନ ମଞ୍ଜୁରୀ ମିଳିସାରିଛି ଏବଂ ଏହା ଏକ ନିୟମ ହୋଇଯାଇଛି ।

ତେବେ ଆସନ୍ତୁ ଜାଣିବା ସେହି ଦିଗଗୁଡିକ ବିଷୟରେ ଯାହା ଉଭୟ କୃଷକ ଏବଂ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ଆଇନଗୁଡିକୁ ନେଇ ଏମିତି କ’ଣ ଭୟ ରହିଛି ଯାହାକୁ ସରକାର ଦୁର କରିବାରେ ସଫଳ ହୋଇ ନାହାନ୍ତି  କିମ୍ବା କୃଷକ ଏବଂ ବ୍ୟବସାୟୀମାନେ ନିଜର ଭବିଷ୍ୟତ ବିଷୟରେ ଆକଳନ  ଠିକ୍ ଭାବେ କରି ପାରିନାହାନ୍ତି କି ? ତେବେ ଆସନ୍ତୁ ଜାଣିବ କ’ଣ ରହିଛି ଉଭୟ ପକ୍ଷ ?

ମୂଲ୍ୟ ଆଶ୍ୱାସନା ଉପରେ କୃଷକ ଏବଂ କୃଷି ସେବା ଆଇନ

ସରକାରଙ୍କ ବାଦି: ଏହି ଆଇନକୁ ସରକାର କଣ୍ଟ୍ରାକ୍ଟ ଫାର୍ମିଂ ମାମଲାରେ ଲାଗୁ କରିଛନ୍ତି । ଏହା ଦ୍ୱାରା ଚାଷରେ କ୍ଷତି ଆଶଙ୍କା କମ ରହିବ ଏବଂ କୃଷକ ମାନଙ୍କର ଆୟରେ ସୁଧାର ଆସିବ । ସମାନତା ଆଧାରରେ କୃଷକ ପ୍ରୋସେସର, ହୋଲସେଲର, ବଡ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀ ଇତ୍ୟାଦି ସହିତ  ଯୋଡି ହେବାରେ ସକ୍ଷମ ହୋଇପାରିବେ । କୃଷକମାନେ ଆଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଇନପୁଟ ପାଇବାରେ ସକ୍ଷମ ହେବେ । ତେବେ କହିବାକୁ ଗଲେ କଣ୍ଟ୍ରାକ୍ଟ ଫାର୍ମିଂକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଯେଉଁଥିରେ ବଡ଼ ବଡ଼ କମ୍ପାନୀଗୁଡିକ ଏକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଚାଷୀମାନଙ୍କ ସହିତ ଚୁକ୍ତି କରିବେ । ଏହାର ମୂଲ୍ୟ ଆଗରୁ ସ୍ଥିର କରାଯିବ ଏବଂ ଏହା ଦ୍ୱାରା କୃଷକ ମାନେ ଉତ୍ପାଦ ସଠିକ ମୂଲ୍ୟ ପାଇ ପାରିବେ ।

କୃଷକଙ୍କ ଡର:

ତେବେ ଚାଷୀଙ୍କ ପାଇଁ  କାମ କରୁଥିବା ସଂଗଠନ ଏବଂ କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଆଇନରେ କୃଷକ ନିଜ ଜମିରେ କେବଳ ମାତ୍ର ଶ୍ରମିକ  ହୋଇ ରହିଯିବେ । କେନ୍ଦ୍ର ସରକାର ପାଶ୍ଚାତ୍ୟ ଦେଶ ଗୁଡ଼ିକର କୃଷି ମଡେଲକୁ  ଆମ କୃଷକଙ୍କ ଉପରେ ଥୋପିବାକୁ ଚାହୁଁଛନ୍ତି । କଣ୍ଟ୍ରାକ୍ଟ ଫାର୍ମିଂରେ କମ୍ପାନୀ ଗୁଡ଼ିକ କୃଷକ ମାନଙ୍କର ଶୋଷଣ କରିଥାନ୍ତି । ତାଙ୍କ ଉତ୍ପାଦନ ଗୁଡ଼ିକୁ ଖରାପ କହି ପ୍ରତ୍ୟାଖାନ କରିଦେଇଥାନ୍ତି । ଅନ୍ୟପକ୍ଷରେ, ବ୍ୟବସାୟୀମାନେ ଭୟ କରୁଛନ୍ତି ଯେ, ଯଦି ବଡ଼ ବଡ଼ ମାର୍କେଟ ଲିଡର ମାନେ କ୍ଷେତରୁ ଉତ୍ପାଦ କିଣିବେ ତେବେ ଏଜେଣ୍ଟମାନଙ୍କୁ କେହି ପଚାରିବେ ନାହିଁ ।

 

କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପ୍ରୋତ୍ସାହନ ଏବଂ ସୁବିଧା ଆଇନ-

ସରକାରଙ୍କ ଦାବି: ଏହି ଆଇନ ଲାଗୁ ହେଲେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ ପରିବେଶ ପ୍ରସ୍ତୁତ ହୋଇପାରିବ, ଯେଉଁଥିରେ ସେମାନଙ୍କୁ ନିଜ ସୁବିଧା ଅନୁଯାୟୀ କୃଷି ଉତ୍ପାଦ କିଣା-ବିକା କରିବାର ସ୍ୱାଧୀନତା ରହିବ । ‘ଏକ ଦେଶ, ଏକ କୃଷି ବଜାର’ ହେବ । ନିଜ ଇଚ୍ଛା ମୁତାବକ କୃଷକ ନିଜ ଉତ୍ପାଦ ବିକ୍ରି କରିପାରିବେ । କୃଷକ ମାନଙ୍କୁ ଅଧିକ ବିକଳ୍ପ ମିଳିବ, ଯାହାଦ୍ୱାରା ବଜାରରେ ମୂଲ୍ୟ ହ୍ରାସ ପାଇବ ଏବଂ ସେମାନଙ୍କୁ ତାଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ମିଳିପାରିବ ।

ଏହି ନିୟମ ଅନୁଯାୟୀ, ପାନ୍ କାର୍ଡ ଧାରୀ କୌଣସି ବ୍ୟକ୍ତି, କମ୍ପାନୀ, ସୁପର ମାର୍କେଟ ଯେକୌଣସି କୃଷକଙ୍କ ସାମଗ୍ରୀ ଯେକୌଣସି ସ୍ଥାନରୁ କିଣି ପାରିବେ । କୃଷିଜାତ ଦ୍ରବ୍ୟର ବିକ୍ରି କେବଳ କୃଷି ବଜାର (APMC) ରେ ହେବା ସର୍ତ୍ତକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଯେଉଁ କ୍ରୟ ଗୁଡ଼ିକ ବଜାର ବାହାରେ ହେବ, ସେହି ଦ୍ରବ୍ୟ ଗୁଡ଼ିକ ଉପରେ କୌଣସି ଟିକସ ରହିବ ନାହିଁ ।

 

 

କୃଷକଙ୍କ ଭୟ: ଯେତେବେଳେ କୃଷକଙ୍କ ଉତ୍ପାଦର କ୍ରୟ ମଣ୍ଡିରେ ହେବ ନାହିଁ, ସେତେବେଳେ ସରକାର ଏହି କଥାକୁ ରେଗୁଲେଟ କରିପାରିବେ ନାହିଁ ଯେ, କୃଷକଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ମିଳୁଛି ନା ନାହିଁ । ଏଠାରେ MSPର ଗ୍ୟାରେଣ୍ଟି ଦିଆଯାଇନାହିଁ । କୃଷକମାନେ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି ଦାବି କରୁଛନ୍ତି । ସେମାନେ ଏହାକୁ କୃଷକଙ୍କ ଏକ ଆଇନଗତ ଅଧିକାର କରିବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ଯେଉଁମାନେ ଧାର୍ଯ୍ୟ ଦାମ୍ ଠାରୁ କମରେ ଉତ୍ପାଦ କିଣିବେ ସେମାନଙ୍କୁ ଜେଲ ଦଣ୍ଡ ଦିଆଯାଇପାରିବ । ଏହି ନିୟମ ସହିତ ଚାଷୀଙ୍କ ମଧ୍ୟରେ ଆଉ ଏକ ବଡ ଭୟ ମଧ୍ୟ ରହିଛି ଯେ, ଯଦି କୃଷକ ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ, ତେବେ କୋର୍ଟର ଆଶ୍ରୟ ନିଆଯାଇପାରିବ ନାହିଁ । ଏହାର ସମାଧାନ କେବଳ SDM ଏବଂ DM ବାହାର କରିବେ ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ କରେ । ଏମିତିରେ କୃଷକମାନେ ପ୍ରଶ୍ନ କରିଛନ୍ତି ଯେ SDM ଏବଂ DM ସରକାରୀ ଚାପରୁ ମୁକ୍ତ ହୋଇ କାମ କରିପାରିବେ କି ?

ବ୍ୟବସାୟୀ ମାନଙ୍କ କହିବା ଅନୁଯାୟୀ, ସରକାରଙ୍କ ନୂଆ ଆଇନରେ ସଫା ସଫା ଲେଖା ହୋଇଛି ଯେ, ମଣ୍ଡି ଭିତରକୁ ଫସଲ ଆସିଲେ ମାର୍କେଟ ଫିସ ଲାଗିବ ଏବଂ ମଣ୍ଡି ବାହାରେ ଫସଲ ବିକ୍ରି ହେଲେ ଫିସ ଲାଗିବ ନାହିଁ । ଯଦି ଏମିତି ହୁଏ ତେବେ ଧିରେ ଧିରେ ମଣ୍ଡି ବନ୍ଦ ହୋଇଯିବ । କେହି ମଣ୍ଡିରେ ଫସଲ କିଣିବେ ନାହିଁ  । ବ୍ୟବସାୟୀଙ୍କୁ ଲାଗୁଛି ଯେ ଏହା ଗୋଟିଏ ଦେଶ ଦୁଇଟି ମାର୍କେଟକୁ ପ୍ରୋତ୍ସାହନ ଦେବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମିଳିଲା ମଞ୍ଜୁରୀ

ସରକାରଙ୍କ ଦାବି: ଦେଶର ଅଧିକ କୃଷିଜାତ ଦ୍ରବ୍ୟ ଅମଳ ହୋଇଥାଏ, ତଥାପି ଶୀତଳ ଭଣ୍ଡାର ଏବଂ ପ୍ରକ୍ରିୟାକରଣ ଅଭାବରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାରେ ଅସମର୍ଥ ହୋଇଥାନ୍ତି । କାରଣ ଅତ୍ୟାବଶ୍ୟକ ବସ୍ତୁର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଥାଏ । ଏଭଳି ପରିସ୍ଥିତିରେ, ଯେତେବେଳେ ବି ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତ ଦ୍ରବ୍ୟର ଅମଳ ହୁଏ, ସେତେବେଳେ କୃଷକମାନଙ୍କୁ ବହୁ କ୍ଷତି ସହିବାକୁ ପଡିଥାଏ ।

ତେଣୁ, ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ କରି ଶସ୍ୟ, ଖାଇବା ତେଲ, ତେଲ ମଞ୍ଜି, ଡାଲି, ପିଆଜ ଏବଂ ଆଳୁ ଇତ୍ୟାଦିକୁୂ ଏହି ଆକ୍ଟରୁ ବାଦ ଦିଆଯାଇଛି । ଏହା ସହିତ ବ୍ୟବସାୟୀମାନେ ସେହି କୃଷିଜାତ ଦ୍ରବ୍ୟର ଏକ ସୀମା ଠାରୁ ଅଧିକ ସଂରକ୍ଷଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଯେତେବେଳେ ସରକାରକୁ ଆବଶ୍ୟକତା ଅନୁଭବ ହେବ, ସେ ପୁଣି ଏହାର ପୁରୁଣା ବ୍ୟବସ୍ଥା ଲାଗୁ କରିବେ ।

Bihar Election 2020 PM Narendra Modi Agriculture Bills Farmers Protest

କୃଷକଙ୍କ ଡର: ଏହି ଆକ୍ଟରେ ସଂଶୋଧନ ବଡ଼ ବଡ଼ କମ୍ପାନୀ ଏବଂ ବ୍ୟବସାୟୀ ମାନଙ୍କର ହିତ ପାଇଁ କରାଯାଇଛି । ଏହି କମ୍ପାନୀ ଏବଂ ସୁପର ମାର୍କେଟ ଗୁଡ଼ିକ କମ୍ ଦାମରେ ଉତ୍ପାଦ କିଣି ନିଜ ବଡ଼ ବଡ଼ ଗୋଦାମରେ ଏହାର ଭଣ୍ଡାର ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଅଧିକ ଦାମରେ ଗ୍ରାହକଙ୍କୁ ବିକ୍ରି କରିବେ ।

କାହିଁକି ହୋଇଥିଲା ଏହି ଆକ୍ଟ

ପୂର୍ବରୁ ବ୍ୟବସାୟୀମାନେ ସେମାନଙ୍କର ଉତ୍ପାଦକୁ ଏକ ତ୍ରୈମାସିକ ମୂଲ୍ୟରେ କ୍ରୟ କରି ପ୍ରଥମେ ଏହାକୁ ସଂରକ୍ଷଣ କରୁଥିଲେ । ପରେ, ସେ ନିଜର ଅଭାବ ଦର୍ଶାଇ ବ୍ଲାକ୍ ମାର୍କେଟିଂ କରୁଥିଲେ । ଏହାକୁ ବନ୍ଦ କରିବା ପାଇଁ ଜରୁରୀ ଦ୍ରବ୍ୟ ଆଇନ ପ୍ରଣୟନ କରାଯାଇଥିଲା । ଯେଉଁଥିରେ ବ୍ୟବସାୟୀମାନଙ୍କୁ କୃଷିଜାତ ଦ୍ରବ୍ୟର ସୀମାଠାରୁ ଅଧିକ ସଂରକ୍ଷଣ କରିବାକୁ ବାରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସଂଶୋଧନ କରି ସରକାର ସେମାନଙ୍କୁ ବ୍ଲାକ୍ ମାର୍କେଟିଂର ସୁଯୋଗ ଦେଇଦେଇଛନ୍ତି ।

Leave a Reply