ବିଜେଡି ରାଜ୍ୟ ପରିଷଦ ବୈଠକକୁ କାହିଁକି ଯାଇନଥିଲେ ସାଂସଦ ଅନୁଭବ? ଦେଲେ ଜବାବ

Kendrpara MP Anuvab Mohanty Filed Defamation Case Against OTV In Delhi District Court

ଭୁବନେଶ୍ୱର: ବିଜେଡି ରାଜ୍ୟ ପରିଷଦ ବୈଠକରେ ଯୋଗ ନଦେବାର କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ବୈଠକରେ ଯୋଗ ଦେଇ ପାରିନଥିଲେ ବୋଲି କହିଛନ୍ତି ।

ବୈଠକରେ ତାଙ୍କ ଅନୁପସ୍ଥିତିକୁ ନେଇ ମିଡିଆରେ ପ୍ରକାଶିତ ରିପୋର୍ଟ ଉପରେ ସେ କହିଛନ୍ତି ଯେ, ପ୍ରକାଶିତ ରିପୋର୍ଟ ସବୁ କପୋଳକଳ୍ପିତ । ମୁଁ ମୋ’ ଦଳ ଓ ଓଡ଼ିଶା ଲୋକଙ୍କ ଭଲ ପାଇବା ତଥା ସମର୍ଥନ ପାଇଛି । ମୁଁ ବିଜେଡିର ଜଣେ ବିଶ୍ୱସ୍ତ ସୈନିକ ଓ ନବୀନଙ୍କ ନୀତିରେ ବିଶ୍ୱାସ କରୁଥିବା ବ୍ୟକ୍ତି । ମାନନୀୟ ମୁଖ୍ୟମନ୍ତ୍ରୀ ମୋ ପାଇଁ ପ୍ରେରଣା ସ୍ରୋତ ରହି ଆସିଛନ୍ତି । ମୁଁ ତାଙ୍କ ପଦାଙ୍କ ଅନୂସରଣ କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନର କଠିନ ସମୟରେ ମୋ ଉପରେ ତାଙ୍କ ବିଶ୍ୱାସ ମୋତେ ଦୃଢ କରିଛି ।

ସୂଚନାଯୋଗ୍ୟ ଯେ, ବୈଠକରେ ତାଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ପତ୍ନୀ ବର୍ଷାଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ବୈଠକରେ ଅନୁପସ୍ଥିତିକୁ ସେହି ଘଟଣା ସହ ଯୋଡି ଦେଖାଯାଉଥିଲା ।

Leave a Reply