୩ ଦିନରେ ମଲେଣି ୨ ଆନାକୋଣ୍ଡା, ଆଉ ୩ ଅସୁସ୍ଥ ଥିବା ଚର୍ଚ୍ଚା

1 min read

ଭୁବନେଶ୍ୱର: ଓଡ଼ିଶାର ପାଣିପାଗ ସହ ଖାପଖୁଆଇ ପାରୁନାହାଁନ୍ତି ହଳଦିଆ ଆନାକୋଣ୍ଡା । ୩ ଦିନ ମଧ୍ୟରେ ଦୁଇ ଦୁଇଟି ଆନାକୋଣ୍ଡାର ମୃତ୍ୟୁ ପରେ ଏମିତି ପ୍ରଶ୍ନ ଉଠିଛି । ଗତ ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । କୁହଯାଇଥିଲା ସାପଟି ୨ ସପ୍ତାହ ଧରି ଖାଉନଥିଲା । ଫଳରେ ଶୀତରେ ତାର ମୃତ୍ୟୁ ହୋଇଛି ।

ଗୋଟିଏ ଆନାକୋଣ୍ଡା ମୃତ୍ୟୁର ଠିକ୍ ୨ ଦିନ ପରେ ପୁଣି ଆଜି ଆଖି ବୁଜିଛି ଆଉ ଏକ ହଳିଦିଆ ଆନାକୋଣ୍ଡା । କିଛିଦିନ ହେବ ରକ୍ତ ଝାଡ଼ାରେ ପୀଡ଼ିତ ଆନାକୋଣ୍ଡାକୁ ୪୫ ନମ୍ବର ଖୁଆଡ଼ରେ ରଖି ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହଳିଦିଆ ଆନାକୋଣ୍ଡା ସଂଖ୍ୟା ୬କୁ ଖସି ଆସିଛି ।ଗତ ୧୯ ତାରିଖରେ ଚେନ୍ନାଇ ଚିଡ଼ିଆଖାନାର କ୍ରୋକୋଡାଇଲ୍ ବ୍ୟାଙ୍କରୁ ୮ଟି ହଳିଦିଆ ଆନାକୋଣ୍ଡାକୁ ନନ୍ଦନକାନନ ଅଣାଯାଇଥିଲା । ଓଡ଼ିଶାର ପରିବେଶ ସହ ଖାପ ଖୁଆଇବା ପାଇଁ ସେମାନଙ୍କୁ ଅନ୍ୟତ୍ର ରଖାଯାଇଥିଲା । ତେବେ, ନନ୍ଦନକାନନର ପରିବେଶ ସହ ସେମାନ ଖାପଖୁଆଇ ନପାରିବାରୁ ୧୩ ଦିନ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ହେଲାଣି ।

ଆନାକୋଣ୍ଡାର ପ୍ରକୃତି

ହଳିଦିଆ ଆନାକୋଣ୍ଡା ପ୍ରାୟତଃ ୧୫ରୁ ୨୦ ବର୍ଷ ବଞ୍ଚନ୍ତି । ଏମାନେ ସମଷୀତୋଷ୍ଣ ଜଳବାୟୁ ସହ ଖାପ ଖୁଆଇପାରନ୍ତି । ବିଶେଷକରି ବାଲିପଠା, ନଦୀ ପଠା ଅଞ୍ଚଳରେ ଏମାନେ ରୁହନ୍ତି । ବୋଲିଭିଆ, ପାରାଗୁଏ, ଉରୁଗୁଏ, ପଶ୍ଚିମ ବ୍ରାଜିଲ୍ ଓ ଉତ୍ତର-ପୂର୍ବ ଆମେରିକାରେ ମୁଖ୍ୟତଃ ଏମାନଙ୍କ ସଂଖ୍ୟା ଅଧିକ । ଆନାକୋଣ୍ଡା ଅଧିକାଂଶ ସମୟ ପାଣି ଭିତରେ ରହିବାକୁ ଭଲ ପାଏ ।

File

କଣ ଖାଏ ଆନାକୋଣ୍ଡା ?

ହଳିଦିଆ ଆନାକୋଣ୍ଡା ମାଂସାସୀ । ପଶୁଙ୍କ ସହ ମାଛ, ଛୋଟ ପକ୍ଷୀ ଓ କୀଟ, ପକ୍ଷୀ ଦେଇଥିବା ସଦ୍ୟ ଅଣ୍ଡା ଆନାକୋଣ୍ଡା ଖାଇଥାଏ । ଆଉ ଯାହାକୁ ଶିକାର ପାଇଁ ମନ ବଳାଏ, ତା ଶରୀର ଠାରୁ ବଡ଼ ହୋଇଥିଲେ ମଧ୍ୟ ତାକୁ ଗିଳିଦିଏ ।

କେଉଁ ପରିବେଶ ସୁହାଏ ?

ଓଦାଳିଆ ପରିବେଶ ମାନେ ତାପମାତ୍ରା ଖସିଲେ ଆନାକୋଣ୍ଡା ଆଶ୍ୱସ୍ତି ଲାଭ କରେ, ଛୁଆ ଜନ୍ମ କରେ । ମାଈ ହଳିଦିଆ ଆନାକୋଣ୍ଡା ଗୋଟିଏ ଥରରେ ଏକାଥରକେ ୩୦ଟି ଛୁଆ ଜନ୍ମ ଦେଇପାରେ । ଯାହାର ଲମ୍ବ ପାଖାପାଖି ୫୦ ସେଣ୍ଟିମିଟର ହୋଇଥାଏ ।

https://nandighoshatv.comanaconda-dies-at-nandan-kanan-zoo/

 

Leave a Reply