କାନ୍ଦୁଛି ଗାଁ, କାନ୍ଦୁଛନ୍ତି ସହିଦଙ୍କ ପରିବା, ବର୍ଷ ତଳେ ସେନାରେ ହୋଇଥିଲେ ସାମିଲ

Sahid

ଗଞ୍ଜାମ: କାନ୍ଦୁଛି ଗାଁ । କାନ୍ଦୁଛନ୍ତି ସହିଦ ଯବାନଙ୍କ ପରିବାର । ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବୃଦ୍ଧ ବାପା, ମା ଓ ଧର୍ମପତ୍ନୀ । ଅଫେରା ବାଟର ବାଟୋଇ ହୋଇଥିବା ଯଜ୍ଞଙ୍କୁ ଚାହିଁ ରହିଛନ୍ତି ଗାଁ ଲୋକେ ଓ ସପରିବାର । ବୀର ଯବନାଙ୍କୁ ହରାଇ ଭାଙ୍ଗି ପଡିଛି ସମଗ୍ର ଅଞ୍ଚଳ ।

ରବିବାର ସିକିମର ନାଥୁଲା ସେକ୍ଟରରେ ଯବାନଙ୍କୁ ନେଇ ଏକ ଗାଡ଼ି ଯାଉଥିବା ସମୟରେ ୮୦୦ ଫୁଟ୍ ତଳକୁ ଖସିପଡିଥିଲା । ଦୁର୍ଘଟଣାରେ ଚାରି ଜଣ ଯବାନ ଓ ଜଣେ ୮ ବର୍ଷ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଗାଡିରେ ଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କର ।

ଏହି ଖବର ପାଇବାପରେ ଆଠଗଡ଼ ପାଟଣାର ଗାଁ ଦାଣ୍ଡ ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଅକୁ ହରାଇ ବାପା, ମା ଭାଙ୍ଗି ପଡିଥିବା ବେଳେ ସ୍ୱାମୀଙ୍କ ବାଟକୁ ଚାହିଁ ରହିଛି ପତ୍ନୀ । ଗତ ବର୍ଷ ସିକିମ ଅଂଚଳରେ ସେନାରେ ସାମିଲ ହୋଇଥିଲେ ଯଜ୍ଞ । ସହିଦ ଯବାନଙ୍କ ପରିବାରକୁ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

Leave a Reply