କୋହଲି – ୱାର୍ଣ୍ଣର ମୁକାବିଲା : ଏଥର ପ୍ରତିଶୋଧ ଲକ୍ଷ୍ୟରେ ଚ୍ୟାଲେଞ୍ଜର୍ସ

ଭୁବନେଶ୍ୱର, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଇପିଏଲ ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ନିଜର ପ୍ରଭାବୀ ଅଧିନାୟକତ୍ୱର ଚମକ ବିରାଟ ଆଇପିଏଲରେ ଏତେଟା ପ୍ରଦର୍ଶନ କରି ପାରିନାହାନ୍ତି । ୨୦୧୬ରେ ଶେଷ ଥର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ହେଲେ ଏଯାବତ ଏହି ଦଳ କୌଣସି ଥର ବି ଆଇପିଏଲ ଟାଇଟଲ ହାସଲରେ ସକ୍ଷମ ହୋଇନାହିଁ । ତେଣୁ କୋହଲିଙ୍କୁ ଏକ ଅସଫଳ ଆଇପିଏଲ ଅଧିନାୟକ ଭାବେ ଚିତ୍ରଣ କରାଯାଇଛି ।

କ୍ରିକେଟରେ କେତେବେଳେ ଯେ, ବାଜି ପଲଟିଯିବ, ତାହା କହି ହେବ ନାହିଁ । ତେଣୁ ପୁରୁଣା ରେକର୍ଡକୁ ପଛରେ ପକାଇ ବାଙ୍ଗାଲୋକ ଭଲ ପ୍ରଦର୍ଶନ କରୁ, ଏହା ଦଳର ପ୍ରଶଂସକମାନେ ଚାହିଁଥାଆନ୍ତି । ଆଜି କୋହଲିଙ୍କ ଇଲେଭନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି । ହାଇଦ୍ରାବାଦ ହେଉଛି , ସେହି ଦଳ ଯିଏ କି ଗତଥର ମାତ୍ର ଗୋଟିଏ ପଏଣ୍ଟରେ ବାଙ୍ଗାଲୋରଠାରୁ ଆଗରେ ରହିଥିଲା । ଏଥିସହିତ ଫ୍ଲେ ଅଫ ଖେଳିବାରେ ମଧ୍ୟ ସକ୍ଷମ ହୋଇଥିଲା । ଇତି ମଧ୍ୟରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ହାଇଦ୍ରାବାଦର ପଲ୍ଲା ସାମାନ୍ୟ ଭାରି ଜଣାପଡୁଛି । ହାଇଦ୍ରାବାଦ ୮ ଥର ବାଙ୍ଗାଲୋରକୁ ହରାଇଛି । ସେହିପରି  ବାଙ୍ଗାଲୋର ୬ ଥର ହାଇଦ୍ରାବାଦକୁ ହରାଇଛି ।

କ୍ରିକେଟରେ ରେକର୍ଡ ବହିରେ ଶୋଭା ପାଇଥାଏ । ସବୁ ବିଫଳତାକୁ ଭୁଲାଇ ବିରାଟ ବାହିନୀ ନୂଆ ଆରମ୍ଭ ପାଇଁ ଆଶାବାଦୀ ।  ବିରାଟ କୋହଲିଙ୍କୁ ବାଦ୍ ଦେଲେ ଆଫିକ୍ରୀୟ ଖେଳାଳି ଏବି ଡ୍ରିଭିଲିୟସ ସହ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଅଛନ୍ତି । ତେଣୁ କିଏ ଓପନିଂ ଆସିବ, ସେ ନେଇ ଚର୍ଚ୍ଚା ଜାରି ରହିଛି । କୋହଲିଙ୍କ ସହ ଫିଞ୍ଚ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ପରେ ଏବି ବ୍ୟାଟିଂ କରିପାରିବେ । ହେଲେ ମିଡିଲ ଅର୍ଡରରେ ବାଙ୍ଗାଲୋର ଟିମ୍ ସାମାନ୍ୟ ପଛରେ ରହିଛି । ଷ୍ଟଏନିସ୍ ଆଉ ବାଙ୍ଗାଲୋରରେ ନାହାନ୍ତି, ତେଣୁ ତାଙ୍କ ଅଭାବ କୋହଲିଙ୍କ ଇଲେଭନକୁ ଅନୁଭବ ହେବ । ସେହିପରି ଶେଷ ଡେଥ ଓଭର ଗୁଡିକରେ କିଏ ବୋଲିଂ କରିବ ସେ ନେଇ ମ ଅସୁବିଧା ରହିଛି ।

ଅପରପକ୍ଷରେ ହାଇଦ୍ରାବାଦ ଟିମରେ ମଧ୍ୟ ଭଲ ଖେଳାଳିଙ୍କ ଅଭାବ ନାହିଁ । ଡେଭିଡ ୱର୍ଣ୍ଣର ପ୍ରତିଥର ୫୦୦ରୁ ଅଧିକ ରନ ସଂଗ୍ରହ କରିଥାଆନ୍ତି । ତେଣୁ ଡେଭିଡଙ୍କୁ ଫର୍ମ ଫେରିବା ଆବଶ୍ୟକ ରହିଛି । ସେହିପରି ନ୍ୟୁଜଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସଙ୍କ ମଧ୍ୟ ଦଳକୁ ଯୋଗାଦାନ ରହିବ । କମ୍ ସ୍କୋର କରି ଭଲ ବୋଲିଂ କରିବା ଏହି ଦଳର ଦକ୍ଷତା । ରସିଦ ଖାନ, ଭୁବନେଶ୍ୱର କୁମାର, ମହମ୍ମଦନବୀଙ୍କ ଯୋଗଦାନ ମଧ୍ୟ ରହିବ । କେବଳ ଲୋ ସ୍କୋରିଂ ନୁହେଁ, ବଡ ବଡ ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ହାଇଦ୍ରାବାଦ ସଫଳ ହୋଇଥାଏ । ତେଣୁ ସୋମବାର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱ ବହନ କରିଥାଏ ।

୨୦୧୩ରୁ ସିଜିନ ଆରମ୍ଭ କରିଥିବା ଏହି ହାଇଦ୍ରାବାଦ ଟିମ୍ ୪ ନମ୍ବର ସ୍ଥାନରେ ରହିଥିଲା । ଏହା ପର ୨ ବର୍ଷ ୬ ନମ୍ବରରେ ରହିଥିଲା । ସେହିପରି ୨୦୧୬ରେ ଦଳ ଚମ୍ପିୟାନ ହୋଇଥିଲା । ଏହା ପରବର୍ଷ ପୁନର୍ବାର ନମ୍ବର ୪, ୨୦୧୮ରେ ଫାଇନାଲିଷ୍ଟ ହୋଇଥିଲା । ଗତଥର ମଧ୍ୟ ୪ ନମ୍ବରରେ ରହି ସିଜିନ୍ ସମାପ୍ତ କରିଥିଲା ।

 

Leave a Reply