WHO ର ଭାରତକୁ ଚେତାବନୀ, ସତର୍କ ରୁହ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ସୋମବାର ଭାରତକୁ ଚେତାବନୀ ଦେଇଛି । ଟୀକାକରଣର ଦାବି ସତ୍ତ୍ୱେ କରୋନା ଭୂତାଣୁର ପ୍ରଭାବଶାଳୀ ଚିକିତ୍ସା ପଥ ବହୁତ ଦୂରରେ । WHO ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ କହିଛନ୍ତି ଯେ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ବହୁତ ସମୟ ଲାଗିବ। ବିଶ୍ୱରେ କରୋନା ସ୍ଥିତି ସ୍ୱାଭାବିକ ହେବାକୁ ଅଧିକ ପରିଶ୍ରମ କରିବାକୁ ପଡିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଚେତନ କରାଇଛି । ସେ କହିଛନ୍ତି ଯେ, କରୋନା ଜୀବାଣୁ ବିରୁଦ୍ଧରେ କିଛି ଟିକା ଫଳାଫଳ ସଫଳତା ଆଡକୁ ଗତିକରୁଛି । କିନ୍ତୁ ଏହା ପ୍ରଭାବଶାଳୀ ଚିକିତ୍ସାର ସ୍ଥିତିରେ ପହଞ୍ଚିପାରି ନାହିଁ ।

ଏଥିପାଇଁ କିଛି କଠୋର ପଦକ୍ଷେପ ନେବାକୁ ପଡିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହାତ ଧୋଇବା ଏବଂ ଆବଶ୍ୟକ ସମୟରେ ପରୀକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଜେନେଭାରେ WHO ମୁଖ୍ୟାଳୟରୁ ଏକ ଭର୍ଚୁଆଲରେ ସେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନେକ ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଅଛି । ତେବେ ବ୍ରାଜିଲ ଏବଂ ଭାରତ ପରି ଦେଶରେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍ । WHO ଆହୁରି ସ୍ପଷ୍ଟ କରିଛି ଯେ, ଚୀନ୍ ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ବୃହତ ଦଳ ଉହାନ୍ ଯାଇ ସେଠାରେ ଜୀବାଣୁଙ୍କ ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବେ । ଜୁଲାଇ ୧୦ତାରିଖରେ ଚୀନ୍ ଗସ୍ତରେ ଆସିଥିବା WHO ଦଳ ଏହାର କାର୍ଯ୍ୟ ଶେଷ କରିଛି । ଯାହା କରୋନା ଜୀବାଣୁ ମାନବଙ୍କ ନିକଟରେ ପହଞ୍ଚିବା ବିଷୟରେ ଗବେଷଣାକୁ ଆଗକୁ ବାରେ ସାହାଯ୍ୟ କରିବ ।

 

Leave a Reply