ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ଆସିବା ପରେ ସବୁ ମହଲରେ ପ୍ରତିକ୍ରିୟା, ପଢ଼ନ୍ତୁ କିଏ କଣ କହିଲେ ?

ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଟିଆଲା ହାଉସକୋର୍ଟ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପଞ୍ଜାବର ମହିଳା କମିଶନ ଓ କଂଗ୍ରେସ ସଭାନେତ୍ରୀ ସମସ୍ତେ ମତାମତ ଦେଇଛନ୍ତି ।

ନିର୍ଭୟା ମାମଲାରେ ପ୍ରତିକ୍ରିୟା ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ । କହିଲେ ନ୍ୟାୟ ମିଳିଲା ।

ନିର୍ଭୟା ମାମଲାରେ ବ୍ଲାକ୍ ଓ୍ୱାରେଣ୍ଟ ଜାରି ପରେ ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ । କହିଲେ, ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ । ଯଦି ନିର୍ଭୟା ଭଳି ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ, ୭ ବର୍ଷ ପରେ ମିଳୁଛି ତେବେ ଯେଉଁଠି ପ୍ରମାଣର ସ୍ପଷ୍ଟତା ନଥିବ ସେଠାରେ କିଭଳି ଦଣ୍ଡ ଦିଆଯିବ ? ରାଜନୀତିକ ଓ ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତି ଏହା ଉପରେ ଚିନ୍ତା କରିବା ଦରକାର ।

Leave a Reply