ସାରା ବିଶ୍ୱରେ କୋଭିଡ୍ ସଂକ୍ରମଣ ଆହୁରି ଗୁରୁତର ହେବା ନେଇ ଆଶଙ୍କା, ସତର୍କ ରହିବାକୁ WHOର ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣର ଏବେ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ । କିଛି ଦେଶରେ ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ମୁକାବିଲା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି । ଅନେକ ଦେଶରେ କୋଭିଡ କଟକଣାରେ କୋହଳ କରିବା ଯୋଗୁଁ ଏପରି ସ୍ଥିତି ଦେଖାଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ଯେଉଁ ଦେଶରେ କରୋନା ସଂକ୍ରମଣ ବଢୁଛି ସେମାନେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି WHO ପରାମର୍ଶ ଦେଇଛି । ନହେଲେ ସ୍ଥିତି ପୁଣିଥରେ ଅଣାୟତ ହେବ ବୋଲି ଚେତାବନି ଦିଆଯାଇଛି । କରୋନାକୁ ଆଦୌ ହାଲୁକା ଭାବେ ନନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ କରି କରୋନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶକୁ ପରାମର୍ଶ ଦିଆଯାଇଛି ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

WHO ମୁଖ୍ୟ କହିଛନ୍ତି ଯେ, ସବୁ ଦେଶ ଭୂତାଣୁ ବିସ୍ତାରକୁ ସୀମିତ ରଖିବା ପାଇଁ ଜରୁରୀ ପଦକ୍ଷେପ ନେବା ଉଚିତ୍। କରୋନା ପରୀକ୍ଷଣରେ ଉନ୍ନତି ଆଣିବା ସହ ପୂର୍ବ ଭଳି ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଜରୁରୀ । ଏହା ଦ୍ୱାରା ସମସ୍ତେ ସତର୍କ ହୋଇପାରିବେ । କରୋନା ହେବାର ଆଶଙ୍କା ଥିବା ଲୋକଙ୍କୁ ଆଇସୋଲେଟ୍ କରିଲେ ଲକଡାଉନ ଭଳି ସ୍ଥିତି ପୁଣି ହେବ ନାହିଁ । ଏହା ସହିତ ନେତାମାନଙ୍କୁ ମଧ୍ୟ ଉଚିତ୍ ପଦକ୍ଷେପ ନେବାକୁ WHO ଅନୁରୋଧ କରୁଛି । ମୃତ୍ୟୁ ହାର ରୋକିବାକୁ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply