୧୯ ମିନିଟ୍ ମିଛକୁ ନେଇ ହରଡ଼ଘଣାରେ ଓଟିଭି, AAI କହିଲା କିଏ VVIP…

1 min read
Who Is VVIP As Per Airport SOP

ଭୁବନେଶ୍ୱର: ଏକ ନମ୍ବର ଚ୍ୟାନେଲରେ ଡାହା ମିଛ ଖବର । ଆରଟିଆଇ ସୂଚନାକୁ ଭିତ୍ତି କରି ଅକ୍ଟୋବର ୧୪ରେ ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନକୁ ନେଇ ଓଟିଭି ପ୍ରଶ୍ନ ଉଠାଇବା ସହ ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ କୌଣସି VVIP ଯାତ୍ରା କରିନଥିବା ଖବର ପ୍ରସାରଣ କରିଥିଲା । ଏହା ଉପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛି ।

Who Is VVIP As Per Airport SOP
୨୦୨୦ ଅଗଷ୍ଟ ୩୧ ତାରିଖରେ ଭାରତୀୟ ସମୟ ଅପରାହ୍ଣ ୩ଟା ୪୨ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର ଛାଡ଼ିଥିବା ବେଳେ ଅପରାହ୍ଣ ୪ଟା ୧ରେ ଲ୍ୟାଣ୍ଡିଂ କରିଥିଲା । ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ସମୟକୁ ବାଦ୍ ଦେଇ ଆକାଶ ମାର୍ଗରେ ପରିଦର୍ଶନ ସମୟ ହେଉଛି ୧୯ ମିନିଟ୍ ।

Who Is VVIP As Per Airport SOP
FILE

ବିମାନବନ୍ଦର ଏସଓପି ଅନୁସାରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ଦେଶର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦେଶର ମୁଖ୍ୟ VVIP । ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀ ଅନ୍ତର୍ଭୁକ୍ତ ନୁହଁନ୍ତି । କିନ୍ତୁ, ଓଟିଭି ପ୍ରସାରଣ କରିଥିବା ଖବରରେ ଡାହା ମିଛ କହିଥିଲା । ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତକୁ ମିଛ ଦର୍ଶାଇ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ଚାହୁଁଛି କି ଓଟିଭି ?

ଏଥିସହ ପଢ଼ନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ମିଛ ଖବର ପ୍ରସାରଣ କରିଛି ଓଟିଭି: AAI

Leave a Reply