ଟିକାକୁ ନେଇ ବଢୁଛି ଆଶା, ଫାଇଜର ଟିକାକୁ WHOର ଅନୁମତି

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ପ୍ରକୋପ । କରୋନାକୁ ମାତ୍ ଦେବାକୁ ଜାରି ରହିଛି ସବୁ ପ୍ରକାର ପ୍ରୟାସ । ଏବେ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ମଂଜୁରୀ । ଏହାସହ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ଏହି ଟିକା କରୋନା ମାତ୍ ଦେବାରେ ସଫଳ ହେବା ନେଇ ଆଶା ବଢିଛି । ତେଣୁ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚ୍ଓ ।

ଏହାପରେ ଭାରତରେ ଫାଇଜର ବ୍ୟବହାର ନେଇ ଆଶା ବଢିଛି । ତଜ୦ସବୁ ଦେଶରେ ଭାକ୍‌ସିନ୍ ପହଞ୍ଚାଇବା ପାଇଁ ସଂଗଠନ ଏମ୍‌ରଜେନ୍ସି ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିଛି । ସେପଟେ ଟିକା ନେଇ ଆଜି ବସୁଛି ଗୁରୁତ୍ୱ ପୂର୍ଣ୍ଣ ବୈଠକ । କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ସଂସ୍ଥାର ବିଶେଷଜ୍ଞ କମିଟି ବୈଠକରେ ଯୋଗଦେବେ । ଆଲୋଚନା ପରେ ଦେଶରେ ଜରୁରୀକାଳୀନ ବ୍ୟବହାର ନେଇ ନିଷ୍ପତ୍ତି ହୋଇପାରେ ।

ଅନ୍ୟପଟେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଲୋକଙ୍କୁ ଭୟଭିତ କରୁଛି । ବ୍ରିଟେନ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଦେଶ । ସାଧାରଣତଃ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ବ୍ରିଟେନରେ ହିଁ ଦେଖା ଦେଇଛି । ଏବଂ ସେଠାରୁ ଫେରୁଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରାଯାଇଛି । ଏଯାଏଁ ଦେଶରେ ୨୫ରୁ ଅଧିକ ଲୋକଙ୍କ ଠାରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଚିହ୍ନଟ ହୋଇଛି ।

Leave a Reply