ହ୍ୱାଇଟ୍ ହାଉସର ଚେତାବନୀ: ସବୁ ଉପାୟ ପରେ ବି ଆମେରିକାରେ ମରିପାରନ୍ତି ୨.୪ ଲକ୍ଷ ଲୋକ !

1 min read

ଯୁକ୍ତରାଷ୍ଟ ଆମେରିକା: ଆମେରିକାରେ କରୋନା ଭାଇରସ୍ ଭୟବହ ରୂପ ନେଉଛି | ଯୁକ୍ତରାଷ୍ଟ୍ରରେ ୧,୭୫,୦୬୭ ଜଣ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ । ଆମେରିକାରେ କରୋନାରେ ମରିଥିବା ଲୋକଙ୍କ  ସଂଖ୍ୟା ୩୮୦୦ ଅତିକ୍ରମ କରିଥିବାବେଳେ ଚାଇନାରେ ୩,୩୦୯ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଦିନପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାକୁ ଚେତାବନୀ ଦେଇଥିଲା ଯେ ଏହା କରୋନା ସଂକ୍ରମଣର ପରବର୍ତ୍ତୀ କେନ୍ଦ୍ର ହେବାକୁଯାଉଛି ।

ହ୍ୱାଇଟ ହାଉସର ଆକଳନ ଅନୁଯାୟୀ ଯଦି ସାମାଜିକ ଦୂରତାକୁ ଠିକ ଭାବରେ ପାଳନ କରାଯାଏ ତେବେ ମଧ୍ୟ କରୋନା ମହାମାରୀ ଦ୍ୱାରା ଅତି କମରେ ୧ ଲକ୍ଷରୁ ୨.୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ । ଯାହା ଏକ ବଡ଼ ସଂଖ୍ୟ ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକୀୟମାନଙ୍କୁ ବହୁତ ଯନ୍ତ୍ରଣାଦାୟକ ସମୟ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ମୁଁ ପ୍ରତ୍ୟେକ ଆମେରିକୀୟଙ୍କୁ କହିବାକୁ ଚାହେଁ ଯେ ଆଗାମୀ ଦିନରେ ଆସିବାକୁଥିବା କଠିନ ସମୟ ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଗାମୀ ଦୁଇ ସପ୍ତାହ ବହୁତ ଭୟଙ୍କର ହେବାକୁ ଯାଉଛି ।’

ହ୍ୱାଇଟ ହାଉସର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଦେଶରେ କରୋନା ଭାଇରସକୁ ହରାଇବାର ଉଦ୍ୟମ ସଠିକ ଭାବରେ ଜାରି ରହିଲେ ମଧ୍ୟ ଏକ ଲକ୍ଷରୁ ୨.୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।

ହ୍ୱାଇଟ ହାଉସର କରୋନା ଭାଇରସ ଟାସ୍କଫୋର୍ସର ସଦସ୍ୟ Dr. Deborah Birks ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ମଡେଲକୁ ଦେଖିଲେ ଏହା ଆଶଙ୍କା କରାଯାଉଛି ଯେ,  ମହାମାରୀକୁ ରୋକିବା ପାଇଁ କୈଣସି ପଦକ୍ଷେପ ନିଆ ନ ଗଲେ ଦେଶରେ ଅତି ଭୟଙ୍କର ଭାବରେ ୧୫ ରୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।

ଅବଶ୍ୟ, ଲକଡାଉନ୍ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରି ଏହି ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇପାରିବ । ଡ. ଡେବୋରା ଗୁରୁତ୍ୱାରୋପ କରିଛନ୍ତି ଯେ ଯଦି ଲୋକମାନେ ସେମାନଙ୍କର ମନୋଭାବରେ ପରିବର୍ତ୍ତନ କରନ୍ତି ତେବେ ମୃତ୍ୟୁ ସଂଖ୍ୟା କମି ପାରିବ ।

ସେ କହିଛନ୍ତି ଯେ ୪୮ଟି ରାଜ୍ୟ ତୁଳନାରେ ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ସର୍ବାଧିକ କରୋନା ଭାଇରସ ମାମଲା ରହିଛି । ସେ ଆଶା କରିଥିଲେ ଯେ ସାମାଜିକ ଦୂରତା ମହାମାରୀକୁ ଅନ୍ୟ ରାଜ୍ୟକୁ ବ୍ୟାପିବାକୁ ଦେବନାହିଁ । ପ୍ରତିରୋଧର ପ୍ରାରମ୍ଭିକ ପଦକ୍ଷେପ ପରେ କାଲିଫର୍ଣ୍ଣିଆ ଏବଂ ୱାଶିଂଟନରେ ରୋଗ ବ୍ୟାପିବାର ହାର ହ୍ରାସ ପାଇଛି | ଏହା ଆମକୁ ଟିକିଏ ଭରସା ଦେଇଥାଏ  । ସାଧାରଣ ଜନତା ହି ଏହି ମହାମାରିକୁ ରୋକିବାରେ ଆମର ସାହାଯ୍ୟ କରିପାରିବେ ।

Leave a Reply