ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

1 min read
Which Covid Vaccine Will Helpful For Boosting Immune System

କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆଉ କିଛିଦିନ ପରେ ଭାରତରେ କରୋନା ମହାମାରୀର ଭୟାବହତାକୁ ରୋକିବା ଲାଗି ଆରମ୍ଭ ହେବ ଟିକାକରଣ ଅଭିଯାନ । ଏନେଇ ସରକାରୀ ସ୍ତରରେ ତତ୍ପରତା ଯେତିକି ବଢ଼ୁଛି ରାଜନୀତିକ ପାଣିପାଗ ବି ସେତିକି ଗରମ ହେଉଛି । ଅନ୍ୟ ପକ୍ଷରେ ଲୋକଙ୍କ ମନରେ ଉତ୍କଣ୍ଠା ଓ ପ୍ରଶ୍ନବାଚୀ ବଢ଼ି ଚାଲିଛି । କୋଉ ଟିକା ଆାମେ ନେବା ଉଚିତ୍ ? ଦେଶୀ ଟିକା ଭଲ କାମ ଦେବ ନା ବିଦେଶୀ ଟିକା ? ପୁଣି ଆମେରିକା ଟିକା ଭଲ କାମ ଦେବ ନା ଋଷୀୟ ? ମୋର ରୋଗ ପ୍ରତିରୋଧକ ଶକ୍ତି କୋଉ ଟିକାରେ ଅଧିକ ବଢ଼ିବ ଏମିତି ? ଆସନ୍ତୁ ଜାଣିବା କେଉଁ ଟିକା କେତେ ଉପଯୋଗୀ ହେବ ଆପଣଙ୍କ ପାଇଁ…

 Which Covid Vaccine Will Helpful For Boosting Immune System

ଭାରତ ସରକାରଙ୍କ ଡ୍ରଗ୍ସ ମହାନିୟନ୍ତ୍ରକ ଦୁଇଟି ଟିକାକୁ ଜରୁରୀକାଳୀନ ଭିତ୍ତିରେ ପ୍ରଦାନ କରିବା ଲାଗି ଅନୁମତି ପ୍ରଦାନ କରି ସାରିଛନ୍ତି । ଏଥିରୁ ଗୋଟିଏ ଟିକା ଦେଶୀୟ ଜ୍ଞାନ କୌଶଳରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଅନ୍ୟଟି ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଜ୍ଞାନ କୌଶଳରେ ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଦୁଇ ଟିକା ସହ ଋଷ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍- ଭି ଏବଂ ଆମେରିକା ଦ୍ୱାରା ପ୍ରସ୍ତୁତ ନୋଭାଭାକ୍ସ ମଧ୍ୟ ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବ । ଏଥିଲାଗି ଆବଶ୍ୟକ ପ୍ରସ୍ତୁତି ଚାଲିଛି । ପ୍ରଶ୍ନ ହେଲା ମୁଁ ଏବେ ଯେଉଁ ଟିକା ମିଳୁଛି ତାହା ନେବି ନା ଆମେରିକୀୟ ବା ଋଷୀୟ ଟିକା ଆସିବା ଯାଏ ଅପେକ୍ଷା କରିବି ? ଏ ପ୍ରଶ୍ନର ଉତ୍ତର ଭାରି ସ୍ପଷ୍ଟ । ଏହା ଯେ, ପ୍ରତିଟି ଟିକା ଶରୀରର ରୋଗ ପ୍ରତିରାଧକ ଶକ୍ତିକୁ ବୃଦ୍ଧି କରି କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ସକ୍ଷମ କରାଇଥାଏ । ଖାଲି ପ୍ରଭେଦ ଏତିକି ଯେ କିଛି ଟିକା ପ୍ରସ୍ତୁତ କରିବା ବେଳେ ରୋଗ ସୃଷ୍ଟିକାରୀ ଦୁର୍ବଳ ଜର୍ମକୁ ବ୍ୟବହାର କରାଯାଇଛି ତ ଆଉ କିଛି ପାରମ୍ପରିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମୌଳିକ ଜିନ୍ ନିର୍ଦେଶାବଳୀକୁ ପାଳନ କରିଛନ୍ତି ।

ଏଥର ଜାଣିବା କେଉଁ ଟିକା କେମିତି ପ୍ରସ୍ତୁତ ହୋଇଛି ?

 Which Covid Vaccine Will Helpful For Boosting Immune System

ପ୍ରଥମେ କୋଭିସିଲ୍ଡ ଓ ସ୍ପୁଟନିକ୍-ଭି କଥା । ଏହି ଦୁଇ ଟିକା ଯଥାକ୍ରମେ ବ୍ରିଟେନ୍ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା ଏବଂ ଋଷର ଜିମାଲେୟା ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ । ଏହି ଦୁଇ ଟିକାରେ କରୋନା ଭୂତାଣୁକୁ ବ୍ୟବହାର କରାଯାଇଛି । ଭୂତାଣୁର କିଛି ଅଂଶକୁ ଟିକାର ଡୋଜ୍ ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରାଯିବ । ଡରିବାର କିଛି ନାହିଁ । କାରଣ ଇଞ୍ଜେକ୍ସନ୍ ମାଧ୍ୟମରେ ଯେଉଁ କରୋନା ଭୂତାଣୁ ଆପଣଙ୍କ ଶରୀରରେ ପ୍ରବେଶ କରାଯିବ ତାହା ଭୂତାଣୁର ସମଗ୍ର ଅଂଶ ନୁହେଁ କି ଏହା ମନକୁ ମନ ଶରୀର ଭିତରେ ବୃଦ୍ଧି ପାଇବ ନାହିଁ । ଅର୍ଥାତ୍ କରୋନା ଭୂତାଣୁର ଭୟଙ୍କର ତଥା ବିପଜ୍ଜନକ ସ୍ୱତଃ ବଢ଼ୁଥିବା ଧର୍ମକୁ ଏଥିରେ ରୋକାଯାଇ ପାରିଛି । ମଣିଷ ଶରୀରରେ ଏହି ଭୂତାଣୁ ଅଂଶ ପ୍ରବେଶ କରାଯିବାର ଅର୍ଥ ହେଉଛି ଶରୀରକୁ ଭବିଷ୍ୟତରେ ଏହି ଭୂତାଣୁ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ସକ୍ଷମ କରାଇବା ।

 Which Covid Vaccine Will Helpful For Boosting Immune System

ପୁଣି ପ୍ରଶ୍ନ ଉଠିପାରେ ଏହା କ’ଣ ଶତ ପ୍ରତିଶତ ସକ୍ଷମ ହେବ ?

ଉତ୍ତର ହେଉଛି ନା । ପରୀକ୍ଷାମୂଳକଭାବେ ଟିକା ପ୍ରଦାନ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ଯେ, କୋଭିସିଲ୍ଡର ସଫଳତା ହାର ହେଉଛି ୯୦ ପ୍ରତିଶତ । ସେହିପରି ସ୍ପୁଟନିକ୍-ଭିର ସଫଳତା ହାର ହେଉଛି ୯୧.୬ ପ୍ରତିଶତ । କୌଣସି ବ୍ୟକ୍ତିକୁ ଏହି ସଫଳତା ପାଇବା ଲାଗି ଦୁଇଥର ଟିକା ନେବାକୁପଡ଼ିଥାଏ । କୋଭିସିଲ୍ଡ ଏହି ଦୁଇଟି ଡୋଜ୍ ଭିତରେ ୪ ସପ୍ତାହ ବ୍ୟବଧାନ ରଖିଥିବା ବେଳେ ସ୍ପୁଟ୍ନିକ୍-ଭି ଦୁଇଟି ନିର୍ଦ୍ଧାରିତ ଡୋଜ୍ ଭିତରେ ୨୧ ଦିନର ବ୍ୟବଧାନ ବାଧ୍ୟତାମୂଳକ କରିଛି । ସେହିପରି କୋଭିସିଲ୍ଡ ଟିକା ୬୦ ଦିନ ଯାଏ ରେଫ୍ରିଜରେଟରରେ ସଂରକ୍ଷିତ କରାଯାଇପାରିବ । ଆଉ ସ୍ପୁଟନିକ୍-ଭି ଟିକାକୁ ସଂରକ୍ଷଣ କରିବା ପାଇଁ ଫ୍ରିଜର୍ ଆବଶ୍ୟକ । ଭାରତ ସରକାର ଉଭୟ ଟିକା କିଣିବା ପାଇଁ ବରାଦ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ସରକାର ୫ କୋଟିରୁ ୧୦ କୋଟି କୋଭିସିଲ୍ଡ ଟିକା କିଣିବାକୁ ବରାଦ ଦେଇଥିବା ବେଳେ ୧ କୋଟିରୁ ୨ କୋଟି ଡୋଜ୍ ସ୍ପୁଟନିକ-ଭି ଟିକା କିଣିବାକୁ ବରାଦ କରିଛନ୍ତି । ଅର୍ଥାତ୍ ଏହି ଦୁଇ ଟିକା ପ୍ରଥମ ପର୍ଯାୟରେ ୩ କୋଟିରୁ ୬ କୋଟି ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇପାରିବ ।

 Which Covid Vaccine Will Helpful For Boosting Immune System

ଭାରତ ସରକାର ଅନୁମତି ଦେଇଥିବା ଏକମାତ୍ର ସ୍ୱଦେଶୀ ଟିକା ହେଉଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ । ଏହି ଟିକାରେ ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ମାନବ ଶରୀରରେ ନିକ୍ଷେପ କରାଯାଇଥାଏ । କିନ୍ତୁ ଏହି ଭୂତାଣୁକୁ ପୂର୍ବରୁ ନିଷ୍କ୍ରିୟ କରାଯାଇଥାଏ । ଅର୍ଥାତ୍ ଯେଉଁମାନଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କର ମଧ୍ୟ ଏହି ଟିକା ଦ୍ୱାରା କିଛି ଅସୁବିଧା ହେବ ନାହିଁ । ଏହିପ୍ରକାର ଟିକା ପ୍ରସ୍ତୁତି ପ୍ରଣାଳୀ ପୂବର୍ରୁ ମିଳିମିଳା, ପୋଲିଓ ଟିକା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଛି ଏବଂ ସଫଳତା ବି ପାଇଛି । ତେବେ କୋଭାକ୍ସିନର ସଫଳତା ହାର କେତେ ତାହା ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଟିକାକରଣରେ ଦୁଇଟିଯାକ ଡୋଜ୍ ସମ୍ପୂର୍ଣ୍ଣ ନେବା ଆବଶ୍ୟକ ।

 Which Covid Vaccine Will Helpful For Boosting Immune System

ଆମେରିକା ଦ୍ୱାରା ପ୍ରସ୍ତୁତ ନୋଭାଭାକ୍ସ କରୋନା ଭୂତାଣୁର କିଛି ଅଂଶକୁ ଇଞ୍ଜେକ୍ସନ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରାଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲକ୍ଷ୍ୟ ରଖିଛି । ତିନି ସପ୍ତାହ ମଧ୍ୟରେ ଦୁଇଟି ଡୋଜ୍ ନେଲେ ଟିକାକରଣ ସମାପ୍ତ ହୋଇଥାଏ । ଏହିପରି ଟିକାକୁ ସବ୍ ୟୁନିଟ୍ ଟିକା ବୋଲି କୁହାଯାଏ । ପୂର୍ବରୁ ହେପାଟାଇଟିସ୍ ବି ରୋଗର ଟିକା ପ୍ରସ୍ତୁତି ପାଇଁ ଏହି ଜ୍ଞାନ କୌଶଳ ପ୍ରୟୋଗ କରାଯାଇଛି । ଭାରତ ସରକାର ଏହି ଭଳି ୧୦ କୋଟି ଟିକା ଡୋଜ୍ ଆମଦାନୀ ପାଇଁ ବରାଦ ଦେଇଛନ୍ତି । ତେବେ ନୋଭାଭାକ୍ସ ଟିକାର ସଫଳତା ହାର କେତେ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

Leave a Reply