କେଉଁଠି ଥିଲେ ଆହତ ଯବାନ: ଲେହରେ ପ୍ରଧାନମନ୍ତ୍ରୀ ସୈନିକଙ୍କୁ ଭେଟିଥିବା ଫଟୋର ସତ

1 min read

ନୂଆଦିଲ୍ଲୀ: ଶୁକ୍ରବାର ଗଲଓ୍ୱାନ ଘାଟିରେ ଘଟିଥିବା ହିଂସାରେ ଆହତ ସୈନିକଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।    ଲେହ ଗସ୍ତ ସମୟରେ ସେଠାକାର ହସ୍ପିଟାଲକୁ ଯାଇ ଆହତ ସୈନିକଙ୍କୁ ଭେଟିଥିଲେ । ହେଲେ ଏହି ସାକ୍ଷାତ ସମୟର ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଏବେ ନାନା ପ୍ରଶ୍ନ ।

NBT

ମୋଦି ଯାଇଥିବା ହସ୍ପିଟାଲରେ କାହିଁକି କୌଣସି ଚିକିତ୍ସା ଉପକରଣ ନାହିଁ । ପାଣି ବୋତଲ କେଉଁଠାରେ ଅଛି । ଏବଂ ଚପଲ ଦେଖିବାକୁ ମିଳୁନାହିଁ । ତେବେ ଏହି ପ୍ରସଙ୍ଗରେ ସେନା ପକ୍ଷରୁ ଉତ୍ତର ରଖାଯାଇଛି । ଏହି ଓ୍ୱାର୍ଡ ଜେନେରାଲ ହସ୍ପିଟାଲ କମ୍ପ୍ଲେକ୍ସର ଏକ ଅଂଶ ।

NBT

ପ୍ରଶ୍ନ: ଏହା ହସ୍ପିଟାଲ ଭଳି ଲାଗୁନାହିଁ

ସମସ୍ତ ଆର୍ମି ହସ୍ପିଟାଲରେ କୋଭିଡ୍ ନିୟମର ଅନୁପାଳନ କରାଯାଉଛି । ସାମାଜିକ ଦୂରତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏଣୁ ଅଧିକ ବେଡ୍ ରଖିବା ପାଇଁ ଅଡିଓ-ଭିଡିଓ ଟ୍ରେନିଂ ହଲ୍‌କୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଚିକିତ୍ସା ପାଇଁ ହସ୍ପିଟାଲରେ ରୂପାନ୍ତର କରାଯାଇଛି । ଏଣୁ ଏହା ହସ୍ପିଟାଲ ପରି ଦେଖାଯାଏନି ।

NBT

ପ୍ରଶ୍ନ: କ’ଣ ଏହା ପ୍ରକୃତ ହସ୍ପିଟାଲ, ପ୍ରୋଜେକ୍ଟର କେଉଁ ଓ୍ୱାର୍ଡରେ ରହିଥାଏ

କୋଭିଡ ପୂର୍ବରୁ ଏହି ହଲ୍‌କୁ ଅଡିଓ-ଭିଡିଓ ଟ୍ରେନିଂ ହଲ୍ ଭାବରେ ବ୍ୟବହାର କରାଯାଇଥାଏ | ତେଣୁ ଫଟୋଗୁଡ଼ିକରେ ପ୍ରୋଜେକ୍ଟର ମଧ୍ୟ ଦେଖାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଏତେ ଭଲ ଡାକ୍ତରଖାନା ଦେଖି କିଛି ଲୋକଙ୍କ ମନରେ ସନ୍ଦେହ ଉପୁଜେ । କିନ୍ତୁ ସେ ସମସ୍ତଙ୍କୁ କହିଛନ୍ତି ଯେ, ସେନାର ସମସ୍ତ ମେଡିକାଲ ଦେଖିବାକୁ ଏହିଭଳି । ଦିଲ୍ଲୀ ନିଜେ ଏହାର କୋଭିଡ ରୋଗୀଙ୍କୁ କୌଣସି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରିବର୍ତ୍ତେ ସେମାନଙ୍କୁ ଆର୍ମି ବେସ୍‌ରେ ହସ୍ପିଟାଲରେ ଭର୍ତ୍ତି କରିଥିଲା।

NBT

ପ୍ରଶ୍ନ: କେଉଁଠି ମେଡିକାଲ ସରଞ୍ଜାମ ଦେଖିବାକୁ ମିଳୁନାହିଁ

ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଉପକରଣକୁ ରଖାଯାଇଛି । ୧୫ ଜୁନ୍‌ରେ ଆହତ ସୈନିକ ଏବେ ଠିକ୍‌ ହୋଇଗଲେଣି । ଏବଂ ଖୁବ୍‌ଶୀଘ୍ର ୟୁନିଟ୍‌ରେ ସାମିଲଳ ହେବେ । ବର୍ତ୍ତମାନ କାହାକୁ ଆକ୍ସିଜନ ସେବାର ଆବଶ୍ୟକତା ନାହିଁ । ଏଥିସହିତ ସିକ୍ୟୁରିଟି ପ୍ରଟୋକଲ୍‌ ଅନୁଯାୟୀ ମଧ୍ୟ କିଛି ସାମଗ୍ରୀକୁ ହଟାଯାଏ ।

Leave a Reply