ସେଦିନର ବିସ୍ମୟ ବାଳକ ଏବେ ନିଖୋଜ ନାୟକ

1 min read

ଭୁବନେଶ୍ୱର: ଆପଣ ଜାଣିଛନ୍ତି କି ବୁଦ୍ଧିଆ ସିଂ ଏବେ କେଉଁଠି ? ଏ ପ୍ରଶ୍ନର ଉତ୍ତର କେବଳ ଆମେ ଖୋଜୁନୁ, ବୁଦ୍ଧିଆଙ୍କ ପ୍ରତିଭା ଦେଖି ଦିନେ ତାଜୁବ୍‌ ହୋଇଯାଇଥିବା ସାରା ଓଡ଼ିଶାବାସୀ ଏକଥା ପଚାରୁଛନ୍ତି ।

FILE

ଟ୍ରାକରୁ ଟାଉନ୍‌-କ୍ରୀଡ଼ାପ୍ରେମୀଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଦୌଡୁଛି ଠିକ୍‌ ବୁଦ୍ଧିଆ ଭଳି । ହେଲେ ସେଦିନର ବିସ୍ମୟ ବାଳକ ଏବେ ସାଜିଛନ୍ତି ନିଖୋଜ ନାୟକ । କୁଆଡ଼େ ଗଲେ ବୁଦ୍ଧିଆ ସିଂ ? କାହିଁ କଳିଙ୍ଗ ଷ୍ଟାଡିୟମରେ ତ ଆଉ ନାହାନ୍ତି । କାହିଁ ଡିଏଭି ସ୍କୁଲରେ ତ ଆଉ ପଢୁ ନାହାନ୍ତି । ତା ହେଲେ କୁଆଡ଼େ ଗଲେ ବୁଦ୍ଧିଆ ସିଂ ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ନନ୍ଦିଘୋଷ ଟିଭି ପହଞ୍ଚିଥିଲା ବୁଦ୍ଧିଆଙ୍କ ମାଆଙ୍କ ପାଖରେ । ଅନେକ ସମୟ ଧରି କଥାବାର୍ତ୍ତା ହେବା ପରେ ମାଆ କହିଲେ, ବୁଦ୍ଧିଆ ରହୁଛନ୍ତି ଦିଲ୍ଲୀରେ । ଏକ ସଂସ୍ଥା ବୁଦ୍ଧିଆଙ୍କୁ ଦିଲ୍ଲୀରେ ରଖି ମାରଥନ୍‌ ଅଭ୍ୟାସ କରେଇବା ସହ ପାଠ ବି ପଢାଉଛନ୍ତି ।

FILE
FILE

ଦିନେ ୬୫ କିଲୋମିଟରର ଲମ୍ବା ମାରାଥନ୍‌-ଭୁବନେଶ୍ୱରରୁ ପୁରୀ ଦୌଡ଼ି ବୁଦ୍ଧିଆ ଚମକାଇ ଦେଇଥିଲା ସାରା ବିଶ୍ୱକୁ । ହେଲେ ବୟସ ବଢିବା ପରେ କିନ୍ତୁ ବୁଦ୍ଧିଆର-ବିସ୍ମୟ ଟ୍ୟାଗ୍‌ ବାଟବଣା ହୋଇଯାଇଥିଲା । ଏବେ ଭଲ ଖବର ଆସିଛି । ଦିଲ୍ଲୀରେ ବୁଦ୍ଧିଆ ଅଭ୍ୟାସ କରୁଛନ୍ତି । ଏକଥା ବୁଦ୍ଧିଆଙ୍କ ମୁହଁରୁ ଶୁଣିବାକୁ ଆମେ ଚେଷ୍ଟା କରିଥିଲୁ । ହେଲେ ଫୋନ୍‌ ଯୋଗେ ବୁଦ୍ଧିଆ କହିଛନ୍ତି- ମୋ କଥା ସସପେନ୍ସ ରହିବା ଭଲ ।ଥକି ନାହିଁ ବୁଦ୍ଧିଆ, ହେଲେ ତାକୁ ନେଇ ଚର୍ଚ୍ଚା କିନ୍ତୁ ଥକି ଯାଇଛି । ଆଶା କରୁଛୁ କୁନି ବୁଦ୍ଧିଆ ଭଳି କିଶୋର ବୁଦ୍ଧିଆ ମଧ୍ୟ କିଛି କରିସ୍ମା କରିବେ ଆଗକୁ । ଯାହା ଏହି ସସପେନ୍ସ ନାଟକରେ ପକାଇ ପାରିବ ଜବନିକା ।

Leave a Reply