ଏକାଠି ୪ଟି ଫୋନ୍ ରେ ଚାଲିବ ହ୍ୱାଟ୍ସଆପ୍ ,କେମିତି ଜାଣନ୍ତୁ

1 min read

ହ୍ୱାଟ୍ସଆପ୍ ଏକ ଏମିତି ଫିଚର୍ସ ନେଇ କାମ କରୁଛି ଯେଉଁଥିରେ ଆକାଉଣ୍ଟକୁ ଏକକାଳୀନ ୪ଟି ଭିନ୍ନ ଡିଭାଇସରେ ଚଲାଇ ହେବ । ଏହି ଫିଚରର ନାଁ ହେଉଛି ମଲ୍ଟିପୁଲ ଡିଭାଇସ୍ ସପୋର୍ଟ । ସାଧାରଣତଃ ହ୍ୱାଟ୍ସଆପ୍ କେବଳ ଗୋଟିଏ ଡିଭାଇସରେସପୋର୍ଟ କରେ । କିନ୍ତୁ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ନୂତନ ଫିଚର ନେଇ ଲଗାତାର କାର୍ଯ୍ୟ କରୁଛି ।

WABetaInfo ସୂଚନା ଅନୁଯାୟୀ, ମଲ୍ଟିପୁଲ ଡିଭାଇସ୍ ଫିଚର ପାଇଁ ହ୍ୱାଟ୍ସଆପ୍ ଆଣ୍ଡ୍ରଏଡ୍ ଆପ୍ ଏବଂ ଆଇଓଏସ ଏକ ନୂଆ ଇଣ୍ଟରଫେସ୍ ଆଣିବା ଉପରେ କାର୍ଯ୍ୟ କରୁଛି । ଯେତେବେଳେ ୟୁଜର ଆଉ ଏକ ଡିଭାଇସ୍ ରେ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଚାହିଁବ, ସେତେବେଳେ ଚ୍ୟାଟ୍ ହିଷ୍ଟରିକୁ କପି କରିବାକୁ ହେବ । ଚ୍ୟାଟ୍ ଡାଟା କପି କରିବା ଦ୍ୱାରା ଅଧିକ ଡାଟା ପ୍ୟାକ୍ ଖର୍ଚ୍ଚ ହୋଇପାରେ । ସେଥିପାଇଁ ଫୋନ୍ କୁ ୱାଇଫାଇରେ କନେକ୍ଟ କରିବା ନିହାତି ଜରୁରୀ ।

WABetaInfo ଅନୁସାରେ କେବଳ ଟେଷ୍ଟିଂ ପାଇଁ ହ୍ୱାଟ୍ସଆପ୍ ଡେସ୍କଟପ୍ ବ୍ୟବହୃତ ହୋଇଛି, କିନ୍ତୁ ଆଗାମୀ ସମୟରେ ଏହା ଦ୍ୱିତୀୟ ମୋବାଇଲ୍ ଡିଭାଇସରେ ମଧ୍ୟ କାମ କରିବ । ଥରେ ହ୍ୱାଟ୍ସଆପ ଚ୍ୟାଟ୍ ହିଷ୍ଟରି ଦ୍ୱିତୀୟ ଡିଭାଇସରେ କପି ହୋଇଗଲେ, ଏହାକୁ ସହଜରେ ବ୍ୟବହାର କରି ହେବ । ସମସ୍ତ ସନ୍ଦେଶଗୁଡ଼ିକ ସବୁ ଡିଭାଇସରେ ଏକାଠି ଆସିବ, ଅର୍ଥାତ୍ ଚ୍ୟାଟ୍ ହିଷ୍ଟରି ସମସ୍ତ ପ୍ଲାଟଫର୍ମରେ ସିଙ୍କ ହେବ ।

Leave a Reply