WhatsAppରୁ ଆପେ ଆପେ ଗାୟବ ହୋଇଯିବ ଚ୍ୟାଟସ୍, ଜାଣନ୍ତୁ କେମିତି କାମ କରିବ ଏହି ଫିଚର

1 min read

ନୂଆଦିଲ୍ଲୀ: ପପୁଲାର ଇଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି । ଏହି ଫିଚରଟିରେ ଆପଣ ପଠାଇଥିବା ମେସେଜ ଗୁଡ଼ିକ ଆପେ ଆପେ ଗାୟବ ହୋଇଯିବ । ତେବେ ଏହା ଡିଲିଟ ଫର୍ ଏଭରିୱାନ ଠାରୁ ଅଲଗା ଅଟେ । ହ୍ୱାଟସଆପ ନିଜର FAQ ପେଜ ଅପଡେଟ କରିଛି ଯେଉଁଥିରେ ଏହି ଫିଚର ବିଷୟରେ କୁହାଯାଇଛି । ଏଥିରେ କୁହାଯାଇଛି ଯେ, ଖୁବ ଶୀଘ୍ର ସମସ୍ତଙ୍କ ଫୋନରେ ଏହି ନୂଆ ଫିଚର ଜାରି କରାଯିବ ।

କେମିତି କାମ କରିବ ଏହି Disappearing Message ?  

ହ୍ୱାଟସଆପ ମୁତାବକ ୟୁଜର୍ସ ହ୍ୱାଟସଆପ Disappearing Message ଏନାବଲ କରି ଅନ କରିବା ପରେ ଅନ୍ୟ କାହାକୁ ମେସେଜ ପଠାଇ ପାରିବେ ଯାହା କିଛି ଦିନ ମଧ୍ୟରେ ଗାୟବ ହୋଇଯିବ ।

ଏହି ଫିଚରକୁ ଏନାବଲ କରିବା ପରେ ଗ୍ରୁପ ତଥା କୌଣସି କଣ୍ଟାକ୍ଟକୁ ପଠାଯାଇଥିବା ମେସେଜ ୭ ଦିନ ପରେ ଡିଲିଟ ହୋଇଯିବ । ଏହା ସିଲେକଟେଡ ମେସେଜ ନୁହେଁ ବରଂ ସମସ୍ତ ମେସେଜ ପାଇଁ ରହିବ ।

ହ୍ୱାଟସଆପ ମୁତାବକ ପୁରୁଣଙ୍କ ପୁରୁଣା ମେସେଜ ଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହେବ ନାହିଁ । ଇଣ୍ଡିଭିଜ୍ୟୁଆଲ ଚ୍ୟାଟସରେ ୟୁଜର୍ସ ନିଜେ ଏହି ଫିଚରକୁ ଏନେବଲ ବା ଡିସେବେଲ କରିପାରିବେ । କିନ୍ତୁ ଗ୍ରୁପରେ ଏହି ଫିଚର କେବଳ ଆଡମିନ ହିଁ ଏନେବଲ ବା ଡିସେବଲ କରିପାରିବେ । ହ୍ୱାଟସଆପ ମୁତାବକ ଜଣେ ଯଦି କେହି ୟୁଜର୍ସ ୭ ଦିନ ଯାଏ ହ୍ୱାଟସଆପ ଓପନ କରୁନାହାନ୍ତି ତେବେ ମଧ୍ୟ ପଠାଯାଇଥିବା ମେସେଜ ଗୁଡ଼ିକ ଆପେ ଆପେ ଡିଲିଟ ହୋଇଯିବ । ଅବଶ୍ୟ ନୋଟିଫିକେସନରେ ହ୍ୱାଟସଆପ ମେସେଜର ପ୍ରିଭ୍ୟୁ ଦେଖାଯାଇପାରିବ ।

କିନ୍ତୁ Disappearing Message କୁ ଫରୱାର୍ଡ କଲେ ସେହି ମେସେଜ ଡିଲିଟ ହେବ ନାହିଁ । ଯଦି ମେସେଜ ଡିଲିଟ ହେବା ପୂର୍ବରୁ ହିଁ ଏହାକୁ ବ୍ୟାକଅପ ରଖାଯାଏ ତେବେ ମଧ୍ୟ ବ୍ୟାକଅପରେ ମେସେଜ ଷ୍ଟୋର ହୋଇ ରହିବ ।

ଏହି ଫିଚର ସାହାଯ୍ୟରେ ନା କେବଳ ମେସେଜ ଡିଲିଟ ହେବ ତାନୁହେଁ ବରଂ ମିଡିଆ ଫାଇଲ ଗୁଡ଼ିକ ମଧ୍ୟ ଡିଲିଟ ହୋଇଯିବ । କମ୍ପାନୀ ମୁତାବକ ହ୍ୱାଟସଆପରେ ପଠାଯାଇଥିବା ମିଡିଆ ଫାଇଲ  ଯେମିତିକି- ଫଟୋ ଏବଂ ଭିଡିଓ ମଧ୍ୟ ଡିଲିଟ ହୋଇଯିବ । ଅବଶ୍ୟ ଯଦି ଆପଣଙ୍କ ଫୋନରେ ଅଟୋ ଡାଉନଲୋଡର ଅନ ରହିଛି ତେବେ ମିଡିଆ ଫାଇଲ ଗୁଡ଼ିକ ଗ୍ୟାଲେରୀରେ ସେଭ ରହିବ ।

Leave a Reply