୯ଟି ହ୍ୱାଟସଆପ ଫିଚର୍ସ ଯାହା ସିଗନାଲ ଆପରେ ଉପଲବ୍ଧ ନାହିଁ

1 min read

ନୂଆଦିଲ୍ଲୀ: ନିକଟରେ ହ୍ୱାଟସଆପ ନିଜର ପ୍ରାଇଭେସୀ ପଲିସି ଜାରି କରିଛି ଏବଂ ସେହି କାରଣରୁ ହଠାତ୍ ଅନେକ ଉପଭୋକ୍ତା ଏହାର ବିକଳ୍ପ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଖୋଜିବାରେ ବ୍ୟସ୍ତ । ଏହି ପ୍ରାଇଭେସୀ ପଲିସିରେ ଉଲ୍ଲେଖ ଥିବା ଟର୍ମ ଆଣ୍ଡ କଣ୍ଡିସନରେ ଉପଭୋକ୍ତା ଖୁସି ନଥିବାବେଳେ ଏହାର ବିକଳ୍ପ ଆପ ଯଥା ଟେଲିଗ୍ରାମ ଏବଂ ସିଗନାଲ୍ ଆପ୍ ଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଉଠିଛନ୍ତି । ତେବେ ଉଭୟ ଟେଲିଗ୍ରାମ ଏବଂ ସିଗନାଲ ପ୍ଲାଟଫର୍ମରେ ଗୋପନୀୟତାକୁ ଫକୋସ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ ହ୍ୱାଟସଆପ ଭଳି ଅଧିକାଂଶ ଫିଚର୍ସ ପ୍ରଦାନ କରାଯାଉଛି ବୋଲି ଦାବି କରାଯାଉଛି । ତଥାପି, ଅଧିକ ଲୋକପ୍ରିୟ ହାସଲ କରୁଥିବା ସିଗନାଲ ଆପରେ ଏମିତି ଅନେକ ଫିଚର୍ସର ସୁବିଧା ନାହିଁ ଯାହା ହ୍ୱାଟସଆପରେ ଉପଲବ୍ଧ କରାଯାଇଛି । ତେବେ ଆସନ୍ତୁ ଜାଣିବା ଜ’ଣ ସେହି ଫିଚର୍ସ ଗୁଡ଼ିକ ।

ଚାଟରେ ଷ୍ଟାର ମେସେଜ

ଉପଭୋକ୍ତାମାନେ ଚାହୁଁଥିବା ଯେକୌଣସି ଚାଟକୁ ଷ୍ଟାର କରିବାକୁ ଅନୁମତି ଦିଏ ହ୍ୱାଟସଆପ୍ । ଏହା ଉପଭୋକ୍ତାମାନଙ୍କୁ ନିର୍ଦ୍ଧିଷ୍ଟ ଚାଟ୍ ବୁକମାର୍କ କରିବାକୁ ଅନୁମତି ଦିଏ ଯାହା ପରେ ଚାଟକୁ ପୁନର୍ବାର ସେମାନଙ୍କୁ ରେଫର୍ କରିବାକୁ ସହଜ କରିଥାଏ । ତେବେ ଏହି ଫିଚର ସିଗନାଲରେ ଉପଲବ୍ଧ ନାହିଁ ।

କଣ୍ଟାକ୍ଟ ସେଭ୍ କରିବା ପାଇଁ  QR Code ସେୟାର

ବ୍ୟବହାରକାରୀଙ୍କୁ QR Code ସେୟାର କରି କଣ୍ଟାକ୍ଟ ସେଭ୍ କରିବାକୁ ଅନୁମତି ଦେଇଥାଏ ହ୍ୱାଟସ ଆପ୍  । କିନ୍ତୁ ଏହି ସୁବିଧା ସିଗନାଲରେ ଉପଲବ୍ଧ ନାହିଁ ।

ଷ୍ଟାଟସ ଅପଡେଟ

ବ୍ୟବହାରକାରୀ ହ୍ୱାଟସଆପରେ ଫଟୋ, ଟେକ୍ସଟ, ଭିଡିଓ ଏବଂ ଜିଆଇଏଫ ଷ୍ଟାଟସ୦ ଅପଡେଟ କରନ୍ତି ଯେହେକି ୨୪ ଘଣ୍ଟା ପାଇଁ ରହିଥାଏ । କିନ୍ତୁ ସିଗନାଲ ଆପରେ ଷ୍ଟାଟସ ଅପଡେଟ କରିବା ଭଳି ଫିଚର ଉପଲବ୍ଧ ନାହିଁ ।

କଷ୍ଟମାଇଜ ୱାଲପେପର

ନିକଟରେ ହ୍ୱାଟସଆପ କଷ୍ଟମାଇଜ ୱାଲପେପର ଫିଚର ଲଞ୍ଚ କରିଛି । ଏହା ସାହାଯ୍ୟରେ ବ୍ୟବହାରକାରୀମାନେ ବିଭିନ୍ନ ଚାଟ ପାଇଁ ଭିନ୍ନ ଭିନ୍ନ ୱାଲପେପର ସେଟ କରିପାରିବେ । କିନ୍ତୁ ଏହି ଫଚର ମଧ୍ୟ ସିଗନାଲ ଆପରେ ଉପଲବ୍ଧ ନାହିଁ ।

ହ୍ୱାଟସଆପ ପେମେଣ୍ଟ

୨୦୨୦ ମସିହାରେ ହ୍ୱାଟସଆପ ପେମେଣ୍ଟ ଫିଚର ଆସିଥିଲା । ଏହା ବ୍ୟବହାରକାରୀଙ୍କୁ ପିଅର ଟୁ ପିଅର ପେମେଣ୍ଟର ସୁବିଧା ଦେଇଛି । ବ୍ୟବହାରକାରୀ ଏଥିରେ ନିଜ ବ୍ୟଙ୍କ ଆକାଉଣ୍ଟ ଆଟାଚ କରିପାରିବେ । କିନ୍ତୁ ଏହି ସୁବିଧା ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଗ୍ରୁପ କଲିଂ

ଏକରୁ ଅଧିକ ଜଣଙ୍କୁ କଲ କରିବାର ସୁବିଧା ହ୍ୱାଟସଆପରେ ରହିଛି ଯାହାକି ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଲାଇଭ ଲୋକେସନ ସେୟାରିଂ

ହ୍ୱାଟସ୍ ଆପରେ  ଉପଭୋକ୍ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେମାନଙ୍କର ଲାଇଭ ଲୋକେସନ ସେୟାର କରିବାର ଅନୁମତି ଦେଇଥାଏ । କିନ୍ତୁ ସିଗନାଲ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ  ଲାଇଭ୍ ଲୋକେସନ ସେୟାର କରିବାର ଅନୁମତି ଦିଏ ନାହିଁ ।

ଅନଲାଇନ ସୋ’ କରିବା

ହ୍ୱାଟସଆପରେ କେଉଁ କଣ୍ଟାକ୍ଟ ଅନଲାଇନ ଅଛି ତାହା ଆମେ ଜାଣିପାରିଥାଉ କିନ୍ତୁ ଏହି ଫିଚର ସିଗନାଲ ଆପରେ ଉପଲବ୍ଧ ନାହିଁ ।

ଡେସ୍କଟପରେ ବ୍ରାଉଜର୍ ସମର୍ଥନ

ସିଗନାଲ୍ ଆପ୍ ଉପଭୋକ୍ତାଙ୍କୁ ଏକକ ଆକାଉଣ୍ଟ୍ ସହିତ ଡିଭାଇସ୍ ଲିଙ୍କ୍ କରିବାକୁ ଅନୁମତି ଦିଏ, କିନ୍ତୁ ଏହା ଇଣ୍ଟରନେଟ୍ ବ୍ରାଉଜରରେ ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ  । ଏହାର ଅର୍ଥ ହେଉଛି ଉପଭୋକ୍ତାମାନୁ ସିଗନାଲ୍ ଆକାଉଣ୍ଟ୍ ବ୍ୟବହାର କରିବା ପାଇଁ ପୃଥକ ଭାବରେ ଡିଭାଇସରେ ପ୍ରୋଗ୍ରାମ ଡାଉନଲୋଡ୍ କରିବାକୁ ପଡ଼ିବ ।

Leave a Reply