ବ୍ୟାଙ୍କ ଠକେଇର ଶିକାର ହୋଇଛନ୍ତି କି ? ଜାଣନ୍ତୁ କେମିତି ପାଇବେ କ୍ଷତିପୂରଣ, RBIର ନୂଆ ସର୍କୁଲାର…

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ସାଇବର ଠକେଇ ତଥା ବ୍ୟାଙ୍କ ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେଥିପାଇଁ  ଆରବିଆଇ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଏହାସହ ଠକେଇରୁ କିପରି ନିବୃତ ରହିବେ ସେନେଇ ମଧ୍ୟ ସୂଚନା ଦିଆଯାଉଛି । ଗ୍ରାହକମାନେ କିଭଳି ଠକାମୀର ଶକାର ନହେବେ ସେନେଇ ବ୍ୟାଙ୍କ ପକ୍ଷରୁ ବିହିତ ପଦକ୍ଷେପ ମଧ୍ୟ ନିଆଯାଉଛି ।

ତେବେ ଗ୍ରାହକ ମାନେ ସଚେତନ ରହିଲେ ମଧ୍ୟ ଅନେକ ସମୟରେ ଠକେଇର ଶିକାର ହେଉଛନ୍ତି । ଠକେଇର ଶିକାର ହେବା ପରେ କ’ଣ କରିବାକୁ ହେବ ସେନେଇ ମଧ୍ୟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆରବିଆଇ ନିଜ ଟ୍ୱିଟ୍‌ର ହାଣ୍ଡେଲରେ ଏନେଇ ସବିଶେଷ ସୂଚନା ଦେଇଛି ।

ଆରବିଆଇ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ହିତରେ ୬ ଜୁଲାଇ ୨୦୧୭ରେ ଏନେଇ ଏକ ସର୍କୁଲାର ଜାରି କରିଥିଲା । ଏହି ସର୍କୁଲାରରେ କୁହାଯାଇଛି ଯେ, ଯଦି ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଅନିଚ୍ଛାକୃତ ନେଣଦେଣ ହୋଇଥାଏ ତେବେ ଉକ୍ତ ଗ୍ରାହକଙ୍କୁ କ’ଣ କରିବାକୁ ହେବ । ଯାହା ଦ୍ୱାରା ଗ୍ରାହକଙ୍କର କୌଣସି କ୍ଷତି ହେବ ନାହିଁ।

ଠକେଇର ତିନି ଦିନ ମଧ୍ୟରେ ସୂଚନା ଦିଅନ୍ତୁ

ରିଜର୍ଭ ବ୍ୟାଙ୍କର ସର୍କୁଲାର ଅନୁଯାୟୀ, ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଅନଧିକୃତ କାରବାର କିମ୍ବା ଠକେଇ ହୋଇଛି, ତେବେ କୌଣସି ବି ଉପାୟରେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ଏନେଇ ସୂଚନା ଦିଅନ୍ତୁ । ଯଦି ଆପଣ ଏହା କରନ୍ତି ତେବେ ଏହି କ୍ଷେତ୍ରରେ ଆପଣଙ୍କର କଥାକୁ ବ୍ୟାଙ୍କ ସାଦରେ ଗ୍ରହଣ କରିବ । ଏହି ଅନଧିକୃତ ନେଣଦେଣରେ ଆପଣଙ୍କର କୌଣସି ଭୁଲ ନଥିବ କିମ୍ବା ଆପଣଙ୍କ ଅବହେଳା ହେତୁ କାରବାର ହୋଇନଥିବ, ତେବେ ବ୍ୟାଙ୍କ ଆପଣଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବ ।

ତିନି ଦିନ ପରେ ବ୍ୟାଙ୍କକୁ ଜଣେଇଲେ କ’ଣ ହେବ ?

ଯଦି ଆପଣଙ୍କ ଆକାଉଣ୍ଟରେ ଅନଧିକୃତ କାରବାର ହେବାର ୪ ରୁ ୭ ଦିନ ମଧ୍ୟରେ ବ୍ୟାଙ୍କକୁ ଜଣାଉଛନ୍ତି, ତେବେ ଆପଣଙ୍କୁ କିଛି ଦେୟ ଦେବାକୁ ପଡ଼ିବ । ଏହାର ଅର୍ଥ ଯେତିକି ଟଙ୍କା ଅନଧିକୃତ ନେଣଦେଣ ହୋଇଥିବ, ତାର ଏକ ଭାଗ ଆପଣଙ୍କୁ ବ୍ୟାଙ୍କକୁ ଦେବାକୁ ପଡ଼ିବ ।

ଆପଣ କେତେ ଟଙ୍କା ପାଇବେ ?

ଯଦି ଆପଣଙ୍କ ଆକାଉଣ୍ଟଟି ବେସିକ୍‌ ସେଭିଂ ବ୍ୟାଙ୍କିଂ ଆକାଉଣ୍ଟ ତଥା ଜିରୋ ବାଳାନ୍ସ ଆକାଉଣ୍ଟ ହୋଇଥାଏ, ତେବେ ଆପଣଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କାର ନେଣଦେଣ ହୋଇଛି ତେବେ ଆପଣ ବ୍ୟାଙ୍କଠାରୁ ୫୦୦୦ ଟଙ୍କା ପାଇବେ । ଅବଶିଷ୍ଟ ୫୦୦୦ ଟଙ୍କା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ ।

ସେହିଭଳି ଯଦି ଆପଣଙ୍କର ସେଭିଂ ଆକାଉଣ୍ଟ ଏବଂ ସେହି ଆକାଉଣ୍ଟରୁ ଅନଧିକୃତ କାରବାର ହୋଇଛି, ତେବେ ଆପଣଙ୍କୁ ଦଶ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିବ । ଏହାର ଅର୍ଥ ଯଦି ଅନଧିକୃତ ଭାବେ ୨୦ ହଜାର ଟଙ୍କାର କାରବାର ହୋଇଛି, ତେବେ ଆପଣ ବ୍ୟାଙ୍କରୁ ମାତ୍ର ୧୦ ହଜାର ଟଙ୍କା ଫେରସ୍ତ ପାଇବେ ।

Rajya Sabha Passed Banking Regulation Amendment Bill 2020 Co Operative Banks Under Reserve Bank Of India RBI

ଯଦି ଆପଣଙ୍କର କରେଣ୍ଟ ଆକାଉଣ୍ଟ କିମ୍ବା ୫ ଲକ୍ଷ ଟଙ୍କାରୁ ଅଧିକ ଲିମିଟ୍‌ ଥିବା ଭଳି କ୍ରେଡିଟ୍ କାର୍ଡରୁ ଅନଧିକୃତ କାରବାର ହୋଇଛି, ତେବେ ଆପଣଙ୍କୁ  ୨୫ ହଜାର ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ୍‌ କରେଣ୍ଟ ଆକାଉଣ୍ଟରୁ ଯଦି ୫୦ ହଜାର ଟଙ୍କାର ଅନଧିକୃତ କାରବାର ହୋଇଛି ତେବେ ବ୍ୟାଙ୍କ ଆପଣଙ୍କୁ କେବଳ ୨୫ ହଜାର ଟଙ୍କା ଫେରସ୍ତ କରିବ ।

ସବୁଠାରୁ ବଡ଼ କଥା ହେଲା ଯଦି ଠକେଇର ସୂଚନା ଆପଣ ବ୍ୟାଙ୍କକୁ ୭ ଦିନ ପରେ ଦେବେ, ତେବେ ଏହି କ୍ଷେତ୍ରରେ ବ୍ୟଙ୍କ ହିଁ ନିଷ୍ପତ୍ତି ନେବ ଯେ, ଆପଣଙ୍କୁ କେତେ ଟଙ୍କା କ୍ଷତି ସହିବାକୁ ପଡ଼ିବ ।

Leave a Reply