କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ  । ୫ ଜିଲ୍ଲା ଓ ୮ ସହରକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ କରୋନା ଭାଇରସ୍‌କୁ ନକ୍‌ ଡାଉନ୍ ପାଇଁ ଲକ୍‌ ଡାଉନ୍ କରାଯାଇଥିବା କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଲକ୍‌ ଡାଉନ୍‌ ବେଳେ କ’ଣ ଖୋଲା ରହିବ

୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ ଯାଏଁ ଲକ୍‌ ଡାଉନ୍ ରହିବ ସମ୍ପୃକ୍ତ ଜିଲ୍ଲା ଓ ସହର । ଏହି ସମୟରେ ଡାକ୍ତରଖାନା, ଔଷଧ ଦୋକାନ, ଗ୍ରୋସରୀ ସପ୍‌, ପରିବା ଦୋକାନ, କ୍ଷୀର ଦୋକାନ, ମାଛ, ମାଂସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ପୋଲିସ, ଅଗ୍ନିଶମ ବାହିନୀ, ଡାକ ବ୍ୟବସ୍ଥା, ଓଡ୍ରାଫ୍‌, ବିଜୁଳି, ପାଣି ପୌର ସଂସ୍ଥା, ବ୍ୟାଙ୍କ , ଏଟିଏମ୍‌, ଦୂରସଂଚାର, ଏୟାରପୋର୍ଟ, ରେଳବାଇ, ବସ୍‌ଷ୍ଟାଣ୍ଡ ଖୋଲା ରହିବ ।

ଏଥିସହିତ ଜଡ଼ିତ କର୍ମଚାରୀଙ୍କ ଜାରି ରହିବ ଏବଂ ସେମାନେ ନିରବିଚ୍ଛିନ୍ନ ଭାବେ ଯିବା ଆସିବା କରିପାରିବେ । ଏହା ଏକ ଅଭୂତପୂର୍ବ ଏବଂ ସୁଚିନ୍ତତ ପଦକ୍ଷେପ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ଶ୍ରୀ ବାଗଚୀ । ଏହି ସମୟରେ ଦିନ ମଜୁରୀ, ଘରୋଇ କର୍ମଚାରୀ ଯେଉଁ ମାନେ କି ଲକ୍‌ ଡାଉନ୍‌ରେ ରହିବେ ସେମାନଙ୍କ ଦରମା ନକାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ ମଧ୍ୟରେ ତଫାତ୍‌ କ’ଣ

ଜନତା କର୍ଫ୍ୟୁ ଉପରେ ଲକ୍‌ ଡାଉନ୍ କରାଯାଉଛି । ଜନତା କର୍ଫ୍ୟୁକୁ ଗୋଟିଏ ଦିନ ପାଇଁ ଲାଗୁ କରାଯାଇଥିବା ବେଳେ ଲକ୍‌ ଡାଉନ୍‌କୁ ୭ ଦିନ ପାଇଁ ଲାଗୁ କରାଯାଇଛି । ଜନ କର୍ଫ୍ୟୁ ସମଗ୍ର ରାଜ୍ୟ ପାଇଁ ଲାଗୁ କରାଯାଇଥିବା ବେଳେ ଲକ୍‌ ଡାଉନ୍‌କୁ ନିର୍ଦ୍ଧିଷ୍ଟଭାବେ ୫ ଜିଲ୍ଲା ଓ ୮ ସହର ପାଇଁ ଲାଗୁ କରାଯାଇଛି ।

ଜନ କର୍ଫ୍ୟୁରେ ଟ୍ରେନ୍, ବସ୍‌ ଓ ବିମାନ ଚଳାଚଳ କରିବ ନାହିଁ କିନ୍ତୁ ଲକ୍‌ ଡାଉନ୍‌ରେ ଏହି ସବୁ ଚଳାଚଳ କରିବ । ସଂକ୍ରମଣ ହେଲେ କୌଣସି ବ୍ୟବସ୍ତା ସମ୍ଭାଳି ପାରିବନାହଁ । ଏଣୁ ସଂକ୍ରମଣ ନହେବାକୁ ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀ ବାଗଚୀ ।

ଶନିବାର ଦିନ ୧୨ଟା ସୁଦ୍ଧା ମୋଟ ୭୦ ଜଣଙ୍କ ନମୁନା  ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୬୯ ଟି ନମୁନାର ରିପୋର୍ଟ ଆସିସାରିଛି । ୨ ଜଣଙ୍କ ପଜେଟିଭ୍‌ ରହିଥିବା ବେଳେ ଜଣଙ୍କ ନମୁନା ରିପୋର୍ଟ ହସ୍ତଗତ ହୋଇନାହିଁ । ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି ।

Leave a Reply