ସୁପର ସ୍ପ୍ରେଡ୍‌ର ପ୍ରଭାବକୁ ନେଇ କ’ଣ କହିଲେ ବାଗଚୀ, ପଢ଼ନ୍ତୁ ଏହି ରିପୋର୍ଟରେ

1 min read

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଶନିବାର ଦିନ ୧୨ଟା ସୁଦ୍ଧା ୨୫୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରେ କେହି ନୂଆ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ମୋଟ ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମେ ଚିହ୍ନଟ ହୋଇଥିବା ୨ଜଣ ରୋଗୀ ବର୍ତ୍ତମାନ ଲକ୍ଷଣ ମୁକ୍ତ ରହିଛନ୍ତି । ତୃତୀୟ ଆକ୍ରାନ୍ତଙ୍କ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ସମସ୍ତେ ମେଡିକାଲ ଖାଦ୍ୟ ଖାଉଛନ୍ତି । ପ୍ରଥମ ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିଛି ସ୍ୱାସ୍ଥ ବିଭାଗ । ତୃତୀୟ ଜଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୧୨  । ଦିଲ୍ଳୀରୁ ବିମାନରୁ ଫେରିବା ବେଳେ ୩୨ ଜଣ,  ବ୍ୟାଙ୍କରେ ତାଙ୍କ  ସହ କାମ କରୁଥିବା ୪୪ ଜଣ କର୍ମଚାରୀ, ବିଧାନସଭା ଷ୍ଟାଫ୍‌ ୭ ଜଣ, କ୍ଳିନ୍କରେ ୨୧ ଜଣ, ପାଥୋଲୋଜି ଲ୍ୟାବ୍‌ର ୧୧୨ ଜଣଙ୍କ ସହ ସମ୍ପର୍କରେ ଆସିଛନ୍ତି ।  ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି ଏବଂ ଅନ୍ୟମାନଙ୍କ ରିପୋର୍ଟ ଆସିନାହଁ ।

୩ୟ ପଜିଟିଭ ହୋଇଥିବା ବ୍ୟକ୍ତି ୧୧୨ ଜଣଙ୍କର ସଂସ୍ପର୍ଶରେ ଆସିଛନ୍ତି

୩ୟ ପଜିଟିଭ ହୋଇଥିବା ବ୍ୟକ୍ତି ୧୧୨ ଜଣଙ୍କର ସଂସ୍ପର୍ଶରେ ଆସିଛନ୍ତି । #NandighoshaTV

Nandighosha TV यांनी वर पोस्ट केले शनिवार, २८ मार्च, २०२०

କଣ୍ଟାକ୍ଟ  ଲିଷ୍ଟ କ’ଣ

ସମ୍ପର୍କରେ ଆସିଥିବା ବ୍ୟକ୍ତି ବା କଣ୍ଟାକ୍ଟଲିଷ୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି ।

୧. ଯେଉଁ ବ୍ୟକ୍ତି କୋଭିଡ -୧୯ ବସବାସ କରୁଥିବା ଘରେ ରହୁଥିବା । ସେମାନଙ୍କୁ କଣ୍ଟାକ୍ଟ ଲିଷ୍ଟଭାବେ ଗଣାଯିବ ।

୨.  ଚିକିତ୍ସା କରୁଥିବା ବ୍ୟକ୍ତି ନିଜକୁ ସଂକ୍ରମିତଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଯେଉଁସବୁ ଜିନିଷ ବ୍ୟବହାର କରିଥାନ୍ତି ଅର୍ଥାତ ପ୍ରସୋନାଲ୍ ପ୍ରକ୍ଟେଟିଭ୍‌ ଇକ୍ୟୁପମେଶ୍ଟ (PPE)ର ବ୍ୟବାହାର କରିଥାନ୍ତି, ସେହି ପିପିଇରେ କିଛି ଭୁଲ ଥିଲେ ଅଥବା ରୋଗୀଙ୍କ ଲାଳ, କଫ ସଂପର୍ଶରେ ଆସିଥିଲେ ସେମାନଙ୍କୁ ମଧ୍ୟ କଣ୍ଟାକ୍ଟ ଲିଷ୍ଟର ଅନ୍ତର୍ଭୁକ୍ତ କରାଯାଇଥାଏ ।

୩. ଯେଉଁ ବ୍ୟକ୍ତି ଗୋଟିଏ ରୁଦ୍ଧ ପରିବେଶ ୧ ମିଟର ବ୍ୟବଧାନରେ କୋଭିଡ-୧୯ ରୋଗୀଙ୍କ ଡାଇଗ୍ନୋଷ୍ଟକ୍‌ ସମୟରେ ରହିଥିବେ ସେମାନଙ୍କୁ  ମଧ୍ୟ କଣ୍ଟାକ୍ଟ ଲିଷ୍ଟରେ ଗଣାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ମାପଦଣ୍ଡ ଅନୁଯାୟୀ କଣ୍ଟାକ୍ଟ ଲିଷ୍ଟ ଚିହ୍ନଟ କରାଯିବା ସହ ସେମାନଙ୍କ ପରୀକ୍ଷା କରାଯାଉଥିବା କହିଛନ୍ତି ଡା. ବିଜୟ ମହାପାତ୍ର ।

 

Leave a Reply