ଚୀନ୍ ଯଦି ସୁପରପାୱାର ହୁଏ ତେବେ ଦୁନିଆ ବଦଳିଯିବ, ଧର୍ମ ପାଇଁ କଣ୍ଟା ଡ୍ରାଗନ୍

1 min read

୧୯୯୦ ଦଶକ ଆରମ୍ଭରେ କମ୍ୟୁନିଷ୍ଟ ରୁଷିଆର ପତନ ସହ ଶିତଳ ଯୁଦ୍ଧର ମୃତ୍ୟୁ କଥା ଘୋଷଣା କରାଯାଇଥିଲା । କିନ୍ତୁ ଖୁବ କମ ସମୟରେ ଦୁନିଆ ବୁଝିଗଲା ଯେ,ଶିତଳ ଯୁଦ୍ଧ ଶେଷ ହୋଇନାହିଁ । ବାସ୍ ଏତିକି ହୋଇଛି ଯେ, ଦୁଇଟି ସୁପର ପାୱାର ଯାଗରେ ଦୁନିଆରେ ଗୋଟିଏ ମହାଶକ୍ତି ଉଭା ହୋଇଛି । ସିଧା କହିବାକୁ ଗଲେ ରୁଷର ପତନ ସହ ଆମେରିକା ଦୁନିଆର ଚୌଧୁରୀ ବନି ଯାଇଥିଲା । କିନ୍ତୁ ଯେମିତି ଇତିହାସରେ ହୁଏ ସେମିତି ଗୋଟିଏ ମହାଶକ୍ତିକୁ ଗାଦିଚ୍ୟୁତ କରିବାକୁ ଆଉ ଗୋଟିଏ ଶକ୍ତି ଉଭା ହେଉଥିଲା । ୨ ୦୦୦ ଆସୁ ଆସୁ ଜଣା ପଡିଯାଇଥିଲା ଚୀନ୍ ଆମେରିକା ସ୍ଥାନ ନେବାକୁ ଯାଉଛି । ହଂକଂରୁ ତାଇୱାନ,ଲଦାଖ ଓ ଦକ୍ଷୀଣ ଚୀନ୍ ସାଗରରେ ଯେଉଁ ମରାମାରି ଚାଲିଛି ତାର ଗୋଟିଏ ଉଦ୍ଦେଷ୍ୟ ହେଉଛି ସୁପର ପାୱାର ଟାଇଟଲ କାହା ପାଖରେ ରହିବ ।  କିନ୍ତୁ ଯଦି ଚୀନ ଦେଖୁଥିବା ସ୍ୱପ୍ନ ପୁରା ହୁଏ ତେବେ ଦୁନିଆର କ’ଣ ହେବ ? କ’ଣ ଦୁନିଆର ସମୀକରଣ ବଦଳି ଯିବ ? ଆସନ୍ତୁ ନଜର ପକାଇବା କିଛି ସମ୍ଭାବ୍ୟ ପରିସ୍ଥିତି ଉପରେ ।

china world

ପ୍ରଥମ ପ୍ରଶ୍ନ  ଯାହା ମନକୁ ଆସୁଛି ତାହା ହେଲା ,ଚୀନ୍ ଯଦି ଆମେରିକାକୁ ପଛରେ ପକାଇ ସୁପରପାୱାର ହୋଇଯାଏ ତେବେ ଏହା ଶାନ୍ତି  ଚାହିଁବ ନା ନିଜର ବିସ୍ତାରବାଦୀ ନୀତିକୁ ଜାରି ରଖିବ । ସେପ୍ଟେମ୍ବର ମାସରେ ଜାତିସଂଘର ସାଧାରଣ ସଭାରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କହିଥିଲେ ଯେ, ଆମେ ଶାନ୍ତିରେ ରହି ବିକାଶ କରିବାକୁ ଚାହୁଁଛୁ । କିନ୍ତୁ ଚୀନର ଇତିହାସକୁ ପଢିଥିବା ବ୍ୟକ୍ତି କହିପାରିବେ ଯେ, ଚୀନ୍ କେବେ ଶାନ୍ତିରେ ବିଶ୍ୱାସ କରେନା । ଶାମ,ଦାନ,ଦଣ୍ଡ,ଭେଦ ଦ୍ୱାରା ଅନ୍ୟ ଦେଶ ଅଧିକାର ହେଉଛି ଚୀନର ନୀତି । ଚୀନ କରଜ ଦେଇ ଦେଶ ଅଧିକାର କରେ । ଏହା ଚୀନର ଏବେକାର ନୀତି ନୁହେଁ । ଆଗରୁ ଚୀନ୍ ଏମିତି କରି ଆସୁଛି ।  ପଂଚଦଶ ଶତାବ୍ଦୀରେ ଚୀନର ଜଣେ ସେନାପତୀ ଶାଙ୍ଗ୍ ହି ନିଜ ଜାହଜ ନେଇ ବ୍ୟବସାୟ ପାଇଁ ବାହାରିଥିଲା । ଶାଙ୍ଗ୍ କୌଣସି ଦେଶକୁ ସିଧା ଗୋଲାମ କରିନଥିଲା । ସେ ଯେଉଁ ଦେଶକୁ ଯାଉଥିଲା ସେଠି ସୁଧ ବ୍ୟବସାୟ କରୁଥିଲା । ଟଙ୍କା ଦେଇ ଶାସନରେ ହସ୍ତକ୍ଷେପ କରୁଥିଲା । ଯେମିତି ଏବେ ଚୀନ୍ କରୁଛି । ଚୀନ୍  ଯଦି ମହାଶକ୍ତି ହୁଏ ତେବେ ଏହି ସୁଧ ବେପାର ଜରିଆରେ ଦେଶ ଉପରେ କବଜା ଜୋର ଧରିବ । ମାଓ କ୍ଷମତା ଦଖଲ କରିବା ପରେ ତିବ୍ବତ,ମକାଉ ଓ ତାଇୱାନ୍ ଉପରେ ନିଜ ଦାବି ରଖିଥିଲେ । ତେଣୁ ଚୀନଠାରୁ ଶାନ୍ତି ଆଶା କରିବା ଭୁଲ ।

confusious

ଦ୍ୱିତୀୟତଃ ଚୀନ୍ ସୁପର ପାୱାର ହେବା ପରେ ନିଜ ସଂସ୍କୃତିକୁ ଅନ୍ୟ ଦେଶ ଉପରେ ଲଦିବାକୁ ଚେଷ୍ଟା କରିବ । ଯାହାକୁ ସାଂସ୍କୃତିକ ଅତିକ୍ରମଣ କୁହାଯିବ । କୂଟନୈତିକ ଭାଷାରେ ଏହାକୁ ସଫ୍ଟ ପାୱାର ବୋଲି କୁହାଯାଇଥାଏ । ଆମେରିକାର ସଫ୍ଟ ପାୱାର ହେଉଛି ହଲିଉଡ୍ । ହଲିଉଡ୍ ଜରିଆରେ ଆମେରିକା  ବାକି ବିଶ୍ୱକୁ ଆମେରିକା ୱେ ଅଫ୍ ଲାଇଫ୍ ବିକି ଆସୁଛି ।  ଅନେକ ବିକାଶଶୀଳ ରାଷ୍ଟ୍ର  ଯଦି ଆଜି ନିଜ ସଂସ୍କୃତିଠାରୁ ଦୁରେଇ ଯାଇଛନ୍ତି ତେବେ ଏଥିପାଇଁ ଅନେକାଂଶରେ ହଲିଉଡ୍ ଦାୟୀ । ୟୁରୋପିୟ ଫିଲ୍ମର ଆକାଳ ମୃତ୍ୟୁ ପାଇଁ ହଲିଉଡ୍ ଦାୟୀ । ହଲିଉଡ୍ ଫିଲ୍ମ ୟୁରୋପିଆନ୍ ଭାଷାରେ ଡବ୍ ହୋଇ ରିଲିଜ୍ ହେବା କାରଣରୁ ୟୁରୋପ ଫିଲ୍ମ ଇଣ୍ଡଷ୍ଟ୍ରୀ ଧ୍ୱଂସ ପାଇଯାଇଛି । ତଥାପି ଆମେରିକା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ସେଠାରେ ମିଶ୍ର ସଂସ୍କୃତି କିଛି ମାତ୍ରାରେ ବଂଚିଛି ।

କିନ୍ତୁ ଚୀନ୍ ଏକକ ଶକ୍ତି ହେଲେ ସେମିତି ହେବନାହିଁ । ଚୀନ୍ କନଫ୍ୟୁସିୟସ ସଂସ୍ଥା ଜରିଆରେ ନିଜ ସଂସ୍କୃତି ଥୋପିବାକୁ ଚାହିଁବ । ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଏକ ଅନୁମାନ ହିସାବରେ ୨୦୧୯ରେ ବିଶ୍ୱରେ ବିଭିନ୍ନ ଦେଶରେ ମୋଟ ୫୩୦ କନଫ୍ୟୁସିୟସ ସଂସ୍ଥା ରହିଛି ।  ଆଗରୁ ଏହି ସଂସ୍ଥାନ ଗୁଡିକୁ ବ୍ରିଟିଶ କାଉନସିଲ ଭଳି ସଂଗଠନ ସହ ତୁଳନା କରାଯାଉଥିଲା । କିନ୍ତୁ ଏବେ ସତ ସାମ୍ନାକୁ ଆସୁଛି । ଚୀନ୍ ଏଭଳି ସଂଗଠନ ଦ୍ୱାରା ଅନ୍ୟଦେଶର ଯୁବବର୍ଗକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛି । ଚୀନ୍ ସଂସ୍କୃତି ଦ୍ୱାରା ପାୱାର ଚାହୁଁଛି ଓ ଚାହିଁବ ଆଗକୁ । ୨୦୧୩ ମସିହାରେ କାନାଡା ଚୀନର ଏହି ଭଳି କିଛି ଚୀନ୍ ସଂଗଠନକୁ ନିଜ ଦେଶରେ ବ୍ୟାନ୍ କରିଥିଲା । ଚୀନ୍ ଏହି ସଂଗଠନଙ୍କ ଦ୍ୱାରା କାନାଡା ଯୁବବର୍ଗର ବ୍ରେନ୍ ୱାସ କରୁଛି ବୋଲି ସେତେବେଳେ ଅଭିଯୋଗ ହୋଇଥିଲା ।

china army

ଚୀନ୍ ମହାଶକ୍ତି ହେବାର ଅର୍ଥ ଧର୍ମୀୟ ସ୍ୱାଧିନତା ଉପରେ ଅଂକୁଶ । ଚୀନ୍ ନିଜ ଦେଶରେ ଉଇଘୁର ମୁସଲିମଙ୍କ ଉପରେ ଅତ୍ୟାଚାର କରୁଛି । ରିଏଜୁକେସନ୍ ନାମରେ ସେମାନଙ୍କୁ ଲେବର କ୍ୟାମ୍ପକୁ ପଠାଉଛି । ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇଁ ଅନେକ ଉଦ୍ୟମ କରୁଛି । ଏମିତିରେ ଚୀନ୍ ଯଦି ସୁପର ପାୱାର ହୁଏ ତେବେ ଏହା ଦୁନିଆର ସବୁ ଧର୍ମ ପାଇଁ ବିପଦର ଘଣ୍ଟି ହେବ । ଆଉ ଗୋଟିଏ କଥା ହେଲା ଚୀନକୁ ଆମେରିକାଠାରୁ ଅଲଗା କରିଥାଏ । ତାହା ହେଲା ଚୀନ୍ ସେହି ଦେଶ ସହ ସଂପର୍କ ରଖେ ଯିଏ ତାକୁ ଡରି କରି ରୁହେ । ଉଦାହରଣ ଭାବେ ହଂକଂକୁ ନିଆଯାଉ । ହଂକଂ ଚୀନ୍ ହାତକୁ ଯିବାବେଳେ ବେଜିଂ ପ୍ରତିସ୍ରୁତି ଦେଇଥିଲା ଯେ, ହଂକଂରେ ମୁଖ୍ୟ ଚୀନ୍ ଆଇନ ଲାଗୁ ହେବ ନାହିଁ । ଏବେ କିନ୍ତୁ ଚୀନ୍ ବ୍ରିଟେନ ସହ ହୋଇଥିବା ଚୁକ୍ତିକୁ ଡଷ୍ଟବିନକୁ ଫୋପାଡି ଦେଇଛି । ହଂକଂରେ ବିରୋଧ ସତ୍ୱେ ନିଜ ଇଛା ମୁତାବକ ଆଇନ ଲାଗୁ କରିଛି । ଅର୍ଥାତ ଚୀନ୍ ସୁପର ପାୱାର ହେଲେ ଏହା କୌଣସି ଚୁକ୍ତିକୁ ସମ୍ମାନ ଦେବ ନାହିଁ ।

ଚୀନକୁ ଯାହା ସୁହାଏ ତାକୁ ସେ ଗ୍ରହଣ କରେ । ଯାହା ସୁହାଏ ନାହିଁ ତାକୁ ମାନେ ନାହିଁ । ମହାଶକ୍ତି ହେବା ପରେ ଚୀନର MY way or high wayନୀତି ଆହୁରି ଜୋର ଧରିବ ।

Leave a Reply