ପୁଣି ଟିଏମସି କର୍ମୀଙ୍କ ଆକ୍ରମଣ; ଜଣେ ବିଜେପି କର୍ମୀ ମୃତ, ୬ ଗୁରୁତର

କୋଲକାତା: ଆଗାମୀ ବର୍ଷରେ ପଡିବ ପଶ୍ଚିମବଙ୍ଗରେ ଭୋଟ । ଭୋଟ ପୂର୍ବରୁ ଏବେ ଭଡକି ଯାଇଛି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା । ରାଜନୈତିକ ଆକ୍ରୋଶ ଏବେ ବାସ୍ତବିକ ଆକ୍ରୋଶରେ ପରିଣତ ହୋଇଛି । ଗାଦିସୀନ ତୃଣମୂଳ କଂଗ୍ରେସର କର୍ମୀ ଏବେ ରକ୍ତ ମୁଖା ହୋଇପଡିଥିବା ଅଭିଯୋଗ ହୋଇଛି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ, ପ୍ରଭାରୀ ଏବଂ ଜାତୀୟ ମୁଖପାତ୍ରଙ୍କୁ ଟିଏମସି କର୍ମୀ ପଥର ମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଶିଥିଳ ପଡିନଥିବା ବେଳେ ଆଜି ପୁଣି ଘଟିଛି ରାଜନୈତିକ ହିଂସା ।

ପଶ୍ଚିମବଙ୍ଗର ୨୬ ପ୍ରଗଣା ଅନ୍ତର୍ଗତ ହଲି ସହରରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ଘଟିଛି । ତୃଣମୂଳ କଂଗ୍ରେସ କର୍ମୀଙ୍କ ମାଡରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ଆହତ ମାନଙ୍କୁ କଲ୍ୟାଣୀ ଜିଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଜେପିର ତମାମ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମମତା ସରକାରର ଅରାଜକତାକୁ ନେଇ ଟ୍ୱିଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକଦମ ଭୁଷୁଡ଼ି ପଡିଥିବା ଅଭିଯୋଗ କରିଛି ବିଜେପି । ପ୍ରତିଦିନ ବିଜେପି କର୍ମୀଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରୁଥିବେ ବେଳେ, ସ୍ଥାନୀୟ ପୋଲିସ ସେମାନଙ୍କୁ ପ୍ରସୟ ଦେଉଥିବା ଅଭିଯୋଗ ମଧ୍ୟ କରିଛି ବିଜେପି ।

Leave a Reply