କୁହୁଡ଼ି ଅନ୍ଧାରରେ ରକ୍ତରଞ୍ଜିତ ହେଲା ରାସ୍ତା, ୧୩ ଜଣଙ୍କ ଉପରେ ମାଡ଼ିବସିଲା ବୋଲଡର ବୋଝେଇ ଟ୍ରକ୍‌

ନୂଆଦିଲ୍ଲୀ: କାଳ ସାଜୁଛି ଦୁର୍ଘଟଣା। ରାସ୍ତାରେ ଛକି ବୁସୁଛି ମୃତ୍ୟୁ। ଗୋଟିଏ ପରେ ଗୋଟିଲ ଘଟି ଚାଲିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜରାଟର ସୁରଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଆଜି ପଶ୍ଚିମବଙ୍ଗ ଜଳପାଇଗୁଡିରେ ଘଟିଛି ସିରିଜ୍ ଦୁର୍ଘଟଣା। ପୁରା ରାସ୍ତା ରକ୍ତରଞ୍ଜିତ ହୋଇଛି। ଜଣେ କି ଦୁଇଜଣ ନୁହେଁ। ଧୁପଗୁରି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକାଥରକେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

୧୮ ଜଣ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କୁହୁଡ଼ି ପାଇଁ ଦୃଶ୍ୟମାନ କ୍ଷମତା ହ୍ରାସପାଇଥିବାରୁ ଏପରି ଦୁର୍ଘଟଣା ଘଟିଛି। ଗତକାଲି ରାତି ୯ଟାରେ ଏକ ବୋଲଡର ବୋଝେଇ ଟ୍ରକ୍‌ ମାୟାନାଗୁରୀ ଆଡକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସିଥିବା ଏକ ଟାଟା ମ୍ୟାଜିକ୍ ଓ ମାରୁତି ଭ୍ୟାନକୁ ଧକ୍କା ଦେଇଥିଲା।

ପରେ ଟ୍ରକଟିରୁ ବୋଲଡର ଗୁଡ଼ିକ ଖସିପଡ଼ିଥିଲା। ଫଳରେ ବୋଲଡରରେ ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମାମଲାରେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ତଦନ୍ତ ଜାରି ରଖିଛି।

Leave a Reply