ପଶ୍ଚିମବଙ୍ଗରେ କିଛି ଠିକ୍‌ ଚାଲିନାହିଁ, ମମତାଙ୍କ ଶାସନରେ ଲୋକ ଅତିଷ୍ଠ: ରାଜ୍ୟପାଳ

Mamta banarjee And Governor

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଅଲୋଡ଼ା ସ୍ଥିତି । ଖୋଦ୍‌ ରାଜ୍ୟପାଳ କହୁଛନ୍ତି ରାଜ୍ୟରେ ଚାଲିଛି ହିଟ୍‌ଲର ଶାସନ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ରାଜ୍ୟପାଳଙ୍କ ଏଭଳି ବୟାନ ପରେ‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନ ପ୍ରଣାଳିକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଛି । ମମତାଙ୍କ ଶାସନ ପ୍ରଣାଳି କ’ଣ ସତରେ ଏତେ ଖରାପ, ଯେଉଁଥିରେ ଖୋଦ୍‌ ରାଜ୍ୟପାଳ ଅତିଷ୍ଠ ହୋଇଯାଇଛନ୍ତି ।

ପଶ୍ଚିମବଙ୍ଗରେ ଚାଲିଛି ହିଟଲର ଶାସନ । ମମତା ସରକାରଙ୍କ ମନମୁଖୀ ଶାସନ ପାଇଁ ରାଜ୍ୟବାସୀ ଅନେକ ହଇରାଣ ହେଉଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଖୋଦ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକାର । ଏହାକୁ ପ୍ରତିବାଦ କରି ସେ ମାସେ ପାଇଁ ବନବାସ ଯିବେ ବୋଲି ରବିବାର ଘୋଷଣା କରିଛନ୍ତି ।

Governor

ରାଜ୍ୟରେ ରାଜନୈତିକ ହିଂସା ବଢୁଥିବା ବେଳେ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଲାଗୁ କରାଯାଉନାହିଁ । ଯାହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ, ରାଜ୍ୟପାଳଙ୍କ କୌଣସି କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଆସୁଥିବାରୁ ରାଜ୍ୟରେ ହିଂସା ବଢିବ ବୋଲି ଆଶଙ୍କା କରାଯାଉଛି । ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ ।

Leave a Reply