ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସମ୍ଭାବନା, ଜାଣନ୍ତୁ କେଉଁଠି ପଡ଼ିବ ପ୍ରଭାବ…

1 min read
Well Marked Low Pressure area over southwest and adjoining southeast Bay of Bengal

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଏବଂ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଅବପାତ କ୍ରମଶଃ ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା (ସାମଦ୍ରିକ ଘୂର୍ଣ୍ଣିଝଡ଼)ରେ ରୂପ ନେଇପାରେ । ଏହା ଉତ୍ତର-ପଶ୍ଚିମ ଦିଗକୁ ଯାଇ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳର କରାଇକାଲ ଓ ମହାବଳୀପୁରମକୁ ନଭେମ୍ବର ୨୫ ତାରିଖ ଅପରାହ୍ଣରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

Well Marked Low Pressure area over southwest and adjoining southeast Bay of Bengal

ଏହା ପ୍ରଭାବରେ ଦକ୍ଷିଣ ଭାରତର କେତେକ ସ୍ଥାନରେ ୨୩ ତାରିଖରୁ ବର୍ଷା ସହ ପବନ ଆରମ୍ଭ ହେବ । ୨୪ରୁ ୨୬ ତାରିଖ ଯାଏଁ ତାମିଲନାଡ଼ୁ, ପୁଡୁଚେରୀ ଓ କରାଇକାଲରେ ବର୍ଷା ପବନ ହୋଇପାରେ । ସେହିପରି ୨୫ରୁ ୨୬ ତାରିଖ ଦୁଇଦିନ ଦକ୍ଷିଣ ଆନ୍ଧ୍ର ଉପକୂଳ, ରୟାଲସୀମା ଓ ତେଲଙ୍ଗାନାରେ ବର୍ଷା ସହ ପବନ ସମ୍ଭାବନା ରହିଛି । ଏହା ପ୍ରଭାବରେ ଭାରତ ମହାସାଗର, ଦକ୍ଷିଣ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ । ୨୨ରୁ ୨୫ ତାରିଖ ଯାଏଁ ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Well Marked Low Pressure area over southwest and adjoining southeast Bay of Bengal

ଦକ୍ଷିଣ ଓଡ଼ିଶାରେ ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆସନ୍ତା ୨୫ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଗଜପତି, ରାୟଗଡ଼ା ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବୌଦ୍ଧ, ଖୋର୍ଦ୍ଧା, କଟକ, ଯାଜପୁର, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ କମ୍ ରହିବ ଓ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Well Marked Low Pressure area over southwest and adjoining southeast Bay of Bengal

ଅନ୍ୟପଟେ ଆରବସାଗରରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଗତି’ ବଳ ଗୋଟାଇ ଚାଲିଛି । ‘ଗତି’ ପଶ୍ଚିମ ଦିଗରେ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮କିମି ବେଗରେ ଗତି କରୁଛି । ଏହା ଆସନ୍ତା ୩ ଘଣ୍ଟା ମଧ୍ୟରେ ସୋମାଲିଆର ରାସ ବିନାହକୁ ଭୟଙ୍କର ସାମୁଦ୍ରିକ ଝଡ଼ ରୂପରେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ୧୩୦ରୁ ୧୪୦ କିମି ଘଣ୍ଟା ପ୍ରତି ରହିବ ।

Leave a Reply