କୃଷି ବିଲ୍ ପାସ୍: ଆଜି ଐତିହାସିକ ଦିନ, ଜାରି ରହିବ ଏମ୍‌ଏସ୍‌ପି

1 min read

ନୂଆଦିଲ୍ଲୀ: କୃଷି ସମ୍ପର୍କିତ ୨ଟି ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇଛି । କୃଷକଙ୍କ ଫସଲ ବ୍ୟାପାର ଏବଂ ବାଣିଜ୍ୟ (ସଂମ୍ୱର୍ଦ୍ଦନ ଓ ସରଳୀକରଣ) ବିଧେୟକ ୨୦୨୦ ଏବଂ କୃଷକ ସଶକ୍ତିକରଣ ଏବଂ ସଂରକ୍ଷଣ ବିଧେୟକ ୨୦୨୦ ଧ୍ୱନି ମତରେ ପାରିତ ହୋଇଛି । ଯାହା ପରେ ଭରତର କୃଷି ଇତିହାସରେ ଏହା ଏକ ସ୍ମରଣୀୟ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହେବା ନେଇ ଆମ ପରିଶ୍ରମୀ ଅନ୍ନଦାତାଙ୍କୁ ବଧେଇ ଜଣାଉଛି ବୋଲି ସେ ଟ୍ୱିଟ୍ ଯୋଗେ କହିଛନ୍ତି । ଏହା କେବଳ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ତାହା ନୁହେଁ ବରଂ କୋଟି କୋଟି କୃଷକଙ୍କ ସଶକ୍ତ କରିବ । ସେ ଆହୁରୀ କହିଛନ୍ତି ଯେ, ଦଶନ୍ଧି ଦଶନ୍ଧି ଧରି ଆମ କୃଷକ ଭାଇ  ଓ ଭଉଣୀମାନେ ନା ନା ପ୍ରକାର ସମସ୍ୟା ଦେଇ ଗତିକରୁଛନ୍ତି । ସଂସଦରେ ପାରିତ ବିଧେୟକ ଦ୍ୱାରା ଅନ୍ନଦାତାଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଯିବ । ଏହା ଦ୍ୱାରା କୃଷକଙ୍କ ଆୟ ଦ୍ୱିଗୁଣା କରିବା ପ୍ରୟାସକୁ ଅଧିକ ସଫଳ ହୋଇପାରିବ ।

ଆଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ କୃଷି କ୍ଷେତ୍ରକୁ ଅଧୁନିକ ଟେକ୍ନୋଲୋଜିର ତତ୍କାଳ ଆବଶ୍ୟକତା ରହିଛି । ଏହା ଦ୍ୱାରା ପରିଶ୍ରମି କୃଷକଙ୍କୁ ଅଧିକ ସାହାଯ୍ୟ ମିଳିବ । ଏବେ ଏହି ବିଲ୍ ପାସ୍ ହେବା ପରେ ଆମ କୃଷକଙ୍କ ଭବିଷ୍ୟ ଟେକ୍ନୋଲୋଜି ଯାଏ ସହଜ ହେବ । ଏହା ଦ୍ୱାରା କେବଳ ଫସଲ ବଢ଼ିବ ତାହା ନୁହେଁ ବରଂ ଭଲ ପରିଣାମ ସାମ୍ନାକୁ ଆସିବ ।

Leave a Reply