ଲଗାଣ ବର୍ଷା କାରଣରୁ ଏହିସବୁ ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଜଳକା ନଦୀ ଜଳସ୍ତର ବଢିଥିବା ସୂଚନା । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିଲା ବେଳେ  ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୬୦ ମିଟରରେ ପ୍ରବାହିତ ହେଉଛି ।  ଘଣ୍ଟା ପ୍ରତି ୦.୧ ମିଟର ଜଳସ୍ତର ବଢୁଛି । ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜର ରାସଗୋବିନ୍ଦପୁର , ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଂଚଳରେ ପ୍ରବଳ ବର୍ଷାଯୋଗୁଁ ଜଳସ୍ତର ବଢୁଛି । କିଛି ତଳିଆ ଅଂଚଳରେ ପାଣି ପଶିଥିବା ବେଳେ କିଛି ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡିଛି ।

ସେହିପରି ବୈତରଣୀ ନଦୀ ଜଳସ୍ତର ମଧ୍ୟ ବଢିଛି । ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ,  ସକାଳ ୭ଟା ସୁଦ୍ଧା ୧୭.୬୦ ମିଟରରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଝିପି ଝିପି ବର୍ଷା ଲାଗିରହିଥିବାରୁ ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି । ଜିଲ୍ଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଫଳରେ ବିଭିନ୍ନ ବ୍ଲକରେ ତଳି ଅଞ୍ଚଳରେ ଥିବା ଚାଷ ଜମିରେ ବର୍ଷା ପାଣି ଜମି ରହିଛି ।

ଅନ୍ୟପଟେ ଗତ ୪ଦିନ ଧରି ବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀ ଜଳସ୍ତର । ବଢ଼ିପାଣି ଯେପରି ଗାଁ ଭିତରକୁ ନପଶିବ ସେଥିପାଇଁ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଢେ଼ଙ୍କାନାଳ କୋଟପାଳ ଗାଁଲୋକେ ।

Leave a Reply