ଗୌତମଙ୍କ ଜନ୍ମଦିନରେ ମନେ ପକାନ୍ତୁ ବିଶ୍ୱକପର ସେହି ଦୁଇ ଅଭୁଲା ଗମ୍ଭୀର ମ୍ୟାଚ୍

1 min read

ନୂଆଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଜନ୍ମ ଦିନ । ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର କ୍ରିକେଟ୍ ଖେଳର ସମସ୍ତ ଫର୍ମାଟରେ ଖେଳିଛନ୍ତି  । ସେଥିପାଇଁ ସେ କ୍ରିକେଟର ସୁପରହିରୋ ଭାବେ ପରିଚିତ । ୨୦୧୯ ମସିହାରୁ ଗୌତମ ଲୋକସଭାର ସଦସ୍ୟ ଅଛନ୍ତି । ୧୯୮୧ ମସିହା ଅକ୍ଟୋବର ମାସ ୧୪ ତାରିଖ ଦିଲ୍ଲୀ ସହରରେ ତାଙ୍କର ଜନ୍ମ ହୋଇଥିଲା । ୨୦୧୧ ମସିହାରେ, ଗମ୍ଭୀର ଏକ ବ୍ୟବସାୟିକ ପରିବାରର ନତାଶା ଜୈନଙ୍କୁ ବିବାହ କରିଥିଲେ ।

ଜଣେ କ୍ରିକେଟର ଭାବେ ସେ ଜଣେ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ ।  ୨୦୦୩ ମସିହାରେ ବାଂଲାଦେଶ ବିପକ୍ଷରେ ତାଙ୍କର ଏକ ଦିନିକିଆ ଅନ୍ତର୍ଜାତୀୟରେ (ODI) ଡେବ୍ୟୁ କରିଥିଲେ ଏବଂ ପରବର୍ତ୍ତୀ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ ଖେଳିଥିଲେ । ୨୦୧୦ରୁ ୨୦୦୧୧ ମସିହା ପର୍ଯ୍ୟନ୍ତ ସେ ୬ଟି ODI ରେ ଭାରତୀୟ ଦଳରେ ଖେଳିଥିଲେ ଏବଂ ଭାରତ ସମସ୍ତ ୬ଟି ମ୍ୟାଚ୍ ଜିତିଥିଲା । ସେ ଉଭୟ ୨୦୦୭ ବିଶ୍ୱକପ୍ ଏବଂ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  ।

ଗମ୍ଭୀର ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ କ୍ରମାଗତ ଚାରିଟି ଟେଷ୍ଟ ସିରିଜରେ ୩୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏପ୍ରିଲ୍ ୨୦୧୮ ମସିହା ସୁଦ୍ଧା ସେ ୨୦-୨୦ ଆନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଷଷ୍ଠ ସର୍ବାଧିକ ରନ୍ ସ୍କୋରର୍ ଅଟନ୍ତି । ୨୦୦୮ ମସିହାରେ ତାଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର, ଭାରତର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୯ ମସିହାର ସେ ‘ଆଇସିସି ଟେଷ୍ଟ ପ୍ଲେୟାର ଅଫ୍ ଦି ଇୟର’ ପୁରସ୍କାର ପାଇଥିଲେ । ୨୦୧୯ ମସିହାରେ ସେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।  ଏହାପରେ ୨୦୧୮  ଡିସେମ୍ବର ମସିହାରେ ସେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ୨୦୧୯ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନରେ ଜିତିଥିଲେ ।

Leave a Reply