ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍, ମେ’୨ରେ ରେଜଲ୍ଟ

Vote For Pipili Assembly By Election on 17th April

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବ । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ପିପିଲି ଉପନିର୍ବାଚନ ଲାଗି ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ମାର୍ଚ୍ଚ ୩୧ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍ ୩ । ଏପ୍ରିଲ୍ ୧୭ରେ ଭୋଟ୍ ହେବ । ମେ’ ୨ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଏହା ପରଠାରୁ ଉପନିର୍ବାଚନ ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା । ନିକଟରେ ନିର୍ବାଚନ କମିଶନ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ସେତେବେଳେ ଆଶା କରାଯାଉଥିଲା ପିପିଲି ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ କିନ୍ତୁ ହୋଇନଥିଲା ।

Leave a Reply