ମାସ୍କରେ ୭ ଦିନ ଯାଏଁ ବଞ୍ଚି ରୁହନ୍ତି କରୋନା ଭୂତାଣୁ: ରିପୋର୍ଟ

1 min read

ନୂଆଦିଲ୍ଲୀ: ନୋଭେଲ୍ କରୋନା ଭାଇରସ୍‌ ଦ୍ୱାରା ହେଉଥିବା କୋଭିଡ-୧୯ ରୋଗରୁ ବଞ୍ଚିବା ପାଇଁ ନିର୍ଦ୍ଧିଷ୍ଟ ଭାବେ ଏହାର କୌଣସି ଔଷଧ କିମ୍ୱା ଟୀକା ବାହାରିନଥିବା ବେଳେ ସତର୍କତା ଏହି ଏକମାତ୍ର ଉପାୟ । ଏଣୁ ବାରମ୍ୱାର ହାତ ଧୋଇବା ଓ ଘରେ ରହିବା ପାଇଁ ଗୁରୁତ୍ୱ ଦେଇଛନ୍ତି ସରକାର ଓ ଡାକ୍ତରୀ ବିଶେଷଜ୍ଞ । ଏଥିସହିତ ଘରୁ ବାହାରିଲା ବେଳକୁ ମାସ୍କ ବ୍ୟବହାର ପାଇଁ ମଧ୍ୟ ଜୋର ଦେଉଛନ୍ତି । ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକଭାବେ ମଧ୍ୟ ଲାଗୁ କରାଯାଇଛି । ନଚେତ୍ ଲୋକଙ୍କ ଗଣିବାକୁ ପଡ଼ୁଛି ତଣ୍ଡ ।

ବର୍ତ୍ତମାନ ମାସ୍କ ବ୍ୟବହାର ନେଇ କିଛି ଏଭଳି ତଥ୍ୟା ଏବେ ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ । ମାସ୍କ ବ୍ୟବହାରରେ ଏଭଳି ସତର୍କତା ଅବଲମ୍ୱନ ନକରନ୍ତି ତେବେ କରୋନା ଭଳି ଭୟାବହ ଭୂତାଣୁରୁ ବର୍ତ୍ତିବା ବଦଳରେ ଆକ୍ରାନ୍ତ ହୋଇପାରନ୍ତି ।

ହଂକଂ ୟୁନିଭର୍ସିଟି ଦ୍ୱାରା ସଦ୍ୟ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଆମେ ବ୍ୟବହାର କରୁଥିବା ମାସ୍କରେ ୭ ଦିନ ପର୍ଯ୍ୟନ୍ତ କରୋନା ଭୂତାଣୁ ବଞ୍ଚି ରହିପାରେ । ଅପରପକ୍ଷରେ ନୋଟ୍ ଓ କାଚରେ ୪ ଦିନ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଏବଂ ପ୍ଳାଷ୍ଟିକରେ ୪ରୁ ୭ ଦିନ ଯାଏଁ ଭୂତାଣୁ ଜୀବନ୍ତ ରହିଥାଏ   । ଏବଂ ଆମ ପୋଷାକରେ ପୂରା ଗୋଟିଏ ଦିନ ଯାଏଁ ଏହି ଭୂତାଣୁ ଜୀବିତ ରୁହେ ।

ଏଣୁ ଆପଣ ଯଦି ମାସ୍କ ବ୍ୟବହାର କରିସାରି ତାକୁ ଗରମ ପାଣିରେ ଧୋଇବେ । ଅନୁନ୍ୟ ୫ ଘଣ୍ଟା ଖରାରେ ଶୁଖାଇବେ । ଏବଂ ହାତକୁ ସାବୁନ କିମ୍ୱା ହ୍ୟାଣ୍ଡଓ୍ୱାସ୍‌ରେ ଧୋଇସାରି ମାସ୍କଟିକୁ ପିନ୍ଧିବା ଉଚିତ୍‌ ।

Leave a Reply