ଆଜି ଅଷ୍ଟ୍ରେଲିଆରେ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ବିରାଟଙ୍କୁ ଦରକାର ଆଉ ମାତ୍ର..

1 min read

କାନବେରା: ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳୁଥିବା ୱାନଡେ ସିରିଜକୁ ଜିତିବାର ଆସା ମଉଳି ଯାଇଛି । ବୁଧବାର ଦିନ ତୃତୀୟ ତଥା ଅନ୍ତିମ ମ୍ୟାଚରେ ବିରାଟ ବାହିନୀ ଇଜତ୍ ବଞ୍ଚାଇବାକୁ ଚେଷ୍ଟା କରିବ । ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚରେ ଭାରତୀୟ ଦଳ ଯଥାକ୍ରମେ ୬୬ଏବଂ ୫୧ ରନରେ ହାରିଛି । ଆଜି ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୯.୧୦ ରେ ଆରମ୍ଭ ହୋଇଛି ।

କାନବେରାରେ ଅଷ୍ଟ୍ରେଲିଆ ୦-୩ କ୍ଲିନ୍ ସୁଇପ୍ ଏଡାଇବାକୁ ଟିମ୍ ଇଣ୍ଡିଆ ମଇଦାନରେ ଓହ୍ଲାଇବ । ଏହାସହ ଆଜିର ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ସଫଳତା ହାସଲ କରିବାର ସୁଯୋଗ ରହିଛି ।

ଯଦି ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ କାନବେରାରେ ଆଉ ୨୩ ସ୍କୋର କରନ୍ତି, ତେବେ ସେ ୱାନଡେ ଇଣ୍ଟରନ୍ୟାସନାଲରେ ଦ୍ରୁତ ଗତିରେ ୧୨ହଜାର ରନ୍ ପୂରଣ କରିବାର ବିଶ୍ୱ ରେକର୍ଡ କରିବେ । ୩୨ ବର୍ଷୀୟ ବିରାଟ କୋହଲି ସର୍ବନିମ୍ନ, ତଥା ୨୪୨ ଇନିଂସରେ ଏହି ସଫଳତା ହାସଲ କରିବାରେ ସଫଳ ହେବେ । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ଛାଡିଦେବେ, ଯିଏ କି ୩୦୦ ଇନିଂସରେ ୧୨୦୦୦ ରନ୍ କରିଥିଲେ । ବିରାଟ କୋହଲିଙ୍କ ନାଁରେ ସବୁଠୁ ଦ୍ରୁତତମ ୮ହଜାର, ୯ହଜାର, ୧୦ହଜାର ଏବଂ ୧୧ହଜାର ରନର ରେକର୍ଡ ରହିଛି ।

ବିରାଟ କୋହଲି ଏପର୍ଯ୍ୟନ୍ତ ସୁଦ୍ଧା କେତେ ଇନିଂସରେ ୧୦୦୦-୧୧୦୦୦ ରନ୍ କରିଛନ୍ତି

୨୪ ଇନିଂସରେ ହଜାର ରନ୍

୫୩ ଇନିଂସରେ ଦୁଇ ହଜାର ରନ୍

୭୫ ଇନିଂସରେ ତିନି ହଜାର ରନ୍

୯୩ ଇନିଂସରେ ୪ହଜାର ରନ୍

୧୧୪ ଇନିଂସରେ ୫ହଜାର ରନ୍

୧୩୬ ଇନିଂସରେ ୬ ହଜାର ରନ୍

୧୬୧ ଇନିଂସରେ ୭ ହଜାର ରନ୍

୧୭୫ ଇନିଂସରେ ୮ହଜାର ରନ୍

୧୯୪ ଇନିଂସରେ ୯ହଜାର ରନ୍

୨୦୫ ଇନିଂସରେ ୧୦ହଜାର ରନ୍

୨୨୨ ଇନିଂସରେ ୧୧ହଜାର ରନ୍

ବିରାଟ କୋହଲି ଏପର୍ଯ୍ୟନ୍ତ ୪୩ ଶତକ ଏବଂ ୫୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଧିକାଂଶ ଶତକ ବିଷୟରେ କହିବାକୁ ଗଲେ ଏହି ରେସରେ କେବଳ ସଚିନ ତେନ୍ଦୁଲକର ଏହି ରେକର୍ଡ କରିଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ୪୯ ଶତକ ହାସଲ କରିଛନ୍ତି।

Leave a Reply