ଅଷ୍ଟ୍ରେଲିଆରେ ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବିରାଟ

1 min read

କାନବେରା: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିରାଟ କୋହଲି  ରଚିଛନ୍ତି ଇତିହାସ । ଭାରତୀୟ ଅଧିନାୟକ ଏହି ଦିନିକିଆ ମ୍ୟାଚରେ ୧୨ହଜାର ରନ୍ ସ୍କୋର କରି ନିଜକୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରମାଣିତ କରିଛନ୍ତି । କୋହଲି ‘ଗଡ ଅଫ୍ କ୍ରିକେଟ୍’ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

ମ୍ୟାଚ୍ ପୂର୍ବରୁ ବିରାଟ ଏହି ମ୍ୟାଜିକାଲ୍ ଫିଗର୍ ଠାରୁ ୨୩ ରନ୍ ଦୂରରେ ଥିଲେ, କିନ୍ତୁ ସେ ୧୨.୧ ଓଭରରେ ସେ ରେକର୍ଡ ଭଙ୍ଗିବାରେ ସକ୍ଷମ ହୋଇପାରିଛନ୍ତି । ୩୨ ବର୍ଷୀୟ ବିରାଟ  ୨୪୨ ତମ ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ସଚିନ୍ ୩୦୦ ତମ ଇନିଂସରେ  ରେକର୍ଡ କରିଥିଲେ । ସଚିନ୍-କୋହଲିଙ୍କ ବ୍ୟତୀତ କେବଳ ଚାରିଜଣ ଖେଳାଳି ଦିନିକିଆ ମ୍ୟାଚରେ ୧୨ ହଜାର ସ୍କୋର କରିବାରେ ସକ୍ଷମ ହୋଇଛନ୍ତି।

ତେବେ ଦ୍ୱିତୀୟ ଦିନିକିଆରେ ବିରାଟ ୮୯ରନର ଇନିଂସ ଖେଳି ନିଜ ଫର୍ମକୁ ଫେରିଥିଲେ ବିରାଟ । ଏହି ଯାତ୍ରାରେ ଭାରତୀୟ ଅଧିନାୟକ ୯୯.୩୬ ଷ୍ଟ୍ରାଇକ୍ ହାର ସହିତ ୫୯.୪୧ର ୧୨ହଜାର ରନ୍ ସ୍କୋର କରିଥିଲେ । ଯଦିଓ ୧୮୩ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।

୫୯ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ଏପର୍ଯ୍ୟନ୍ତ ସୁଦ୍ଧା ୪୩ ଶତକ ହାସଲ କରିଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ନଅ ଶତକର ରେକର୍ଡ କରିଥିବା ବେଳେ କୋହଲି ୮ଟି ସତକ କରିଛନ୍ତି ।

Leave a Reply