କରୋନା ସଂକଟରେ ବେଙ୍ଗାଲୁରୁ ହିଂସାକାଣ୍ଡ, ଅତିରିକ୍ତ କମିଶନରଙ୍କ ସମେତ ୬୦ ରୁ ଅଧିକ ଆହତ… ୧୧୦ ଗିରଫ

1 min read

ବେଙ୍ଗାଲୁରୁ: ମଙ୍ଗଳବାର ରାତିରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ମଧ୍ୟ ଗୁଳି ଚଲାଇଥିଲେ । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେଙ୍ଗାଲୁରୁ ହିଂସାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ପୋଲିସ ଗୁଳିରେ ୬୦ରୁ ଅଧିକ ଆହତ ହୋଇଛନ୍ତି । କର୍ଣ୍ଣାଟକ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତୀଙ୍କ ଭଣଜାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏହି ହିଂସାକାଣ୍ଡ ଘଟିଥିବା କୁହାଯାଉଛି ।

ଘଟଣାରେ ତାଙ୍କ ଭଣଜା ମହମ୍ମଦଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଶ୍ରୀନିବାସ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହାକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିବା ସହ ଶହଶହ ସଂଖ୍ୟାରେ ଏକାଠି ହୋଇ ବିଧାୟଙ୍କ ଘର ଉପରକୁ ପଥରମାଡ କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଦୁଇ ତିନିଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଉତ୍ୟକ୍ତ ଜନତା ଡିଜେ ହଲି ପୋଲିସ ଷ୍ଟେସନରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ଶେଷରେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୋଲିସକୁ ଗୁଳିମାଡ କରିବାକୁ ପଡିଥିଲା । ଏଥିରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଅତିରିକ୍ତ କମିଶନରଙ୍କ ସହ ୬୦ ଜଣ ଆହତ ହୋଇଛନ୍ତି ।

ଘଟଣାରେ ଶାନ୍ତି ବଜୟ ରଖିବାକୁ ବିଧାୟକ ଶ୍ରୀନିବାସ ମୁର୍ତ୍ତି ନିବେଦନ କରିବା ସହ ଏଥିପାଇଁ କ୍ଷମପ୍ରାର୍ଥନା କରିଛନ୍ତି । କେବଳ ସେତିକି ନୁହେଁ କର୍ଣ୍ଣାଟକ ଅମୀର-ଇ-ଶରିୟତ ମଧ୍ୟ ଲୋକଙ୍କୁ ଶାନ୍ତି ପାଇଁ ଅପିଲ କରିଛି । ଘଟଣାରେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୧୧୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ୍ ।

Leave a Reply