ସୀମା ବିବାଦକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ: ଜାଗା ଛାଡ଼ିବେନି କହି ଜିଦରେ ଅଟଳ

ନୟାଗଡ଼: ଗାଁରେ ସୀମା ବିବାଦକୁ ନେଇ ରାସ୍ତା ଅବରୋଧ । ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଘନେଇବାରେ ଲାଗିଛି ବିବାଦ । ଯାହାକୁ ନେଇ ରାସ୍ତା କୁ ଓହ୍ଲାଇଛନ୍ତି ଦୁଇଟି ଗାଁର ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଡମସାହି ଗାଁରେ । ସୁଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ଦୁଇଟି ଗାଁ ରହିଛି ଡମସାହି ଏବଂ ତଲାରିବନ୍ଧ ।

ଏହି ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଅଡ଼ୁଆ ଲାଗିରହିଛି । ଅଡ଼ୁଆଟି ହେଉଛି ଏହି ଦୁଇଟି ଗାଁ ଗୋଟିଏ ପଞ୍ଚାୟତ ଅଧିନରେ ରହିଛି । କିନ୍ତୁ ପ୍ରଶାସନ ଡମସାହିଠାରୁ ତଲାରିବନ୍ଧକୁ ଅଲଗା ଏକ ପଞ୍ଚାୟତକୁ ବଦଳି କରିବାକୁ ନିଷ୍ପତି ନେଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି ଡମସାହିର ଗାଁ ଲୋକେ ।

କାରଣ ଯଦି ତଲାରିବନ୍ଧକୁ ଅନ୍ୟ ଏକ ପଞ୍ଚାୟତକୁ ସ୍ଥାନାନ୍ତର କରାଯିବ ତେବେ ଡମସାହିର କିଛି ଲୋକଙ୍କର ଚାଷ ଜମି, ସରକାରୀ ଜମି ଏବଂ ଡମସାହି ସିମାରୁ କିଛି ଅଂଶ ତଲାରିବନ୍ଧ କୁ ଚାଲିଯିବ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଡମସାହି ଗାଁ ଲୋକେ  ।

ଅପରପଟେ କିନ୍ତୁ ଏହାକୁ ବିରୋଧ କରିନି ତଲାରିବନ୍ଧ ଗାଁ । ଏନେଇ ଆଜି ସକାଳୁ ଡମସାହି ଗ୍ରାମବାସୀ ଗୋଡିପଡା ଓ ଦର୍ପନାରାୟଣପୁର ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ରଣପୁର ତହସିଲଦାର ପହଂଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Leave a Reply