ଧାର ଟଙ୍କା ଫେରସ୍ତ କରିବା ନେଇ ବ୍ୟାଙ୍କ ଓ ED କରୁନାହାନ୍ତି ସହଯୋଗ: ମାଲ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଲାଗି ଉପୁଜିଥିବା ପରିସ୍ଥିତିକୁ ନେଇ କରୁଣା ମନୋଭାବ ଜାତ ହୋଇଛି ପଳାତକ ବିଜୟ ମାଲ୍ୟାଙ୍କ ମନରେ । ବ୍ୟାଙ୍କରୁ ଧାର ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ୱିଟ୍ କରି ଏହା ଜଣାଇଛନ୍ତି ମାଲ୍ୟା । ହେଲେ ବ୍ୟାଙ୍କ କିମ୍ୱା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଥିରେ ସାହାଯ୍ୟ କରୁନଥିବା ଟ୍ୱିଟ୍‌ରେ ସେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର କରୋନା ମୁକାବିଲା ନେଇ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିବା ଭଳି ଅକଳ୍ପନୀୟ ନିଷ୍ପତ୍ତି ନେଇଛନ୍ତି ।  ଆମେ ଏହାକୁ ସମ୍ମାନ କରୁ, କିନ୍ତୁ ଏହି କାରଣରୁ ମୋର ସମସ୍ତ କମ୍ପାନୀର କାର୍ଯ୍ୟ ଠପ୍‌ ହୋଇଗଲା |

Business Insider

ସମସ୍ତ ପ୍ରକାର ଉତ୍ପାଦନ ମଧ୍ୟ ବନ୍ଦ ଅଛି | ଏହା ସତ୍ତ୍ୱେ, ଆମେ ଆମର କର୍ମଚାରୀମାନଙ୍କୁ ଘରକୁ ପଠାଉନାହୁଁ ଏବଂ ସେମାନଙ୍କୁ ଖର୍ଚ୍ଚ ଅଯଥାରେ ଟଙ୍କ ଦେବାକୁ ପଡ଼ୁଛି ।  ଏଦିଗରେ ସରକାର ଆମକୁ ସାହାଯ୍ୟ କରିବା ଦରକାର ।

ଏଥିସହିତ ସେ ଆହୁରି ଲେଖିଛନ୍ତି ଯେ, ସମସ୍ତ ଟଙ୍କା ଫେରସ୍ତ ନେଇ ସେ ଅନେକ ଥର ଅଫର ଦେଇଛନ୍ତି । ବ୍ୟାଙ୍କଗୁଡ଼ିକ ଟଙ୍କା ନେବାକୁ ପ୍ରସ୍ତୁତ ନୁହଁନ୍ତି କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ତାଙ୍କ କଥା ଶୁଣିବେ।

Enforcement Directorate - Wikipedia

ସୂଚନା ଯୋଗ୍ୟ ଯେ, ବିଜୟ ମାଲ୍ୟା ଟ୍ୱିଟର ମାଧ୍ୟମରେ ଏହାପୂର୍ବରୁ ମଧ୍ୟ ଅଫର ଦେଇଛନ୍ତି । ଯଦିଓ ସେ ନିଜେ ଭାରତ ଆସିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଗତ ଚାରି ବର୍ଷ ଧରି ଲଣ୍ଡନରେ ଅଛନ୍ତି।

ବିଜୟ ମାଲ୍ୟା ୯ ହଜାର କୋଟିର ଋଣ ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ପରେ ମାର୍ଚ୍ଚ ୨ , ୨୦୧୬ରେ ଭାରତରୁ ପଳାଇ ଯାଇଥିଲେ। ସେ ବର୍ତ୍ତମାନ କିଙ୍ଗଫିସର ଏୟାରଲାଇନ୍ସର ଅପରେସନ ପାଇଁ ଏହି ଋଣ ନେଇଥିଲେ।

Leave a Reply