ଆକାଶଙ୍କ ଆକାଉଣ୍ଟରେ ୧୬.୦୫ କୋଟି ଟଙ୍କା ଜମା, ବ୍ରହ୍ମପୁର ଓ ବଲାଙ୍ଗିରରେ ବି ରହିଛି ଆକାଉଣ୍ଟ

1 min read
Vigilance Traced 16.05 Core Deposit In Arrested Akash Pathak Bank Accounts

ଭୁବନେଶ୍ୱର: ଖୋଲୁଛି ଆକାଶଙ୍କ ଆକାଉଣ୍ଟର ଗୁମର । ଘାଣ୍ଟୁଛି SIT, ବାହାରୁଛି କୋଟି କୋଟି ଟଙ୍କା । ଗିରଫ IFS ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ୩ଦିନିଆ ରିମାଣ୍ଡରେ ନେଇ SIT ଜେରା କରୁଛି । ଅନ୍ୟପଟେ କୌଣସି ଚାକିରି କରିନଥିବା ଆକାଶଙ୍କ ଆକାଉଣ୍ଟରୁ ମିଳୁଛି କୋଟି କୋଟି ଟଙ୍କା । ପୂର୍ବରୁ ସର୍ଚ୍ଚ ବେଳେ ପୁନେ ଓ ଭୁବନେଶ୍ୱରର ଆକାଶଙ୍କ ନାଁରେ ଥିବା ୩ ଗୋଟି ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

Vigilance Traced 16.05 Core Deposit In Arrested Akash Pathak Bank Accounts

ତଦନ୍ତରେ ଅଗ୍ରଗତି ସହ ଭିଜିଲାନ୍ସ ହାତରେ ପୁଣି ଲାଗିଛି ପ୍ରମାଣ । ଆକାଶଙ୍କ ଭୁବନେଶ୍ୱର ଓ ପୁନେରେ ଥିବା ଆକାଉଣ୍ଟରେ ଆଉ ୧ କୋଟି ୨୮ ଲକ୍ଷ ଟଙ୍କା ଜମା ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆକାଶ ପାଠକଙ୍କ ଆକାଉଣ୍ଟରେ ମୋଟ ୧୬.୦୫ କୋଟି ଟଙ୍କା ଜମା ହୋଇଥିବା ବେଳେ ସେଥିମଧ୍ୟରୁ ୧୦.୭୬ କୋଟି ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି ।

Vigilance Traced 16.05 Core Deposit In Arrested Akash Pathak Bank Accounts

ଏହା ବାଦ୍ ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ଏବଂ ଇନ୍ସୁରାନ୍ସ ପଲିସି ରହିଛି । କେବଳ ଆକାଶ ନୁହେଁ ଗିରଫ IFS ଅଫିସର ଅଭୟକାନ୍ତ ପାଠକ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ବ୍ରହ୍ମପୁରରେ ରହିଛି ବ୍ୟାଙ୍କ ଆକାଉଣ୍ଟ । ସେ ସବୁ ଆକାଉଣ୍ଟର ତର୍ଜମା କରାଯାଉଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply