ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ ଏବଂ ରେଞ୍ଜର

ସୋର/ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ । ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅଜୟ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଯନ୍ତ୍ରୀଙ୍କ ନିଜ ବାସଭବନ ସହ ବିଭିନ୍ନ ସ୍ଥାନରେ ରେଡ୍‌ କାରାଯାଇଛି ।

ସେଥିମଧ୍ୟରୁ ବାରିପଦା ସ୍ଥିତ ପୈତୃକ ବାସଭବନ, ସୋରୋ କାର୍ଯ୍ୟାଳୟ, କଟକ ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । କେନ୍ଦୁଝର ଡିଏସ୍‌ପି ଦେବଦତ୍ତ ସେଠ୍ ଓ ବାଲେଶ୍ୱର ଡିଏସପି ଏସ.କେ ସାମନ୍ତରାୟ ଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ୍‌ ଚଢ଼ାଉ କରିଛି । ଅଜୟଙ୍କ ବାସଭବନରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ପକ୍ଷରୁ ଘର ସିଜ୍‌ କରାଯାଇ ଘରର ଆୟତନକୁ ମପା ଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିଭଳି ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହରଙ୍କ ଘରେ ରେଡ ହୋଇଛି । ଦୀନବନ୍ଧୁଙ୍କ ବଲାଙ୍ଗୀରର ରାଜୀବ ନଗର ପୈତୃକ ଘରେ ଓ କେସିଙ୍ଗା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଦୀନବନ୍ଧୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଞ୍ଜର ଅଛନ୍ତି ।

Leave a Reply