ଯେଉଁଠି ଯେଉଁଠି ଥିଲେ ପାଠକ, ସେଇଠି ସେଇଠି ଚାଲିଛି ଖୋଳତାଡ଼

1 min read
Vigilance Raid In Abhay Kant Pathak’s Old Office Bolangir Sambalpur

ଭୁବନେଶ୍ୱର: ଅଭୟଙ୍କ ଅମାପ ସମ୍ପତ୍ତିର ଚାଲିଛି ଖୋଳତାଡ଼ । ଏତେ ଟଙ୍କା, ଦାମୀ ଘର ଓ ଗାଡ଼ି । ଚାକିରି ଜୀବନରେ କେମିତି ହେଲା ସମ୍ଭବ । ପୁନେ, ମୁମ୍ବାଇ, ପାଟଣାରେ ଏକାଧିକ ଘର ଓ ଫ୍ଲାଇଟ୍ କେମିତି କିଣିଲେ ଅଭୟକାନ୍ତ ପାଠକ । ଏପିସିସିଏଫ ଅଭୟକାନ୍ତ ପାଠକଙ୍କ କଳା କାରାନାମାର ଛାନଭିନ୍ ଚାଲିଛି । ୭ଟି ସ୍ଥାନରେ SITର ୧୨ଟି ଟିମ୍ ଖୋଳତାଡ଼ କରୁଛି । ସରକାରୀ ବାସଭବନ ସହ ପିସିସିଏଫ ଅଫିସରେ ରେଡ୍ କରାଯାଇଛି ।

 Vigilance Raid In Abhay Kant Pathak’s Old Office Bolangir Sambalpur

୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକ କେମିତି ୩୩ ବର୍ଷ ଚାକିରି କାଳରେ ହୋଇଗଲେ କୋଟି କୋଟି ଟଙ୍କାର ମାଲିକ । ଚାକିରି କାଳରେ କରିଥିଲେ କି ବଡ଼ ଦୁର୍ନୀତି । ଏବେ ସେସବୁର ଖୋଳତାଡ଼ ଚାଲିଛି । ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସର ୪ ଜଣିଆ ଟିମ୍ ଯାଞ୍ଚ କରୁଛି । ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ ଜାରି ରହିଛି । ୧୯୯୩ରୁ ୯୪ ଯାଏ ପାଠକ ଅନୁଗୁଳ ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

 Vigilance Raid In Abhay Kant Pathak’s Old Office Bolangir Sambalpur

ସେହିଭଳି ସମ୍ଵଲପୁରରେ ଅଭୟ ପାଠକ ଲିଙ୍କରେ ରେଡ୍ ହୋଇଛି । ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପୂର୍ବରୁ ପାଠକ ଚାକରି କରୁଥିବା ଆରସିସିଏଫ ଅଫିସରେ ଚଢ଼ାଉ କରାଯାଇଛି । ପାଠକଙ୍କ ସମ୍ପତ୍ତିକୁ ନେଇ ବିଭିନ୍ନ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି ସମ୍ବଲପୁର ଭିଜିଲାନ୍ସ ।

 Vigilance Raid In Abhay Kant Pathak’s Old Office Bolangir Sambalpur

ବଲାଙ୍ଗିରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । IFS ଅଭୟକାନ୍ତ ପାଠକ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଚାରି ବର୍ଷ ଧରି ବଲାଙ୍ଗିର କେନ୍ଦୁପତ୍ର ଡିଭିଜନର ମୁଖ୍ୟ ବନ ସଂରକ୍ଷକ ଥିଲେ ପାଠକ । ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ, ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ବଲାଙ୍ଗିରର ୨୦ଟି ବ୍ୟାଙ୍କରେ ଭିଜିଲାନ୍ସ ଖୋଳତାଡ଼ କରୁଛି ।

Leave a Reply