ଗିରଫ IAS ବିଜୟ କେତନ ଉପାଧ୍ୟାୟଙ୍କ କଳା କାରବାର, ମଧ୍ୟସ୍ଥି ସାଜିଥିଲେ ବ୍ୟାଙ୍କ ଅଫିସର

1 min read

ଭୁବନେଶ୍ୱର: ଭିଜିଲାନ୍ସ ଖୋଲିଲା ଗିରଫ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ କେଳେଙ୍କାରୀର ପେଡ଼ି । ଏହା ସହ ବିଜୟଙ୍କ ସ୍କାମ୍‌ରେ ମଧ୍ୟସ୍ଥି ସାଜିଥିବା ୟେସ୍‌ ବ୍ୟାଙ୍କର ଅଫିସର ସନ୍ତୋଷ ପଟ୍ଟନାୟକଙ୍କ କଳାକାରନାମାକୁ ମଧ୍ୟ ସାମ୍ନାକୁ ଆଣିଛି ଭିଜିଲାନ୍ସ । କେମିତି ନେଉଥିଲେ ୧ଲକ୍ଷ ଟଙ୍କାର ଲାଞ୍ଚ । ତାର ଠୋସ୍‌ ପ୍ରମାଣ ଲାଗିଛି ଭିଜିଲାନ୍ସ ହାତରେ । ବିଜୟ କେତନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ସାଂଘାତିକ ତଥ୍ୟ ।

ପିପିଲି: ସୁଆଣ୍ଡୋରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ।ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ । ଗୋପବନ୍ଧୁଙ୍କ ଷଠି ଘର ବୁଲି ଦେଖିଲେ 5T ସଚିବ ଓ ପୁରୀ ଜିଲ୍ଲାପାଳ ।

୨୦୧୨ରୁ ୨୦୧୯ ଭିତରେ ତିନିଟି ବ୍ୟାଙ୍କ ଖାତାରେ ଜମା ହୋଇଛି ୭୦ଲକ୍ଷ ଟଙ୍କା । ଉଭୟ କାଉଣ୍ଟର ଓ କ୍ୟାସ୍‌ ମେସିନ୍‌ ଜରିଆରେ ଏହି ଟଙ୍କା ଜମା ହୋଇଛି । ଏହି ଟଙ୍କା ଭିତରେ କେବଳ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଛି ୨୨ ଲକ୍ଷ । ଗୋଟିଏ ଦିନରେ ଏକାଧିକ ଥର ମଧ୍ୟ ଆକାଉଣ୍ଟରେ ଜମା ହୋଇଛି ଲକ୍ଷାଧିକ ଟଙ୍କା । ଏପରିକି କିଛି ବେନାମି ଆକାଉଣ୍ଟର ସୁରାକ୍ ମଧ୍ୟ ଲାଗିଛି ତଦନ୍ତାକାରୀ ଅଫିସରଙ୍କ ହାତରେ । ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ କହିଛି, ଏସବୁ ଆକାଉଣ୍ଟରେ କେତେ ଟଙ୍କାର କାରବାର ହୋଇଛି ସେ ନେଇ ତଦନ୍ତ କରାଯାଉଛି ।ସେୟାର ମାର୍କେଟ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡରେ ବିଜୟ କେତନ ନିବେଶ କରିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ତେଣୁ, ଏ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି । ଏପରିକି ସନ୍ତୋଷ ପଟ୍ଟନାୟକ ୟେସ୍‌ ବ୍ୟାଙ୍କରେ ଯୋଗ ଦେବା ପରେ, ସେହି ବ୍ୟାଙ୍କରେ ମାତ୍ର ୫ ମାସ ମଧ୍ୟରେ ୭ ଲକ୍ଷ ଟଙ୍କା ଜମା ହୋଇଛି । ଯାହାକି ବିଜୟ କେତନଙ୍କୁ ସନ୍ଦେହ ଘେରକୁ ଆଣିଛି । ତେଣୁ ଏ ମାମଲାରେ ତଦନ୍ତରେ ସହଯୋଗ କରିବାକୁ ଭିଜିଲାନ୍ସ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ  ଅନୁରୋଧ କରିଛି । ଗିରଫ ବିଜୟ କେତନ ଓ ସନ୍ତୋଷ ପଟ୍ଟନାୟକଙ୍କ ସମସ୍ତ ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡକୁ ଯାଞ୍ଚ କରାଯିବ ।

IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ

ତେଣୁ ନ୍ୟାସନାଲ୍‌ ସିକ୍ୟୁରିଟି ଡିପୋଜିଟୋରି ଲିମିଟେଡ୍‌, ସେଣ୍ଟ୍ରାଲ୍‌ ଡିପୋଜିଟୋରୀ ସର୍ଭିସ୍‌ ଲିମିଟେଡ୍‌ ଓ କମ୍ପ୍ୟୁଟର ଏଜ୍‌ ମ୍ୟାନେଜମେଣ୍ଟ ସର୍ଭିସ୍‌ ଲିମିଟେଡ୍‌ ଠାରୁ ତଥ୍ୟ ମିଳିବା ପରେ ଏ ଦୁହେଁ ସେୟାର ମାର୍କେଟ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରିଛନ୍ତି କି ନାହିଁ, ସେ ନେଇ ଜଣା ପଡ଼ିବ । ଏଥିପାଇଁ ସାଇବର୍‌ ସେଲ୍‌, ସେଲ୍‌ ଫୋନ୍‌ ଫରେନସିକ୍‌ ଏକ୍ସପର୍ଟ, ବ୍ୟାଙ୍କ ଅଫିସର୍‌ ଓ ଚାଟାର୍ଟ ଆକାଉଣ୍ଟାଣ୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି ଭିଜିଲାନ୍ସ ।

Leave a Reply