ମେଡିକାଲରେ ଲାଗିଥିବା ଗାଡ଼ି ବିଲ୍ କରାଇ ଦେବାକୁ ଲାଞ୍ଚ, ଡାକ୍ତର ଗିରଫ

ମାଲକାନଗିରି: ଲାଞ୍ଚ ମାମଲାରେ ସମ୍ପୃକ୍ତିରେ ଡାକ୍ତର ଗିରଫ । ମାଲକାନଗିରି ପଡ଼ିଆ ମେଡିକାଲର ଡାକ୍ତର ପାଣୁଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗତ ମାସ ୨୦ ତାରିଖରେ ପଡ଼ିଆ ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜେର ଶ୍ରୀମନ୍ତ ଅତିବୁଦ୍ଧି ଗାଡ଼ି ଭଡ଼ା ବାବଦ ବିଲ୍‌ ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ରାକେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ମେଡିକାଲରେ ଭଡ଼ା ଲାଗିଥିଲା ।

Vigilance Arrested Padia Medical Doctor In Bribe Case

ତେବେ, ଭଡ଼ା ବାବଦ ବିଲ୍ କରାଇ ଦେବା ପାଇଁ ତାଙ୍କୁ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ନେଇ ରାକେଶ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅକ୍ଟୋବର ୨୦ ତାରିଖରେ ପଡ଼ିଆ ମେଡିକାଲରେ ଚଢ଼ାଉ କରି ଶ୍ରୀମନ୍ତଙ୍କୁ ଗିରଫ କରିଥିଲା । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ତଦନ୍ତ କରିଥିଲା ଭିଜିଲାନ୍ସ । ଏହାପରେ ପଡ଼ିଆ ମେଡିକାଲର ଡାକ୍ତର ପାଣୁଚରଣ ମଣ୍ଡଳଙ୍କୁ ଆଜି ଗିରଫ କରାଯାଇଛି ।

Leave a Reply