ଏହି ୬ଟି ଚଳଚିତ୍ରର ସିକ୍ୱେଲ ଅପେକ୍ଷାରେ ଦର୍ଶକ,ଲକଡାଉନ୍ ଯୋଗୁ ଲଟକିଛି କାମ

ମୁମ୍ବାଇ: ବର୍ତ୍ତମାନ କରୋନା ମହାମାରୀ ପାଇଁ ଉପୁଜିଥିବା ପରିସ୍ଥିତି ଯୋଗୁଁ ସମସ୍ତ କାର୍ଯ୍ୟ ସ୍ଥଗିତ ହୋଇଯାଇଛି । ବଲିଉଡର ଅନେକ ଚଳଚ୍ଚିତ୍ରର ସୁଟିଂ ବାତିଲ ହୋଇଛି, ତେଣୁ ରିଲିଜ୍ ତାରିଖ ଉପରେ ଅନେକଙ୍କର କୌଣସି ଧାରଣା ନାହିଁ । ତଥାପି, ଧୀରେ ଧୀରେ କାମ ଆରମ୍ଭ କରିବାର ଚର୍ଚ୍ଚା ଚାଲିଛି । ନିକଟରେ ଅକ୍ଷୟ କୁମାର ମାସ୍କ ପିନ୍ଧି ଆର ବାଲ୍କୀଙ୍କ ଫିଲ୍ମ ପାଇଁ ସୁଟିଂ କରୁଥିବା ନଜର ଆସିଥିଲେ। ଇତିମଧ୍ୟରେ ବଲିଉଡର ବହୁ ପ୍ରତୀକ୍ଷିତ ସିକ୍ୱେଲ ଚଳଚ୍ଚିତ୍ର ବିଷୟରେ ଖବର ଜୋର ଧରିଛି । ଦୀର୍ଘ ସମୟ ଧରି ଏହି ସିକ୍ୱେଲ ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ବିଭିନ୍ନ ପ୍ରକାରର ସୂଚନା ପ୍ରକାଶ ପାଇଛି, ଯଦିଓ ଲକଡାଉନ ପରେ କୌଣସି ଚଳଚିତ୍ର କାମ ଆରମ୍ଭ ହୋଇପାରିନାହିଁ  । ଏବେ ପ୍ରଶ୍ନ ଉଠୁଛି ଏହି ଚଳଚ୍ଚିତ୍ର ସହିତ ଜଡିତ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ପରି ଅନେକ ସୁପରଷ୍ଟାର ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବେ କି ?

ସଞ୍ଜୟ ଦତ୍ତଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ଦୁଇ ଦୁଇଟି ସୁପରହିଟ୍ ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଚର୍ଚ୍ଚା ହେଉଛି । ପ୍ରଥମ ଚଳଚ୍ଚିତ୍ର ହେଉଛି ରାଜକୁମାର ହିରାନୀଙ୍କ ଚଳଚ୍ଚିତ୍ର ମୁନ୍ନା ଭାଇ ଏମବିବିଏସର ତୃତୀୟ ଭାଗ, ଯାହାକୁ ‘ମୁନ୍ନା ଭାଇ ଚଲେ ଆମେରିକା’ ନାମରେ ନାମିତ କରାଯାଇଛି । ଯଦିଓ ଏପର୍ଯ୍ୟନ୍ତ ଏହା ବିଷୟରେ କୌଣସି ବଡ଼ ଘୋଷଣା କରାଯାଇ ନାହିଁ ।

ଏହା ବ୍ୟତୀତ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ହେଉଛି ୨୯ ବର୍ଷ ପୂର୍ବେ ପୂଜା ଭଟ୍ଟଙ୍କ ସହ ଅଭିନିତ ‘ସଡକ’ର ସିକ୍ୱେଲ । ମହେଶ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରରେ ସଞ୍ଜୟ ଏବଂ ପୂଜା ବ୍ୟତୀତ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ସଲମାନ ଖାନଙ୍କ ବିଷୟରେ କହିଲେ, ତାଙ୍କର ବ୍ଲକବଷ୍ଟର ଚଳଚ୍ଚିତ୍ର କିକ୍ ର ଦ୍ୱିତୀୟ ସିକ୍ୱେଲ ଯଥା ‘କିକ ୨’ ବିଷୟରେ ଅନେକ ଆଲୋଚନା ଚାଲିଛି । ୨୦୧୯ରେ କିକ୍ କୁ ପାଞ୍ଚ ବର୍ଷ ପୂରଣ ହେବା ପରେ ସାଜିଦ ନାଡିଆଡୱାଲା ଏହାର ସିକ୍ୱେଲ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଆଉ କୌଣସି ସୂଚନା ମିଳିନାହିଁ ।

ଏହା ସହିତ ବଲିଉଡରେ କମେଡି କିଙ୍ଗ ନାମରେ ପରିଚିତ ନିର୍ଦ୍ଦେଶକଙ୍କର ଦୁଇଟି ସୁପରହିଟ୍ ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଆଲୋଚନା ହୋଇଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକ ହେଉଛି ‘ହେରା ଫେରି ୩’ ‘ଏବଂ ‘ହଙ୍ଗାମା ୨ ‘ ।

‘ହେରା ଫେରି’ ‘ବିଷୟରେ କହିବାକୁ ଗଲେ ତାହାର ଶୁଟିଂ ଆରମ୍ଭ ହୋଇନାହିଁ,  ​​କିନ୍ତୁ ପରେଶ ରାୱଲ, ମୀଜାନ, ଶିଳ୍ପା ଶେଟ୍ଟୀ ଏବଂ ଦକ୍ଷିଣ ଅଭିନେତା ପ୍ରଣିତା ସୁଭାଷଙ୍କ ଅଭିନୀତ’ ହଙ୍ଗାମା ୨’ ର କାମ ଆରମ୍ଭ ହୋଇଯାଇଥିଲା କିନ୍ତୁ ଲକଡାଉନ୍ ହେତୁ ତାହା ମଧ୍ୟ ବନ୍ଦ ହୋଇଗଲା ।

ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ଚଳଚ୍ଚିତ୍ର ନିର୍ମାତା ପିତା ରାକେଶ ରୋଶନଙ୍କ ସବୁଠାରୁ ବଡ ପ୍ରୋଜେକ୍ଟ ‘କ୍ରିଶ ୪’ ବିଷୟରେ ଅନେକ ଖବର ଶୁଣିବାକୁ ମିଳୁଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ଟାଇଟଲ୍ କିମ୍ବା ପୋଷ୍ଟର ଘୋଷଣା କରାଯାଇନାହିଁ। ଜଣାଇ ରଖୁଛୁ ଯେ ୨୦୧୮ରେ, ରାକେଶ ରୋଶନ ହ୍ରିତିକ ରୋଶନଙ୍କ ଜନ୍ମଦିନରେ କୃଷ୍ଣ ୪ର ଘୋଷଣା କରିଥିଲେ ଏବଂ ଏହା ୨୦୨୦ଶେଷ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଥିଲା ।

Leave a Reply