ଆଖି ବୁଜିଲେ ୮୦ ଦଶକର ଅଭିନେତା ଜଗଦୀପ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଏବଂ ବଲିଉଡର ଲୋକପ୍ରିୟ କମେଡିଆନଙ୍କ ପରଲୋକ । ୮୧ ବର୍ଷ ବୟସରେ ସୟଦ ଇସତିଆକ୍ ଅହମଦ ଜାଫ୍ରିଙ୍କ ଦେହାନ୍ତ ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି । ଜଗଦୀପ ନାଁରେ ଜଣାଶୁଣା ଜାଫ୍ରି ବାର୍ଦ୍ଧକ୍ୟ କାରଣରୁ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।

୭୦, ୮୦ ଓ ୯୦ ଦଶକରେ ବଲିଉଡ ଚଳଚ୍ଚିତ୍ରରେ ସେ ହସର ଖୋରାକ ଯୋଗାଉ ଛିଲେ । ସେ ୧୯୭୫ ମସିହାରେ ସୋଲେରେ ସୁରମା ଭୋପାଲି ଭୂମିକାରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ପୁଣି ସୁରମା ଭୋପାଲିର ନିର୍ଦ୍ଦେଶନା ଦେଇଥିଲେ । ସେ ଅନ୍ଦାଜ ଅପନା ଅପନା, ବ୍ରହ୍ମଚାରୀ, ନାଗିନ ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ପରକାଷ୍ଠା ଦେଖାଇଛନ୍ତି ।

ତାଙ୍କ ମୃତ୍ୟୁରେ ବଲିଉଡର ବହୁ କଳାକାର ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ମୁମ୍ବାଇର ସିଆ କବ୍ରିସ୍ତାନରେ ତାଙ୍କର ଅନ୍ତ୍ୟେଷ୍ଟି ହେବ । ଏହା ପୂର୍ବରୁ ବଲିଉଡ୍ ଅଭିନେତା ଋଷି କପୁର, ଇଫ୍ରାନ ଖାନ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା । କିଛିଦିନ ତଳେ ଆଖି ବୁଜିଥିଲେ କୋରିଓଗ୍ରାଫର ସରୋଜ ଖାନ ।

Leave a Reply