ଅଠରନଳାର ସ୍ଥିତି ଦୁର୍ବଳ, ଗାଡ଼ି ଚଳାଚଳ ବନ୍ଦ ଲାଗି ପ୍ରଶାସନର ନିଷ୍ପତ୍ତି

ପୁରୀ: ଆଜିଠୁ ପୁରୀ ଅଠରନଳା ପୋଲ ଉପରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ଚଳାଚଳ ବନ୍ଦ କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁସୂଚନା ମିଳିଛି ।

ପ୍ରଶାସନର ସୂଚନା ଅନୁସାରେ ଐତିହ୍ୟ ବହନ କରୁଥିବା ଅଠରନଳାର ସ୍ଥିତି ଦୁର୍ବଳ ହୋଇ ପଡିଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପରିକି ୮୫ ମିଟର ଲମ୍ବ ଏହି ସେତୁର ଦୁଇପଟେ ବ୍ୟାରିକେଡ କରି ବନ୍ଦ କରି ଦିଆଯାଇଛି ।

୧୦ ବର୍ଷ ପୂର୍ବରୁ ଚାରିଚକିଆ ଓ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ପୌରବିଭାଗକୁ ନୋଟିସ କରିବା ପରେ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି ।

ତେବେ ତ୍ରୟୋଦଶ ଶତାବ୍ଦୀର ଏହି ବ୍ରିଜର ସରଂକ୍ଷଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply