ଆଜି ହିଁ ପରିଷ୍କାର କରନ୍ତୁ ଘରେ ଥିବା ବୁଢିଆଣି ଜାଲ, ନଚେତ୍‌ ଯେତେ ଟଙ୍କା…

ସୁସ୍ଥ ରହିବାକୁ ହେଲେ ଆଖପାଖର ପରିବେଶକୁ ପରିଷ୍ଟାର ଏବଂ ପରିଛନ୍ନ ରଖିବା ନିହାତି ଆବଶ୍ୟକ । ଏହାଦ୍ୱାରା କେବଳ ଶରୀର ସୁସ୍ଥ ରହିବ ତାହା ନୁହେଁ ବରଂ ମନ ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବ । ଯଦି ଘରର ପରିଛନ୍ନତା ପ୍ରତି ଦୃଷ୍ଟି ଦିଆନଯାଏ ତେବେ ପରିବେଶ ଅପରିଷ୍କାର ହେବା ସହିତ ବିଭିନ୍ନ ରୋଗ ମଧ୍ୟ ହେବ । ଅଧିକାଂଶ ସମୟରେ ଘରର ବିଭିନ୍ନ କୋଣ ଆଦିକୁ ନଜର ନ ପକାଇବା ଦ୍ୱାରା ବୁଢିଆଣି ବସା ବାନ୍ଧି ନିଏ ଏବଂ ଜାଲ ସବୁ ଦେଖିବାକୁ ମିଳେ । ଯେଉଁ କାରଣରୁ ଘରର ସୌନ୍ଦର୍ଯ୍ୟ ନଷ୍ଟ ହୁଏ । କିନ୍ତୁ ଘରେ ବୁଝିଆଣି ଜାଲ ତିଆରି କରିବାକୁ ନେଇ ବାସ୍ତୁଶାସ୍ତ୍ରରେ କେତେକ କଥା ଉଲ୍ଲେଖ ରହିଛି ।

ବାସ୍ତୁଶାସ୍ତ୍ରରେ ବୁଝିଆଣି ଜାଲକୁ ଅଶୁଭ ବୋଲି କୁହାଯାଇଛି । ଏହା ଏକ ବାସ୍ତୁ ଦୋଷ । ଏହା ଘରେ ନକରାତ୍ମକ ଶକ୍ତିକୁ ସ୍ଥାନ ଦେବା ସହିତ ରୋଗବ୍ୟାଧୀ ବଢାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । କୁହାଯାଏ ଯେଉଁ ଘରେ ବୁଝିଆଣି ଜାଲ ହୋଇଥାଏ, ସେହି ଘରର ବ୍ୟକ୍ତିଙ୍କ ମସ୍ତିଷ୍କ ଠିକ୍‌ରହେନାହିଁ ।

ବୁଝିଆଣି ଜାଲର ସଂରଚନା କିଛି ଭିନ୍ନ ପ୍ରକାରର । ଏହି କାରଣରୁ ଏଥିରେ ନକରାତ୍ମକ ଶକ୍ତି ଘର କରିନିଏ । ଯେଉଁଥିପାଇଁ ଘରର ସୁଖ ସମୃଦ୍ଧିରେ ବାଧାପ୍ରାପ୍ତ ହୁଏ । କୌଣସି କାର୍ଯ୍ୟରେ ଉକ୍ତ ଘରର ସଦସ୍ୟଙ୍କର ମନ ଲାଗେ ନାହିଁ ଓ ସମସ୍ୟା ବଢିଥାଏ ।

ବାସ୍ତୁଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି ବୁଢିଆଣି ବସା ଘରର ଆର୍ଥିକ ପରିସ୍ଥିତି ଉପରେ କୁପ୍ରଭାବ ପକାଏ । ଯେତେ ରୋଜଗାର କଲେ ମଧ୍ୟ ଅର୍ଥ ସଞ୍ଚୟ ହୋଇପାରେ ନାହିଁ ।

Leave a Reply