ସକାଳୁ ଉଠି ହାତ ପାପୁଲି ଦେଖିବାକୁ କାହିଁକି ଶୁଭ ବୋଲି କୁହାଯାଏ?

ବାସ୍ତୁଶାସ୍ତ୍ରରେ ବିଭିନ୍ନ କଥା ଉଲ୍ଲେଖ ରହିଛି । କେହି କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କେହି ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ରରେ ସମସ୍ୟା କଥା ବର୍ଣ୍ଣନା ହୋଇଥିବା ବେଳେ ସମାଧାନର ଉପାୟ ମଧ୍ୟ କୁହାଯାଇଛି । କୁହାଯାଏ ସକାଳୁ ଉଠି ହାତ ପାପୁଲି ଦେଖିବା ଶୁଭ ହୋଇଥାଏ । ତେବେ ଏହା ପଛର କାରଣ କ’ଣ ଆସନ୍ତୁ ଆଲୋଚନା କରିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦର୍ଶନ କଲେ, ନିଜ ଭାଗ୍ୟ ମଜବୁତ୍‌ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏହା ସହ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଶାସ୍ତ୍ରରେ ଅନ୍ୟ କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ, ହାତ ପାପୁଲିରେ ଲକ୍ଷ୍ମୀ,ସରସ୍ୱତୀ ଓ ବ୍ରହ୍ମା ବାସ କରିଥା’ନ୍ତି। ହାତ ପାପୁଲିର ଅଗ୍ରଭାଗରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଓ ଶେଷରେ ବ୍ରହ୍ମା ଅବସ୍ଥାନ କରୁଥିବା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ସକାଳୁ ଉଠି ହାତ ପାପୁଲିର ଦର୍ଶନ କରିବା ଅର୍ଥ ଦେବୀ ଦେବତାଙ୍କ ଦର୍ଶନ କରିବା ସହିତ ସମାନ।
ସେହିପରି ହାତ ପାପୁଲି ଦର୍ଶନ କଲେ, ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ, ମନୁଷ୍ୟ ହାତରେ ତୀର୍ଥ ରହିଛି। ଏହି ମତ ଅନୁସାରେ ଚାରି ଆଙ୍ଗୁଳିର ଅଗ୍ର ଭାଗରେ ଦେବତୀର୍ଥ ରହିଛି।

ତର୍ଜନୀ ଆଙ୍ଗୁଳିର ଅଗ୍ର ଭାଗରେ ‘ପିତୃ ତୀର୍ଥ’ ରହିଛି ଏବଂ କନିଷ୍ଠ ଆଙ୍ଗୁଳିର ମୂଳ ଭାଗରେ ପ୍ରଜାପତି ତୀର୍ଥ ରହିଛି।

ଏହା ବ୍ୟତୀତ ଡାହାଣ ହାତର ମଝି ଭାଗରେ ‘ଅଗ୍ନି ତୀର୍ଥ’ ଏବଂ ବାମ ହାତର ମଝିରେ ‘ସୋମ ତୀର୍ଥ’ ରହିଛି। ଏହା ସହ ଆଙ୍ଗୁଳିର କୋଣରେ ‘ଋଷି ତୀର୍ଥ’ ରହିଛି ବୋଲି ଶାସ୍ତ୍ରରେ କୁହାଯାଇଛି।

Leave a Reply