ପୁରୀଘାଟ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: କଟକର ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଯାହା ଫଳରେ ତାଙ୍କର ସମ୍ମାନ ହାନି ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ବର୍ଷାଙ୍କ ଏଭଳି ଏତଲାକୁ ଗ୍ରହଣ କରିବା ସହ ପୋଲିସ ତଦନ୍ତ କରୁଥିବା ନେଇ ପୁରୀଘାଟ ଥାନା ଅଧିକାରୀ ରଶ୍ମି ମହାପାତ୍ର ସୂଚନା ଦେଇଛନ୍ତି । ୨ଦିନ ତଳେ ଅନୁଭବ ବର୍ଷାଙ୍କ ମଧ୍ୟରେ ଯ଼ୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ଭିଡିଓରେ ବର୍ଷାଙ୍କ ସମ୍ମାନ ହାନି ହେବା ପରି କମେଣ୍ଟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଗତକାଲି ଏସଡିଜେଏମ କୋର୍ଟ ରେ ଅନୁଭବ ମହାନ୍ତି ତାଙ୍କ ଆଇନଜୀବିଙ୍କ ସହିତ ପହଂଚି ନୋଟିସର ୧୫ ପୃଷ୍ଠା ବିଶିଷ୍ଟ ଲିଖିତ ଉତ୍ତର ଦାଖଲ କରିଛନ୍ତି । ଯଦି ତାଙ୍କର କିଛି ଭୁଲ ବା ଅପରାଧ ହୋଇଛି ବୋଲି କୋର୍ଟ ଅନୁଭବ କରୁଛନ୍ତି, ତେବେ ମୋତେ ଦଣ୍ଡ ଦିଅନ୍ତୁ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ସେ ଗୁହାରି କରିଥିଲେ ।

ତେବେ ବର୍ଷା ଓ ଅନୁଭବ ବିବାଦ ମାମଲାରେ ପ୍ରଥମ ଥର ପାଇଁ ଅନୁଭବ ଗତକାଲି କୋର୍ଟରେ ହଜାର ହୋଇଥିଲେ।

Leave a Reply