ଶାଶୂ ଘରକୁ ଯିବା ବଦଳରେ କ୍ବାରେଣ୍ଟାଇନ୍ ହେଲେ ବଧୂ

ଗାନ୍ଧୀନଗର: କରୋନା ମହାମାରୀ ସଂକ୍ରମଣରେ ସାରା ଦେଶବାସୀ ଏକପ୍ରକାର ପ୍ରଭାବିତ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାହାଘର ଓ ପାର୍ଟି ଫଙ୍କସନ ପାଳନ ଉପରେ କଟକଣା ଜାରି କରାଯାଇଛି । ଏଭଳି ସମୟରେ ଗୁଜୁରାଟର ଭାଲସାଦର ଅଞ୍ଚଳରେ ଜଣେ ନବବଧୂକୁ ବିବାହ ପରେ ଶାଶୂ ଘରକୁ ଯିବା ବଦଳରେ କ୍ବାରେଣ୍ଟାଇନ୍ ଯିବାକୁ ପଡିଛି ।

ଘଟଣା ଅନୁଯାୟୀ ଭାଲସାଦର ଜଣେ ଯୁବତୀ ନିଜ ବାହାଘର ସାମଗ୍ରୀ କିଣିବା ପାଇଁ ମୁମ୍ବାଇ ଯାଇଥିଲେ । ସେଠାରୁ ଆସିବା ପରେ ସେ ବାହାଘରରେ ବ୍ୟସ୍ତ ରହିଯାଇଥିଲେ । ପରେ ଏନେଇ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ କରୋନା ଯାଞ୍ଚ ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ, ହେଲେ ସେ ଦିନ ଥିଲା ତାଙ୍କ ବାହାଘର ।

ସ୍ୱାସ୍ଥ୍ୟ ବିଭାଗର ଟିମ୍ ବିବାହ ଉତ୍ସବରେ ପହଞ୍ଚି ସମସ୍ତଙ୍କର କରୋନା ଯାଞ୍ଚ କରିଥିଲା । ହେଲେ ସମସ୍ତଙ୍କୁ ଛାଡି କେବଳ ସମ୍ପୃକ୍ତ ଯୁବତୀ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଯୁବତୀ ଓ ତାଙ୍କ ପିତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି ।

ବରର ପରିବାର ମହାରାଷ୍ଟ୍ରରୁ ଆସିଥିବା ବେଳେ ଏହି ଘଟଣାକୁ ନେଇ ବର ଘର ଲୋକେ ବିରକ୍ତ ହୋଇପଡିଥିଲେ ।

Leave a Reply