ପ୍ରେମ ଶାଶ୍ୱତ ଆଉ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା

ଭୁବନେଶ୍ୱର: ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ପ୍ରେମ ନିବେଦନ ପରେ ଅପଶରି ଯାଉଥିବା ଶୀତରେ ମନର ଆକାଶରୁ ବର୍ଷେ ଗୋଲାପି ରଙ୍ଗର ବର୍ଷା । ବିନା ଫଗୁଣରେ ଦେହ ସାରା ଲାଗିଯାଏ ଏକ ନିଆରା ଅନୁଭୁତିର ରଙ୍ଗ।

ପ୍ରକୃତିର ସିନା ୬ ଋତୁ ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ରୂତୁ। ଏହି ସାତ ଋତୁକୁ ପ୍ରେମ ଋତୁ ବୋଲି କୁହାଯାଏ। ତେବେ ଏହାକୁ ଭାଲେନ୍ଟାଇନ୍ ୱିକ୍ ମଧ୍ୟ କୁହାଯାଏ। ଏହି ସପ୍ତାହ ଅପେକ୍ଷାରେ ଥିବା ଲୋକଙ୍କର ଏବେ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ସାରା ବିଶ୍ୱରେ ରୋଜ ଡେ ସେଲିବ୍ରେସନ ସହ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ସପ୍ତାହ।

ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି, ହେଲା ସବୁଠାରୁ ନିଆର। ତୁମେ ଭଲ ପାଉଥିବା ମଣିଷଟିଏ ଯଦି ତୁମକୁ ଜୀବନ ସାଥି ହେବାର ପ୍ରସ୍ତାବ ଦିଅନ୍ତି ତେବେ ଆକାଶରୁ ଜହ୍ନ ଆସି ଆଞ୍ଜୁଳାରେ ପଡ଼ିଗଲା ଭଳି ଲାଗେ । ଘନ ଅନ୍ଧାରରେ ସୁନ୍ଦର ସ୍ୱପ୍ନଟେ ପୂରଣ ହେଲାଭଳି ମନେହୁଏ । ଆଉ ଏହି ମୁହୂର୍ତ୍ତକୁ ଦୁହେଁ ପ୍ରେମର ପଞ୍ଜୁରିରେ ବନ୍ଦୀ କରି ରଖିବାକୁ ଭୁଲନ୍ତି ନାହିଁ।

ସମ୍ପର୍କର ଆରମ୍ଭ ଫୁଲରୁ ହେଲେ ସଂପର୍କ ଫୁଲ ଭଳି ମହକେ। ସେଥିପାଇଁ ଗୋଲାପରୁ ହିଁ ପ୍ରେମ ସପ୍ତାହର ଆରମ୍ଭ ହୁଏ। ଏହା ପରେ ଡେ ଅନୁଯାୟୀ ଉପହାର ଦେବାର ସୁଯୋଗ ମିଳିଥାଏ ରୋମିଓ ଜୁଲିଏଟଙ୍କୁ । ଚକୋଲେଟ, ଟେଡି, ପ୍ରତିଶ୍ରୁତିର ଉପହାର ଦେଇ ପ୍ରେମ ନିବେଦନ କରିଥାନ୍ତି ପ୍ରେମିଯୁଗଳ।

ତେବେ ଭାଲେନ୍ଟାଇନ୍ ସପ୍ତାହକୁ ଧୁମଧାମରେ ପାଳନ କରିବା ପାଇଁ ଆରମ୍ଭ ହୋଇଛିଯାଇଛି ପ୍ରେମିଯୁଗଳଙ୍କ ପ୍ରସ୍ତୁତି । ମନର ମଣିଷ ପାଇଁ କିଏ କେତେ ସ୍ପେଶାଲ କରିପାରିବ ସେନେଇ ମନରେ ପ୍ରସ୍ତୁତ ହୋଇସାରିଛି ପ୍ଲାନ୍‌ । କିଏ ଗିଫ୍ଟ ଓ କାର୍ଡ ଦଉଛି, ତ କିଏ ସରପ୍ରାଇଜ୍ ଦେବା ପାଇଁ ପ୍ଲାନିଂ କରୁଛି।

 

ପ୍ରେମ ପାଇଁ ମନ ଭିତରେ ଚାପି ହୋଇ ରହିଛି ଅନେକ ଅକୁହା କଥା। ସତ୍ୟ, ତ୍ରେତୟା, ଦ୍ୱାପରେ, କଳି ପ୍ରେତ୍ୟେକ ଯୁଗରେ ପ୍ରେମ ରହିଆସିଛି ଆଉ ଆସନ୍ତାକାଲି ବି ରହିବ। ପ୍ରେମ ହେଉଛି ନୀଳ ଆକାଶରେ ଚିକ୍‌ମିକ୍‌ ଜହ୍ନ । ପ୍ରେମ ହେଉଛି କମା ଶୂନ୍ୟ କବିତା। ଯାହା କେବେ ସରେନି ବରଂ ପୂରଣ କରିଚାଲେ ହୃଦୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ।

Leave a Reply