ଭାଲେଣ୍ଟାଇନ୍ ସପ୍ତାହରେ ବୋକା ବନାଉଛନ୍ତି ଠକ, ଜୁଏଲାରୀ ଗିଫ୍ଟ ନାଁରେ ଠକେଇ

1 min read

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ସପ୍ତାହ ଆସିବା ସହ, ବଢ଼ିଛି ଅନଲାଇନ୍ ସ୍କାମ୍ । ଲୁଟେରା ଠକେଇ ପାଇଁ ଇମେଲକୁ କରିଛନ୍ତି ମାଧ୍ୟମ । ସୋସିଆଲ୍ ମିଡିଆ, ହ୍ୱାଟ୍ସଆପ୍ ଏବଂ ମେସେଞ୍ଜର ଭଳି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ଲୋକଙ୍କୁ ବୋକା ବନାଉଛନ୍ତି । ବିଶେଷକରି ଅନଲାଇନ୍ ସପିଂ କରୁଥିବା ଲୋକଙ୍କୁ ଭାଲେଣ୍ଟାଇନ୍ ସପ୍ତାହ ସମ୍ପର୍କିତ ନକଲି ୱେବସାଇଟ୍, ଅଫର୍, ଡିସକାଉଣ୍ଟ, ଭାଉଚର, ଗିଫ୍ଟ କାର୍ଡ ଦେଇ ଠକେଇ କରାଯାଉଛି ।

Valentine's Day online fraud Fake website of jewellery brand and more

ସେହିଭଳି ଏକ ଫେକ୍ ଅନ୍ତର୍ଜାତୀୟ ଜୁଏଲାରୀ ୱେବସାଇଟ୍ ହେଉଛି ପାଣ୍ଡୋରା । ଅନଲାଇନ୍ ଲୁଟେରା ଲୋକପ୍ରିୟ ଜୁଏଲାରୀ ପାଣ୍ଡୋରା ନାଁ ବ୍ୟବହାର କରି ଲୁଟୁଛନ୍ତି । ପାଣ୍ଡୋରା ପରି ଅବିକଳ ୱେବସାଇଟରେ ଜୁଏଲାରୀ ପ୍ରାଇସ୍ ୟୁଏସ୍ ଡଲାର ରହିଛି । ଏବଂ ୱେବପେଜର ତଳେ କମ୍ପାନୀର ଆମେରିକା ଠିକଣା ରହିଛି । ଏପରିକି ୱେବପେଜର ତଳ ଭାଗରେ ଥିବା କମ୍ପାନୀ କପିରାଇଟ୍ ୨୦୨୧କୁ ପରିବର୍ତ୍ତନ ହୋଇନାହିଁ । ଏପରିକି କମ୍ପାନୀର ଠିକଣା ସବୁ ସାନ ଅକ୍ଷରରେ ଲେଖାଯାଇଛି । ଏତିକିରୁ ଆପଣ ଜାଣିପାରିବେ ଏହା କମ୍ପାନୀର ପ୍ରକୃତ ୱେବସାଇଟ୍ ନୁହେଁ ।

Valentine's Day online fraud Fake website of jewellery brand and more

ଏପରିକି ଉକ୍ତ ୱେବସାଇଟରେ କମ୍ପାନୀର ଭୁଲ୍ ଇମେଲ୍ ଆଇଡି ସହ ୟୁଆରଏଲ୍ (www . pcharms . com ) ରହିଛି । ଯାହାକି ଆପଣଙ୍କୁ ବ୍ରାଣ୍ଡର ୱେବସାଇଟ୍ ପରିବର୍ତ୍ତେ ଅନ୍ୟ ସର୍ଭରକୁ ନେଇଯିବ । ସ୍କାମର୍ ପଠାଉଥିବା ମେଲରେ ମଧ୍ୟ ତ୍ରୁଟି ରହିଛି ।

Valentine's Day online fraud Fake website of jewellery brand and more

ଖାଲା ପାଣ୍ଡୋରା ନୁହେଁ ଲୁଟେରା ଟାଟା ଗ୍ରୁପ୍ ନାଁ ବ୍ୟବହାର କରି ଲୁଟ୍ କରୁଛନ୍ତି । ଏନେଇ ଟାଟା ଗ୍ରୁପ୍ ପକ୍ଷରୁ ଫେକ୍ ମେସେଜ୍ ପ୍ରତି ସତର୍କ ରହିବାକୁ କୁହାଯାଇଛି । ଗିଫ୍ ଓ ଭାଉଚର ମିଳିବା ନେଇ ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ଘୁରୁ ବୁଲୁଥିବା ଲିଙ୍କ୍ ନକଲି ବୋଲି ଟାଟା ଗ୍ରୁପ୍ କହିଛି ।

Leave a Reply