ଭାଇରାଲ ହେଉଛି ବାଜପେୟୀଙ୍କ ‘ସ୍ୱପ୍ନ’ର ଭିଡିଓ, ଜାଣନ୍ତୁ କ’ଣ କହିଥିଲେ…

1 min read

ସତ ହେଲା ବାଜପେୟୀଙ୍କ କଥା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଲୋକସଭାରେ ରାମ ମନ୍ଦିର ନିର୍ମାଣ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବାଜପେୟୀ କହିଥିଲେ ‘ବିରୋଧୀ ଦଳ ଅଭିଯୋଗ କରୁଛନ୍ତି, ଆମେ ସରକାର ଗଢିବା ପାଇଁ ଧାରା ୩୭୦, ରାମ ମନ୍ଦିର ଓ ସମାନ ଆଚରଣ ସଂହିତା ଭଳି ପ୍ରତିଶ୍ରୁତିକୁ ନିର୍ବାଚନୀ ଇସ୍ତାହାରରୁ ସାମୟିକ ଭାବେ ବାଦ୍‌ ଦେଉଛୁ । ଏହି ତିନିଟି ପ୍ରସଙ୍ଗକୁ ନିର୍ବାଚନୀ ଇସ୍ତାହାରରୁ ବିଜେପି ସାମୟିକ ଭାବେ ବାଦ୍‌ ଦେଇଥିବାରୁ ବିରୋଧୀଙ୍କୁ ଦୁଃଖିତ କଲା ଭଳି ମନେ ହେଉଛି । ଏବେ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଯେତେବେଳେ ବିଜେପି ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢ଼ିବ, ସେତେବେଳେ ଏସବୁ ପ୍ରତିଶ୍ରୁତିକୁ ନିଶ୍ଚୟ ପୂରଣ କରିବ।’

ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌କୋର୍ଟ ରାୟ ଦେଇଥିବାରୁ ବାଜପେୟୀଙ୍କ ସେହି ବିବୃତି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ')}

Leave a Reply